Tuesday , February 25 2020
Breaking News
Home / ରାଜନୀତି /   ବିଜେଡି ବିଧାୟକ ଦଳ  ବୈଠକ  ଆଜି

  ବିଜେଡି ବିଧାୟକ ଦଳ  ବୈଠକ  ଆଜି

ଭୁବନେଶ୍ୱର ,୧୩/୦୨/୨୦୨୦ (ଓଡ଼ିଶା ସମାଚାର)-  ଆସନ୍ତା କାଲି  ୧୪ତାରିଖ ରୁ ଆରମ୍ଭ  ହେବାକୁ ଯାଉଛି ଷୋଡ଼ଶ ବିଧାନସଭାର ତୃତୀୟ ଅଧିବେଶନ। ଏହି ପରିପ୍ରେକ୍ଷୀରେ ବିଜୁ ଜନତା ଦଳ ବିଧାୟକ ବୈଠକ  ୧୩ତାରଖି ଅପରାହ୍ନ ୫ଟା ୩୦ରେ ବିଧାନସଭାର ୫୪ନମ୍ବର ପ୍ରକୋଷ୍ଠରେ ଅନୁଷ୍ଠିତ ହେବ । ବିଜେଡ଼ି ର ସମସ୍ତ  ବିଧାୟକ ଓ ବିଧାୟିକା ଉକ୍ତ ବୈଠକରେ ଉପସ୍ଥିତ  ରହିବା ପାଇଁ ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲିକ ସୂଚନା ଦେଇଛନ୍ତି ।  ଉକ୍ତ ବୈଠକରେ ବିଜେଡ଼ି ଆଗାମୀ ଅଧିବେଶନ ପାଇଁ ପ୍ରସ୍ତୁତି ସହିତ ବରୋଧୀ ପକ୍ଷରୁ ଉଠିବାକୁ ବିଭିନ୍ନ ପ୍ରସଙ୍ଗର ଉତ୍ତର ଦେବାକୁ ରଣନୀତି ସ୍ଥିର କରିବ । ସୂଚନାଯୋଗ୍ୟ  ଯେ ଷୋଡଶ ବିଧାନସଭାର ବଜେଟ ଅଧିବେଶନ ଦୁଇଟି ପର‌୍ୟ୍ୟାୟରେ ମୋଟ ୩୧ ଦନି ଚାଲିବ। ୧୮ରେ ଅର୍ଥ ମନ୍ତ୍ରୀ ନୀରଞ୍ଜନ ପୂଜାରୀ ୨୦୨୦- ୨୧ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ ଗୃହରେ ଉପସ୍ଥାପନ କରିବାର କାର୍ଯ୍ୟକ୍ରମ ରହଛି । ଏପ୍ରିଲ ୯ରେ ବଜେଟ ଅଧିବେଶନ ଶେଷ ହେବ । ଓଡ଼ିଶା ସମାଚାର

About admin

Check Also

ବ୍ଲକ୍ ବିଜେଡ଼ି ସଭାପତିଙ୍କୁ ସମ୍ବର୍ଦ୍ଧନା 

  ଗରଦପୁର, ୨୩/୦୨/୨୦୨୦ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ବିଜୁ ଜନତା ଦଳର ବ୍ଲକ୍ ସଭାପତି ଭାବରେ ପୂର୍ବତନ ସରପଂଚ …

Leave a Reply

Your email address will not be published. Required fields are marked *