Saturday , November 16 2019
Breaking News
Home / ରାଜନୀତି / ବିଜେଡିର ସାଙ୍ଗଠନିକ ପଦଯାତ୍ରା

ବିଜେଡିର ସାଙ୍ଗଠନିକ ପଦଯାତ୍ରା

ବୈପାରିଗୁଡ଼ା, ୦୬/୧୧/୨୦୧୯(ଓଡ଼ିଶା ସମାଚାର)- ବିଜୁ ଜନତା ଦଳ ପକ୍ଷରୁ ଏକ ସାଙ୍ଗଠନିକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଯାତ୍ରାରେ   ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ଯୋଗଦେଇ ପଦଯାତ୍ରାରେ କର୍ମୀଙ୍କ ଗହଣରେ ଚାଲିଥିଲେ । ବୈପାରିଗୁଡ଼ା ବ୍ଲକ ଅନ୍ତର୍ଗତ ବାଲିଗାଁ ଗ୍ରାମ ପଂଚାୟତର ଜୁରିଆଗୁଡ଼ାରୁ ବାଲିଗାଁ ପର୍ଯ୍ୟନ୍ତ ଦୀର୍ଘ ତିନି କିଲୋମିଟର ରାସ୍ତା ଚାଲିବା ପରେ ବାଲିଗାଁରେ ଏକ ସାଧାରଣ ସଭାରେ କର୍ମୀ ସମ୍ମିଳିତ ହୋଇଥିଲେ । ଏଥିରେ ମନ୍ତ୍ରୀ ଶ୍ରୀମତୀ ଦିଆନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବିଜୁ ଜନତା ଦଳର ବ୍ଲକ ସଭାପତି ବିଜୟ ସାମନ୍ତରା, ସାଥିରାମ ଗୌଡ଼, ବ୍ଲକ ଉପାଧ୍ୟକ୍ଷ ତ୍ରିଲୋଚନ ଜେନା, ବରିଷ୍ଠ କର୍ମୀ ମନୋଜ କୁମାର ମହାପାତ୍ର, ଜଗଦୀଶ ଜେନା, ବୈକୁଣ୍ଠ ରାଓ, ବ୍ଲକ ଯୁବ ବିଜେଡି ସଭାପତି ବିଶ୍ୱଜିତ୍ ନାୟକ, ଦାମ୍ଭିକ ପ୍ରସାଦ, ପ୍ରଫୁଲ୍ଲ ପ୍ରଧାନ, ପ୍ରଦୀପ କୁମାର ଗୌଡ଼, ବୁଲା ସାହୁ, କୃଷ୍ଣଚନ୍ଦ୍ର ନାୟକ, ଦଣ୍ଡାବାଡି, ପେନ୍ଦାପଡା ଆଦି ପଞ୍ଚାୟତର ସରପଞ୍ଚ ପ୍ରମୁଖ ଥିବା ଜଣାଯାଇଛି । ବାଲିଗାଁ ଅଂଚଳର ବହୁ କର୍ମୀ ଯୋଗ ଦେଇଥିଲେ । ଅତିଥି ମାନେ ସରକାରଙ୍କ ବିଭିନ୍ନ ଲୋକାଭିମୁଖି ଯୋଜନା ଉପରେ ଆଲୋଚନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

୫ଟି ଜିଲ୍ଲାର ବିଜୁ ଯୁବ ବାହିନୀ ସ୍ୱେଚ୍ଛାସେବୀଙ୍କୁ ରାଜ୍ୟ ଯୁବ କଲ୍ୟାଣ ବୋର୍ଡ କାର୍ଯ୍ୟ ନିର୍ବାହୀ ଅଧ୍ୟକ୍ଷଙ୍କ ଆହ୍ୱାନ

‘ବାତ୍ୟା ପୂର୍ବ ଓ ପରବର୍ତୀ ସ୍ଥିତିରେ ଜିଲ୍ଲା ପ୍ରଶାସନ ସହଯୋଗରେ ଲୋକଙ୍କ ସହାୟତା କର’ ଭୁବନେଶ୍ୱର ,୦୯/୧୧/୨୦୧୯(ଓଡ଼ିଶା ସମାଚାର)- ଘୂର୍ଣ୍ଣି …

Leave a Reply

Your email address will not be published. Required fields are marked *