Friday , October 18 2019
Breaking News
Home / ବିଶେଷ / ବାସ୍ତବାବତା ହରାଉଛି କୁମାର ପୂର୍ଣ୍ଣିମା

ବାସ୍ତବାବତା ହରାଉଛି କୁମାର ପୂର୍ଣ୍ଣିମା

ଭୁବନେଶ୍ୱର,୧୨/୧୦/୨୦୧୯ ( ଓଡ଼ିଶା ସମାଚାର/ ସ୍ମୁତିଲିପି ସାହୁ )- ଆଧୁନିକ ଛାପ ରେ ଦିନକୁ ଦିନ ସଂକୃତି ଓ ପରିମ୍ପରା ପେଶି ଦଳିଚକଟି ହୋଇଯାଉଛି । ଏହାରି ଭିତରେ ଓଡିଶାର କୁଆଁରୀ ମାନଙ୍କ ପାଇଁ ଉଦ୍ଧିଷ୍ଟ ପର୍ବ କୁମାର ପୂଣ୍ଣିମା ବି ବାସ୍ତବତା ହରାଇବାକୁ ବସିଲାଣି । କୁମାର ପୂର୍ଣ୍ଣିମା ରାତିରେ କୁଆଁରୀମାନେ ଜହ୍ନକୁ ଦେଖି କୁଆଁର ପୁନେଇ ଜହ୍ନଗୋ ଫୁଲ ବଉଲବେଣୀ ଗୀତ ଗାଉଥିଲେ ।  ପୁନେଇ ରାତ୍ରୀ ରେ କୁଆଁରୀ ଝିଅମାନେ ଗାଁ ଚଉପାଢି ହେଉ ବା ତୁଲସୀ ଚଉରାମୂଳରେ   ଗୀତ ବୋଲି ସାରା ଅଂଚଳ କମ୍ପାଇ  ରାତି ବିତାଇ ଦେଉଥିଲେ ।  ଏବେ କିନ୍ତୁ ତାହା ଗାଁ ଗହଳୀରେ ଶୁଣିବାକୁ ମିଳୁନି  କିମ୍ବା ଆଉ ଗ୍ରାମାଂଚଳରେ ଦେଖିବାକୁ ମିଳୁନି । । ଇଂଗ୍ରାଜୀ ମାଧ୍ୟମ ପାଠ ପଢା ଏତେ ପ୍ରଭାବ ପକାଇଛି ଯେ ପାଠରୁ ସମୟ ବାହାର କରି ବଉଳବେଣୀ ଗୀତ ବା ବାହୁନା ଗୀତ ଶିଖିବା ପାଇଁ କାହକୁ ତର ନାହିଁ । ଆଗରୁ ବିବାହ ସମୟରେ  ନୂଆ ଭାଉଜ ମାନେ ନିଜ ଟ୍ରଙ୍କରେ ବାହୁନା ଗୀତର ଖାତା ବା ବହି ଆଣୁଥିଲେ । ଏବେ କିନ୍ତୁ ତାହା ବୁଡିବାକୁ ବସିଛି । ଆଧୁନିକତାର ଦ୍ୱାହି ଦେଇ ସଂସ୍କୃତିକୁ ମନେ ରଖିବା ବା ପାଳନକରିବାକୁ ସମେସ୍ତ ନାରାଜ । କୁମାର ପୁର୍ଣ୍ଣମୀ ରେ କାଇଁଚ ଡାଲା ରେ ଉଖୁଡା ନଡିଆ ଚଉରା ପାଖରେ ପୂଜା ହେଉଥିଲା । କାଇଁଚ ର  ପ୍ରୋତ୍ସାହନ ଅଭାବ ରୁ କାରୀଗର ମାନେ ଏହି ଡାଲା ବୁଣୁନାହାନ୍ତି । ଖାଲି ପରମ୍ପରାକୁ ବଜାଇ ରଖିବାକୁ ନୂଆ ଡ୍ରେସ ପିନ୍ଧି ଦେଇ ଯେକୈାଣସି ଡାଲା ରେ ପୂଜା କରିଦେଲେ କାମ ସରିଲା । ଏହିଭଳି ଏକ ବ୍ୟତିକ୍ରମ ପାଇଁ ଆଜିର ଅବିଭାବକମାନେ ବି କେତେକାଂଶ ରେ ଦାୟୀ । ସେମାନେ ପିଲାମାନଙ୍କୁ ପାଠ ପଢାଇ ଟଙ୍କା ତିଆରି ମେସିନ ତିଆରି କରିବାରେ ବ୍ୟସ୍ତ । ହେଲେ ଏପଟରେ ସମାଜରୁ ପରମ୍ପରା ଓ ସଂସ୍କୃତି   ଦିନେ  ଲୋପ ପାଇବ ତାକୁ ନେଇ କାହାରି ମନରେ ବ୍ୟଗ୍ରତା ପ୍ରକାଶ ପାଉନାହିଁ । ତେବେଆମେ ଏବେ ଠାରୁ ସଜାଗ ନହେଲେ  ଦିନ ଆସିବ ଆଧୁନକତା ଓ ପାଶ୍ଚତ୍ୟ ସଭ୍ୟତା ଆମ ପରମ୍ପରାକୁ ଅଗଭୀର ସମୁଦ୍ର ବୁଡାଇନଦେବ ତାହା କିଏ କହିବ । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ର କର୍ମଚାରୀ ଓ ଶ୍ରମିକ ମହାସଂଘର ଧାରଣା

କଟକ,୧୮/୧୦/୨୦୧୯(ଓଡ଼ିଶା ସମାଚାର)- ବିଭିନ୍ନ ଦାବି ନେଇ କେନ୍ଦ୍ର ସରକାରୀ କର୍ମଚାରୀ ମହାସଂଘ ଏବଂ ଡାକ, ରେଳ ଡାକସେବା ଅବସରପ୍ରାପ୍ତ କର୍ମଚାରୀ …

Leave a Reply

Your email address will not be published. Required fields are marked *