Monday , December 9 2019
Home / ଶିକ୍ଷା / ବାଳିକା ଆତ୍ମସୁରକ୍ଷା ଶିବିର ଉଦଘାଟିତ

ବାଳିକା ଆତ୍ମସୁରକ୍ଷା ଶିବିର ଉଦଘାଟିତ

ରଘୁନାଥପୁର,୧୯/୧୧/୨୦୧୯(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ କୁର୍ତାଙ୍ଗସ୍ଥିତ ସ୍ୱାମୀ ଅରୂପାନନ୍ଦ ଡ଼ିଗ୍ରୀ କଲେଜ ପକ୍ଷରୁ ଯୁକ୍ତ ୩ ପ୍ରଥମ ବର୍ଷର ୪୪ ଜଣ ଛାତ୍ରୀଙ୍କୁ ନେଇ ଆତ୍ମସୁରକ୍ଷା କୌଶଳ ତାଲିମ ଶିବିର ଉଦଘାଟିତ ହୋଇଯାଇଛି । ସଂଯୋଜିକା ଶୁଭ୍ରସଲିଲା ପ୍ରିୟଦର୍ଶିନୀଙ୍କ ତତ୍ୱାବଧାନରେ ମାଷ୍ଟର ଟ୍ରେନର ଭାବେ ରଶ୍ମିତା ବିଶ୍ୱାଳ ଛାତ୍ରୀ ମାନଙ୍କୁ ଏହି କୌଶଳ ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ । ଆୟୋଜିତ ଉତ୍ସବରେ ଅଧ୍ୟକ୍ଷ ଦିଲିପ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମସ୍ତ ଛାତ୍ରୀ ଏହି କୌଶଳକୁ ଆୟତ କରି ପାରିଲେ ଏହି କାର୍ଯ୍ୟକ୍ରମ ସଫଳ ହୋଇ ପାରିବ ବୋଲି ମତ ବ୍ୟକ୍ତ କରିଥିଲେ । ଅଧ୍ୟାପକ ଦୟାନିଧି ରାଉତରାୟ, ସୁମନ୍ତ ଚନ୍ଦ୍ର ଦାଶ, ରଂଜିତା ମହାନ୍ତି ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମର ଲକ୍ଷ ଓ ଉଦେଶ୍ୟ ସମ୍ପର୍କରେ ଛାତ୍ରୀ ମାନଙ୍କୁ ଆଲୋକପାତ କରିଥିଲେ । ଏହି ଶିବିର ୧୨ ଦିନ ଧରି ଚାଲିବାକୁ ଥିବାବେଳେ ଅଧିକରୁ ଅଧିକ ଛାତ୍ରୀ ଭାଗ ନେବାକୁ ଆହ୍ୱାନ କରିଥିଲେ । କର୍ମଚାରୀ ଦଇତାରୀ ଜେନା,ରବିନ୍ଦ୍ର କୁମାର ଦାସ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ପୋଷାକ ବିତରଣ ଉତ୍ସବ

ସାଲେପୁର ୦୭/୧୨/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା): ସାଲେପୁର ବ୍ଲକ୍ ଅନ୍ତର୍ଗତ ରାଇସୁଙ୍ଗୁଡ଼ା ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ …

Leave a Reply

Your email address will not be published. Required fields are marked *