Sunday , December 8 2019
Breaking News
Home / କୃଷି / ବାହୁଡା ସରିଲା,ବିହୁଡା ସରିଲାନି -ଚିନ୍ତା ରେ ଚାଷୀ

ବାହୁଡା ସରିଲା,ବିହୁଡା ସରିଲାନି -ଚିନ୍ତା ରେ ଚାଷୀ

କପିଲାଭଟା, ୧୮/୦୭/୨୦୧୯ (ଓଡ଼ିଶା ସମାଚାର)-ଗତ କିଛି ବର୍ଷ ହେଲା ଅନିୟମିତ ବର୍ଷା ଜନିତ ସମସ୍ୟା ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅଂଚଳ ରେ ପିଛା ଛାଡୁନାହିଁ । ଅନ୍ୟ ବର୍ଷ ବାହୁଡା ଯାତ୍ରା ବେଳ କୁ ବେଉଷଣ ସରିଯିବା ଅବସ୍ଥା କୁ ପହଂଚି ଯାଇଥାଏ । କିନ୍ତୁ ଚଳିତ ବର୍ଷ ଦୀର୍ଘ ଦିନ ହେଲା ବର୍ଷା ଅଭାବ ରୁ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅଂଚଳ ରେ ଜମି ଶୁଖି ଫାଟି ଆଁ କରିଥିବାରୁ ରୁଆ ବେଉଷଣ ଆରମ୍ଭ ହୋଇନାହିଁ । ଏ ଅବସ୍ଥା ଦେଖୀ ନିଶ୍ଚିତ ମରୁଡି ଆଶଙ୍କା ରେ ଚାଷୀ ମୁଣ୍ଡ ରେ ହାତ ଦେଇ ବସିଛି । ପାଣିପାଗ ବିଭାଗ ସୂଚନା ପୂରା ଫେଳ ମାରୁଛି । ଚାଷୀ ମାନେ ପାଣିପାଗ ବିଭାଗ ସୂଚନା ଉପରେ ଭରସା କରି ପାରୁନାହାନ୍ତି । କାଁ ଭାଁ କେଉଠି କେମିତି ଗଭୀର ନଳକୂପ ଥିବା ଜମି ରେ ଯେନ ତେନ୍ ପ୍ରକାରେ ଚାଷ କାମ ଚାଲିଥିବା ଦେଖିବାକୁ ମିଲୁଛି । ଗତ ଏକ ସପ୍ତାହ ହେଲା ଆକାଶ ରେ ମେଘ ନାହିଁ । ଆକାଶ ପୂରା ନିର୍ମଳ । ଶ୍ରାବଣ ମାସ ରେ ବୈଶାଖ ଭଳି ଟାଣ ଖରା । ଗାଁ ଦାଣ୍ଡରେ ପାଣି କାଦୁଅ ବଦଳ ରେ ଦୂଲି ଉଡୁଛି । ଅସହ୍ୟ ଖରା ତାତି ଓ ଗୁଳୁଗୁଳି ରେ ଜନ ଜୀବନ ଦୁର୍ବିସହ ହୋଇ ପଡୁଛି । ଏଭଲି ସ୍ଥିିତି କେବେ ଦେଖିବାକୁ ମିଲିନଥିଲା ବୋଲି ପୁରୁଖା ଲୋକେ କହୁଛନ୍ତି । ଆଉ କିଛି ଦିନ ଯଦିୁ ଏଭଲି ପାଗ ବଳବତର ରହେ ତା ହେଲେ ଚାଷୀ ଜମି ରେ ଗୋରୁ ଚରାଇ ଦେବା ଠିକ ହେବ ବୋଲି ଚର୍ଚ୍ଚା କରୁଛନ୍ତି । ସୂଚିତ ଯେ ରୁତୁଚକ୍ର ର ପରିବର୍ତନ ଯୋଗୁଁ ଗତ କିଛି ବର୍ଷ ହେଲା ବଙ୍ଗୋମୁଣ୍ଡା ବ୍ଲକ ଅଂଚଳ ରେ ମରୁଡି କବଳ ରେ ଚାଷୀ ପଡି ଅଂଟା ସଳଖି ପାରୁନାହାନ୍ତି । କେଉଇଁ ବର୍ଷ ଆବଶ୍ୟକ ସମୟ ରେ ବର୍ଷା ହେଉନଥିବାରୁ ଚାଷ ବିଳମ୍ବିତ ହୋଇ ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି ତ କେଉଁ ବର୍ଷ ଦରକାର ନ ଥିବା ସମୟ ରେ ପ୍ରବଳ ବର୍ଷା ହୋଇ ଫସଳ ପଚି ସଢି ନଷ୍ଟ ହେଉଛି । କ୍ରମାଗତ ଭାବରେ ଏଭଲି ବିପର୍ଯ୍ୟୟ ଲାଗି ରହିଛି । ଗତବର୍ଷ ରେ ହୋଇଥିବା ଫସଳ ହାନୀ ର କ୍ଷତିପୂରଣ ବୀମା କମ୍ଫାନୀ ଏଯାବତ୍ ଦେଇନଥିବା ବେଲେ ଚଳିତ ବର୍ଷ ଚାଷ ଆରମ୍ଭ ରୁ ଅନାବୃଷ୍ଟି କରାଳ ଛାୟା ମରୁଡି ର ସତର୍କ ଘଂଟି ଚାଷୀ ମାନଙ୍କୁ ହତାସ ଓ ଆତଙ୍କିତ କରି ଦେଇଛି । ବ୍ଲକ ଅଂଚଳ ରେ ଛତୁ ଫୁଟିଲା ଭଲି ଚେକ ଡ୍ୟାମ୍ ନିର୍ମାଣ କାଗଜ କଳମ ରେ ଚାକାଚକ୍ ଦିଶୁଛି । କିନ୍ତୁ ଚାଷ ଜମି ରେ ପାଣି ମଡାଇବା ଦୂର କଥା ତୃଷା ନିବାରଣ ପାଇଁ ପାଣି ମିଲିବା କଷ୍ଟକର ଅଟେ । ଚାଷ ପାଇଁ ଚାଷୀ ଇନ୍ଦ୍ର ଦେବତା ଉପରେ ସମ୍ପୂର୍ଣ୍ଣ ଭାବେ ନିର୍ଭରଶୀଳ । ବର୍ଷା ପାଇଁ ଚାଷୀ ଆକାଶ କୁ ଚାତକ ଭଳି ଅନାଇ ବସିଛନ୍ତି ।  ଓଡ଼ିଶା ସମାଚାର

About admin

Check Also

କୃଷିରତ ମହିଳା ଦିବସ ପାଳିତ – ‘ପୁରୁଷପ୍ରାଧାନ୍ୟ ସମାଜରେ ମହିଳାଙ୍କ ଶ୍ରମକୁ ଗୁରୁତ୍ୱ ଦିଆଯାଉନି’

ଭୁବନେଶ୍ୱର,୦୬/୧୨/୨୦୧୯(ଓଡ଼ିଶା ସମାଚାର)-ଆଇସିଏଆର୍ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଓ ଅନୁସନ୍ଧାନ ସଂସ୍ଥା ଓ କୃଷିବିଜ୍ଞାନ କେନ୍ଦ୍ର, ଖୋର୍ଦ୍ଧା ଆନୁକୂଲ୍ୟରେ କୃଷିରତ ମହିଳା …

Leave a Reply

Your email address will not be published. Required fields are marked *