Saturday , February 29 2020
Breaking News
Home / ରାଜନୀତି / ବିଜୁ ଛାତ୍ର ଜନତାଦଳ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା

ବିଜୁ ଛାତ୍ର ଜନତାଦଳ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା

 

ସାଲେପୁର ୧୫/୦୨/୨୦୨୦ (ଓଡ଼ିଶା ସମାଚାର/ଅଭୟ ଜେନା)-ପୁଲୱାମାରେ ସହିଦ ହୋଇଥିବା ଯବାନମାନଙ୍କ ଉଦ୍ଦେଶ୍ୟରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା ଓ ନୀରବ ପ୍ରାର୍ଥନା ସାଧାରଣ ସଂପାଦକ ତବରେଜ ଖାଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।  ସେଠାରେ ସହିଦ ହୋଇଥିବା ଯବାନମାନଙ୍କର ଆଜି ଏକ ବର୍ଷ ହୋଇଛି । ଦେଶ ପାଇଁ ପ୍ରାଣବଳି ଦେଇଥିବା ସହିଦ୍ ଯବାନମାନଙ୍କ ଅମରଆତ୍ମାର ସଦଗତି କାମନା କରାଯାଇଥିଲା । ଏହି ଶ୍ରଦ୍ଧାଞ୍ଜଳି ସଭାରେ ରେ ଆଶିଷ ଶର୍ମା, କିର୍ତୀ ଭୂଷଣ ପାତ୍ର, ଆଶୁତୋଷ ଜେନା, ଅଭିଜତ୍ ପଣ୍ଡା, କଲ୍ୟାଣ ରଂଜନ ଦାସ, ସାଇସତ୍ୟ ପ୍ରକାଶ ମିଶ୍ର, ସୁଶିଲ ବେହେରା, ବିଶ୍ୱରଂଜନ ବେହୁରିଆ, ଯଶୋବନ୍ତ ମାଝି, ଆଶିଷ ନାୟକଙ୍କ ସହ ବହୁ ବ୍ୟକ୍ତି ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

କୋରୋ ପଂଚାୟତ ବିଜେଡି ସଭାପତିଙ୍କୁ ସ୍ୱାଗତ

କେନ୍ଦ୍ରାପଡା ୨୬/୦୨/୨୦୨୦ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୋରୋ ଗ୍ରାମ ପଂଚାୟତର ବିଜେଡି ସଭାପତି ଭାବେ ଯୁବନେତା ଅଶୋକ କୁମାର …

Leave a Reply

Your email address will not be published. Required fields are marked *