Monday , December 9 2019
Breaking News
Home / ବିଶେଷ / ବିଜୁ ପଟ୍ଟନାୟକ ପାର୍କରେ “ଦି ରଥ’ ଉଦଘାଟିତ

ବିଜୁ ପଟ୍ଟନାୟକ ପାର୍କରେ “ଦି ରଥ’ ଉଦଘାଟିତ

ଭୁବନେଶ୍ୱର , ୧୪/୦୮/୨୦୧୯(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଇ୍ଳାତର ସ୍ଥାପତ୍ୟକଳା “ଦି ରଥ’କୁ ଓଡ଼ିଶାର ଲୋକଙ୍କ ପ୍ରତି ଉତ୍ସର୍ଗ କରିଛନ୍ତି । ଭୁବନେଶ୍ୱରର ବିଜୁ ପଟ୍ଟନାୟକ ପାର୍କରେ ସ୍ଥାପନ କରାଯାଇଥିବା ଏହି ଇସ୍ପାତ ସ୍ଥାପତ୍ୟକୁ ଭୁବନେଶ୍ୱର ଉନ୍ନୟନ କର୍ତୃପକ୍ଷଙ୍କ ସହ ମିଶି ଟାଟା ଷ୍ଟିଲ ପକ୍ଷରୁ ଉପସ୍ଥାପନ କରାଯାଇଛି । ‘ଦି ରଥ‘ ଜୀବନର ବିଚାର, ଗତି ଓ ଶକ୍ତିର ଅନୁସନ୍ଧାନ କରିବ ଏବଂ ଏହାକୁ ୧୩.୫ ଟନ ଟାଟା ଷ୍ଟ୍ରକଚରା ଷ୍ଟିଲ ହଲୋ ସେକ୍ସନକୁ ବ୍ୟବହାର କରି ନିର୍ମାଣ କରାଯାଇଛି । ସୂର୍ଯ୍ୟ ମନ୍ଦିର ଓ ରଥ ଯାତ୍ରାରୁ ଦ୍ୱୈତ ଭାବେ ଅନୁପ୍ରାଣିତ ହୋଇ ଏହି ସ୍ଥାପତ୍ୟ କଳାକୁ ତିଆରି କରାଯାଇଛି ଏବଂ ଏଥିରେ ଓଡ଼ିଶାର ଆତ୍ମା ସୃଷ୍ଟି ହୋଇଥିବା ବିବିଧ ସଂସ୍କୃତି ଓ ସମୃଦ୍ଧ ଐତିହ୍ୟକୁ ଭର୍ତି କରିବାର ଉଦ୍ୟମ କରାଯାଇଛି । ଭବିଷ୍ୟତର ଧାତୁ-ଇସ୍ପାତକୁ ନେଇ ଗଠନ ଏବଂ ଅତ୍ୟାଧୁନିକ ଉପକରଣରେ ପ୍ରସ୍ତୁତ “ଦି ରଥ’ ତିନିଟି ବିନ୍ଦୁ ଉପରେ ଭୂପୃଷ୍ଠରେ ସର୍ବନିମ୍ନ ପାଦ ରଖି ଠିଆ ହୋଇଛି । ଘୂର୍ଣ୍ଣାୟମାନ ପଲିଗୋନାଲ ଫ୍ରେମକୁ ଏକ ୧୨୦ ଡିଗ୍ରି ଟ୍ରାଇ- ଆକ୍ସିସ ଉପରେ ରଖାଯାଇଛି ଯାହା ୮ ଘଂଟା ସବ୍-ଡିଭିଜନ, ୨୪ ଘଂଟିଆ ଚକ୍ର ଏବଂ ସମୟର ପରିକଳ୍ପନାକୁ ଉପସ୍ଥାପିତ କରୁଛି । ଏହି ଢ଼ାଂଚା ଗୋଷ୍ଠୀ ଏତିହ୍ୟକୁ ସ୍ପ୍ରିଙ୍ଗବୋର୍ଡ ଭାବେ ଗ୍ରହଣ କରି ଭବିଷ୍ୟତର ବାର୍ତା ବାଂଟୁଛି । ଓଡ଼ିଶା ସମାଚାର

About admin

Check Also

ମାହାଙ୍ଗା ରେ ପଦ୍ମଭୂଷଣ ଡକ୍ଟର ରାଧାନାଥ ରଥଙ୍କ ଜୟନ୍ତୀ ପାଳିତ

ମାହାଙ୍ଗା , ୦୯/୧୨/୨୦୧୯(ଓଡିଶା ସମାଚାର /ଅଭୟ ଜେନା) :ମୂଲ୍ୟବୋଧ ଭିତିକ ସମାଜସେବା ଏବଂ ନୀତିନିଷ୍ଠ ସାମ୍ବାଦିକତା ଉପରେ ଗୁରୁତ୍ୱ ଦେଇ …

Leave a Reply

Your email address will not be published. Required fields are marked *