Monday , December 16 2019
Breaking News
Home / ଶିକ୍ଷା / ବାର୍ଷିକ ବିଜ୍ଞାନ ମେଳା ଓ ଚାରୁକଳା ପ୍ରଦର୍ଶନୀ

ବାର୍ଷିକ ବିଜ୍ଞାନ ମେଳା ଓ ଚାରୁକଳା ପ୍ରଦର୍ଶନୀ

ସାଲେପୁର ୨୧/୧୧/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା) : ସାଲେପୁର ଇଂରାଜୀ ମାଧ୍ୟମ ବିଦ୍ୟାଳୟର ବାର୍ଷିକ ବିଜ୍ଞାନମେଳା, ଚାରୁକଳା ପ୍ରଦର୍ଶନୀ ଓ ପୁସ୍ତକ ମେଳା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଇଂରାଜୀ ମାଧ୍ୟମ ବିଦ୍ୟାଳୟର ସଂପାଦକ ରବିନ୍ଦ୍ରନାଥ କର ଉକ୍ତ ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ । ଶ୍ରୀଯୁକ୍ତ ସନ୍ତୋଷ କୁମାର ସାହୁ ଓ ନୃସିଂହ ଚରଣ ପଣ୍ଡା ଉକ୍ତ ପ୍ରଦର୍ଶନୀରେ ସମୀକ୍ଷକ ଭାବେ ଯୋଗଦେଇ ୧୦୦ ରୁ ଉଦ୍ଧ୍ୱର୍ ପ୍ରକଳ୍ପକୁ ମୂଲ୍ୟାୟନ କରିଥିଲେ । ସାଇଯମୁନା ପବ୍ଲିକେସନ ଆନୁକୂଲ୍ୟରେ ଏକ ପୁସ୍ତକମେଳା ମଧ୍ୟ ଅନୁଷ୍ଠିତ ହୋଇଥିଲା । ସେହିପରି ସ୍କୁଲ ପରିସରରେ ମୀନା ବଜାର ମଧ୍ୟ ଅନୁଷ୍ଠିତ ହୋଇଥିଲା । ସାଲେପୁର ଅଂଚଳର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଯୋଗଦେଇଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ବିଭୂତି ଭୂଷଣ ପରିଡ଼ା , ଫକୀର ଚରଣ ନାୟକ, ସନ୍ତୋଷ କୁମାର ଶତପଥୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଅନୁଷ୍ଠାନର ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ସହଯୋଗ ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ବିଦ୍ୟା ଅଧ୍ୟୟନ ସହିତ ଖେଳକୁଦରେ ମଧ୍ୟ ଯଥେଷ୍ଟ ଆବଶ୍ୟକତା ରହିଛି 

ସାଲେପୁର,୧୪/୧୨/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା ) : ଖେଳକୁଦ ଦ୍ୱାରା ସ୍ୱାସ୍ଥ୍ୟର ଉନ୍ନତି ସହିତ ଶରୀର ନିରୋଗ ରହିଥାଏ …

Leave a Reply

Your email address will not be published. Required fields are marked *