Tuesday , January 28 2020
Breaking News
Home / କ୍ରୀଡ଼ା / ବାର୍ଷିକ କ୍ରୀଡ଼ା ଉତ୍ସବ

ବାର୍ଷିକ କ୍ରୀଡ଼ା ଉତ୍ସବ

କଲ୍ୟାଣସିଂହପୁର, ୨୯/୧୧/୨୦୧୯(ଓଡ଼ିଶା ସମାଚାର)- କଲ୍ୟାଣସିଂହପୁର ବ୍ଲକ୍ ସୁନାଖଣ୍ଡି ପଂଚାୟତ ଅଧୀନ ଥିବା ଜଗନ୍ନାଥପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ତ୍ରୟୋଦଶ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପଂଚାୟତ ସମିତିର ଅଧ୍ୟକ୍ଷ ଯୋଗେନ୍ଦ୍ର ୱାଡାକା ମୁଖ୍ୟ ଅତିଥି ରୂପେ ଯୋଗଦେଇ କ୍ରୀଡ଼ା ଉତ୍ସବକୁ ଉଦଘାଟନ କରିଥିଲେ । ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦୀପକକୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପଂଚାୟତ ସମିତି ଅଧ୍ୟକ୍ଷ ଯୋଗେନ୍ଦ୍ର ୱାଡକା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ସୁନାଖଣ୍ଡି ସରପଂଚ ଅଞ୍ଜନୀ କିଣିକା, ସାଧନ କେନ୍ଦ୍ର ସଂଯୋଜକ ହଳଧର ସାହୁ, ମାଝିଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଛବିଲାଲ ସିଂ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବିଶ୍ୱନାଥ ଝାଲିଆ, ମୋ ସ୍କୁଲ ଅଭିଯାନର ପ୍ରତିନିଧି ଏ.ପରମେଶ କୁମାର ପ୍ରମୁଖ ମଂଚାସୀନ ଥିଲେ । ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ଆସନ୍ତା ଡିସେମ୍ବର ମାସରେ ହେବାକୁ ଥିବା ବିଦ୍ୟାଳୟ ବାର୍ଷିକ ଉତ୍ସବରେ ପୁରସ୍କୃତ କରାଯିବ ବୋଲି ବିଦ୍ୟାଳୟ ପକ୍ଷରୁ ଜଣାପଡିଛି । ବିଦ୍ୟାଳୟ କ୍ରୀଡ଼ା ଶିକ୍ଷକ ମଂଚ ପରିଚାଳନା କରିଥିଲେ । କ୍ରୀଡ଼ା ଶିକ୍ଷକ ରମେଶଚନ୍ଦ୍ର ଦାସ ଓ ଅରୁଣାଂଚଳ ଦାସଙ୍କ ସମେତ ବିଦ୍ୟାଳୟର ଅନ୍ୟ ଶିକ୍ଷକ, ଶିକ୍ଷୟିତ୍ରୀ କ୍ରୀଡ଼ା ପରିଚାଳନାରେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

About admin

Check Also

୨ୟ ବାର୍ଷିକ ଅବଦୁଲ କରିମ ଖାନ ମେମୋରିଆଲ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଂଟ ଉଦଯାପିତ

କେନ୍ଦ୍ରାପଡା, ୧୯/୦୧/୨୦୨୦ (ଓଡ଼ିଶା ସମାଚାର)-ଫକିରାବାଦର ଲକି ସ୍ପୋଟିଂ କ୍ଲବ ଆନୁକୁଲ୍ୟରେ କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ଖେଳ ପଡିଆରେ ରବିବାର ସନ୍ଧ୍ୟାରେ …

Leave a Reply

Your email address will not be published. Required fields are marked *