Tuesday , February 25 2020
Breaking News
Home / ବ୍ୟବସାୟ ବାଣିଜ୍ୟ / ବିଜୁଳି ଦର ବୃଦ୍ଧି ଅବସ୍ୟମ୍ଭାବୀ

ବିଜୁଳି ଦର ବୃଦ୍ଧି ଅବସ୍ୟମ୍ଭାବୀ

ଭୁବନେଶ୍ୱର,୦୪/୦୨/୨୦୨୦ (ଓଡ଼ିଶା ସମାଚାର)- ଦୁଇ ବର୍ଷହେବ ଉପଭୋକ୍ତାଙ୍କ ଉପରେ ବିଦ୍ୟୁତଶୁଳ୍କର ବୋଝ ପଡ଼ିନଥିଲା। ଆସନ୍ତା ଆର୍ଥିକ ବର୍ଷ୨୦୨୦-୨୧ରେ ଉପଭୋକ୍ତାଙ୍କୁବି ଦ୍ୟୁତ୍ ଶୁଳ୍କର ବୋଝ ପଡ଼ିବା ଏକ ପ୍ରକାର ନିଶ୍ଚିତ ହୋଇଗଲାଣି। ଆସନ୍ତା୨୦୨୦-୨୧ ବର୍ଷପାଇଁ ବିଦ୍ୟୁତ୍ ଶୁଳ୍କ ନିର୍ଦ୍ଧାରଣ କରିବା ଲାଗି ସୋମବାର ଠାରୁ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆର୍ ସି)ରେଶୁଣାଣି ଆରମ୍ଭ ହୋଇଛି। ଓଇଆର୍ ସିର ଅଧ୍ୟକ୍ଷ ଉପେନ୍ଦ୍ର ନାଥ ବେହେରା ଏବଂ ସୌରୀକାନ୍ତ ପାଢ଼ୀଙ୍କ ଉପସ୍ଥିତିରେ ଶୁଣାଣି ହୋଇଥିଲା। ପ୍ରଥମ ଦିନରେ ଓଡ଼ିଶା ଜଳ ବିଦ୍ୟୁତ୍ ନିଗମ (ଓଏଚପିସି) ପକ୍ଷରୁ ୟୁନିଟ୍ ପିଲା ୭ ପଇସା ବୃଦ୍ଧିନେଇ ପ୍ରସ୍ତାବ ଦିଆଯାଇଛି। ଆସନ୍ତା ଆର୍ଥିକ ବର୍ଷରେ ୫୬୦୨.୬୦ ନିୟୁତ ୟୁନିଟ୍ ବିକ୍ରି କରିବାକୁ ଓଏଚପିସି ଲକ୍ଷ୍ୟରଖିଥିବା ଆୟୋଗଙ୍କ ନିକଟରେ ତଥ୍ୟ ଉପସ୍ଥାପନ କରାଯାଇଛି। ଜଳବିଦ୍ୟୁତ୍ ଉତ୍ପାଦନ ୟୁନିଟ୍ ଗୁଡ଼ିକର ମରାମତି, ରକ୍ଷଣାବେକ୍ଷଣ ଓ ନବୀକରଣ ପାଇଁ ବାର୍ଷିକ ରାଜସ୍ବ ଆବଶ୍ୟକତା ୫୩୬.୭୩୮ କୋଟି ଟଙ୍କା ରହିଥିବା ଦର୍ଶାଯାଇଛି। ଓଏଚପିସି ଉତ୍ପାଦନକରୁଥିବା ବିଦ୍ୟୁତ୍ ୟୁନିଟ୍ ପିଛା ୭ ପଇସା ବୃଦ୍ଧିକରି ୯୫.୮୦ ପଇସାରେ ବିକ୍ରିକରିବାକୁ ଓଇଆରସିଙ୍କୁ ପ୍ରସ୍ତାବ ଦିଆଯାଇଛି। ଗତଆର୍ଥିକ ବର୍ଷରେ ଓଏଚପିସି ପକ୍ଷରୁ ୯୯.୭୫ ପଇସା ବୃଦ୍ଧିକରିବାକୁ ପ୍ରସ୍ତାବ ଦିଆଯାଇଥିଲା।
ଓଏଚପିସିର କାର‌୍ୟ୍ୟକ୍ଷମ ଥିବା ବୁର୍ଲା, ଚିପିଲିମା ଓ ବାଲିମେଳା ୟୁନିଟ୍ ର ନବୀକରଣ କରିବାକୁ ରାଜସ୍ବ ଆବଶ୍ୟକତା ଥିବା ନେଇ ଓଇଆରସିଙ୍କ ନିକଟରେ ପ୍ରସ୍ତାବ ଦିଆଯାଇଛି ବୋଲି ଓଏଚପିସିର ନିର୍ଦେଶକ(ଅର୍ଥ) ପ୍ରଭାକର ମହାନ୍ତି କହିଛନ୍ତି। ତେଣୁ ବିଦ୍ୟୁତ୍ ୟୁନିଟ୍ ପିଛା ସ୍ବଳ୍ପ ପଇସା ବୃଦ୍ଧି କରାଯିବାକୁ ପ୍ରସ୍ତାବ ଦିଆଯାଇଛି। ତେବେ ଓଏଚପିସିର ଏହି ପ୍ରସ୍ତାବକୁ ଉପଭୋକ୍ତା ମହାସଂଘ ତୀବ୍ର ବିରୋଧ କରିଛି। ସଂଘର ସଭାପତି ରମେଶ ଶତପଥୀ କହିଛନ୍ତି, ଓଏଚପିସି ପକ୍ଷରୁ ବର୍ଷକୁ ବର୍ଷଜଳ ବିଦ୍ୟୁତ୍ ଉତ୍ପାଦନ ହ୍ରାସ ପାଉଛି। ଚଳିତ ଆର୍ଥିକ ବର୍ଷରେ ଓଏଚପିସି ପକ୍ଷରୁ ରାଜ୍ୟ ସରକାରଙ୍କୁ ୩୧ କୋଟି ଟଙ୍କା ଲାଭାଂଶ ପ୍ରଦାନ କରାଯାଇଛି। କମ୍ପାନୀର ୬୬୦ କୋଟି ଟଙ୍କା ପୁଞ୍ଜି ଗଚ୍ଛିତ ରହିଛି। ଲାଭ କରୁଥିବା ସଂସ୍ଥା ପକ୍ଷରୁ ୟୁନିଟ୍ ପିଛା ପଇସା ହ୍ରାସ କରାଯିବା ବଦଳରେବୃଦ୍ଧିକରିବା କୁ ପ୍ରସ୍ତାବ ଦିଆଯାଉଥିବାରୁ ସେ ଏହାକୁ ବିରୋଧ କରିଥିଲେ। ଓଏଚପିସିରେ ଦୀର୍ଘ୨୦ ବର୍ଷହେବ ସ୍ଥାୟୀ ମୁଖ୍ୟ ପରିଚାଳନା ନିର୍ଦେଶକ ନାହାନ୍ତି। ପରିଚାଳନାଗତ ତ୍ରୁଟି ଯୋଗୁ ଅନେକ ବିଦ୍ୟୁତ୍ ଉତ୍ପାଦନୟୁନିଟ୍ ଅଚଳ ହୋଇପଡିଲାଣି।
ସେହିପରି ପୂର୍ବତନ ବିଦ୍ୟୁତ୍ ମୁଖ୍ୟଯନ୍ତ୍ରୀ ଆର୍ ପି ମହାପାତ୍ର ଅନ୍ୟତମ ପ୍ରତିପକ୍ଷ ଭାବେ କହିଥିଲେ, ସର୍ବାଧିକ ବିଦ୍ୟୁତ୍ ଉତ୍ପାଦନ ହେଉଥିବା ହୀରାକୁଦ୍ ଭଣ୍ଡାର ଜଳପତ୍ତନ୫୯୦ ଫୁଟ୍ ରହିବା ପର‌୍ୟ୍ୟନ୍ତ ଜଳ ବିଦ୍ୟୁତ୍ ଉତ୍ପାଦନକୁ ବନ୍ଦକରି ଦିଆଯାଉଛି। ଏକାଧିକ ଶିଳ୍ପକୁ ଜଳ ଯୋଗାଇ ଦିଆଯାଉଛି। ଓଏଚପିସିର କେତେକ ଶିଳ୍ପ ଉପରେ ୪୫୦ କୋଟି ଟଙ୍କାରୁ ଅଧିକ ବକେୟା ପଡିଛି। ଏସବୁକୁ ଆଦାୟ କରାଗଲେ ଓଏଚ୍ ପିସିର ରାଜସ୍ବ ଆବଶ୍ୟକତା ପୂରଣ ହୋଇପାରିବ ବୋଲି ସେ ଯୁକ୍ତି ଦର୍ଶାଇଥିଲେ। ଶିଳ୍ପ ସଂସ୍ଥାଗୁଡ଼ିକ ନେଉଥିବା ଜଳ ବାବଦରେ ସେମାନେ ଯେଉଁ ରାଜସ୍ବ ଦେବେ ତାହା ଓଏଚପିସି ଜନସାଧାରଣଙ୍କୁ ପ୍ରଦାନ କରିବା କଥା। ଦୀର୍ଘବର୍ଷହେବ ଓଏଚପିସିରେ କୌଣସି ଅଭିଜ୍ଞ ଯନ୍ତ୍ରୀ ନାହାନ୍ତି। ଯାହା ଫଳରେଜଳ ବିଦ୍ୟୁତ୍ ଉତ୍ପାଦନ ୟୁନିଟ୍ ଗୁଡ଼ିକର ଠିକ୍ ଭାବରେ ରକ୍ଷଣାବେକ୍ଷଣ ହୋଇପାରୁନାହିଁ। ଫଳରେ ଉତ୍ପାଦନ କ୍ଷମତା ହ୍ରାସ ପାଇବାରେ ଲାଗିଛି। ଗତଦୁଇ ବର୍ଷହେବ ବିଦ୍ୟୁତ୍ ୟୁନିଟ୍ ପିଛା ଦର ବୃଦ୍ଧିହୋଇ ନାହିଁ। ଚଳିତବର୍ଷ ୟୁନିଟ୍ ପିଛା ଦର ବୃଦ୍ଧିପାଇବା ଆଶଂକା ରହିଛି ବୋଲି ଶ୍ରୀମହାପାତ୍ର ମତ ରଖିଛନ୍ତି।ଓଡ଼ିଶା ସମାଚାର

About admin

Check Also

ତିନି ଦିବ୍ୟାଙ୍ଗଙ୍କୁ ଇଲା ପଣ୍ଡା ଫାଉଣ୍ଡେସନ ପକ୍ଷରୁ ସହାୟତା ପ୍ରଦାନ

ରାୟଗଡ, ୧୮/୦୨/୨୦୨୦ (ଓଡ଼ିଶା ସମାଚାର)-ରାୟଗଡଜିଲ୍ଲାର ଥେରୁବାଲି ସ୍ଥିତ ଇାମ୍‌ଫା ୍‌କାରଖାନା ଦ୍ୱାରା ପରିଚାଳିତ ସାମାଜିକ ପ୍ରତିବଦ୍ଧାତା କାର୍ଯ୍ୟକ୍ରମ ବଂଶୀଧର ଇଲା …

Leave a Reply

Your email address will not be published. Required fields are marked *