Tuesday , February 25 2020
Breaking News
Home / ନିର୍ବାଚନ / ବାରବାଟୀ-କଟକ  ନିର୍ବାଚନ ମାମଲାର ଶୁଣାଣି ଜାରି

ବାରବାଟୀ-କଟକ  ନିର୍ବାଚନ ମାମଲାର ଶୁଣାଣି ଜାରି

କଟକ, ୦୯/୦୨/୨୦୨୦ (ଓଡ଼ିଶା ସମାଚାର)- ବାରବାଟୀ-କଟକର ବିଜୟୀ ପ୍ରର୍ଥୀ ତଥା କଂଗ୍ରେସ ବିଧାୟକ ମହମ୍ମଦ୍ ମୋକିମ୍ ଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବାକୁ ହାଇକୋର୍ଟରେ ପରାଜିତପ୍ରାର୍ଥୀ ଦେବାଶିଷ ସାମନ୍ତରାୟଙ୍କ ପକ୍ଷରୁ ଯେଉଁ ମାମଲା ରୁଜୁ  ହୋଇଥିଲା । ଏ ସମ୍ପର୍କରେ ଅଦାଲତରେ ମାମଲାର  ଶୁଣାଣି ହୋଇଛି । ଶ୍ରୀ ସାମନ୍ତରାୟଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନଜାରି ରହିଛି । ଆସନ୍ତା ୧୪ ତାରିଖରେ ମାମଲାର ପରବର୍ତୀ ଶୁଣାଣି ହେବ । ମୋକିମ ୍‌ଙ୍କ ପକ୍ଷରୁ ଅର୍ଡର ୭ ର ରୁଲ୍ ୧୧ ଆଧାରରେ  ପିଟିସନ୍ ଦାଖଲ କରାଯାଇ ଦେବାଶିଷଙ୍କ ଆବେଦନକୁ ଶୁଣାଣି ନ କରି ଖାରଜ କରିବାକୁ ପ୍ରାର୍ଥନା କରାଯାଇଥିଲା । ସୂଚନା ଥାଉକି ବିଧାୟକ ଶ୍ରୀ ମୋକିମ୍ ତାଙ୍କ ସତ୍ୟପାଠରେ ଅନେକ ତଥ୍ୟ ଲୁଚାଇଥିବା  ଶ୍ରୀ ସାମନ୍ତରାୟଏହି ନିର୍ବାଚନୀ ମାମଲାରେ ଅଭିଯୋଗ କରିଥିଲେ । ତାଙ୍କ ନାମରେ ଥିବା ଅପରାଧିକ ମାମଲା ଏବଂ ତାଙ୍କର ସମ୍ପତିି ସମ୍ପର୍କରେ ସେ  ରିଟର୍ଣ୍ଣି ଅଫିସରଙ୍କ ନିକଟରେ ମିଥ୍ୟା ଓ ଅସମ୍ପୂର୍ଣ୍ଣ ତଥ୍ୟ ଦାଖଲ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି । ମୋକିମ୍ ମିଥ୍ୟା ସତ୍ୟପାଠଦାଖଲ କରିଥିବାରୁ ଏହା ନିର୍ବାଚନ ଆଇନର ଉଲଂଘନ କରୁଛି । ମୋକିମ୍ ତାଙ୍କ ନାମାଙ୍କନ ପତ୍ରରେ ଯେଉଁ ତଥ୍ୟ ଦେଇଛନ୍ତି ତାହା ଅସମ୍ପୂର୍ଣ୍ଣ ବୋଲି ଦେବାଶିଷ  ଅଭିଯୋଗ କରିିଥିଲେ ।ଏପରି ସ୍ଥିତିରେ ତାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବା ସହ ସାନି ନିର୍ବାଚନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି  ଆବେଦନକାରୀ ଶ୍ରୀ ସାମନ୍ତରାୟ ଦର୍ଶାଇଥିଲେ ।  ଓଡ଼ିଶା ସମାଚାର

About admin

Check Also

ପୁରାତନ ବିଦ୍ୟାର୍ଥୀ ପରିଷଦ ଗଠନ , ହୀରକ ଜୟନ୍ତୀ ପାଳନ, ମୋ ସ୍କୁଲ କମିଟି ଗଠନ କରାଯାଇ ବିଦ୍ୟାଳୟର ବିକାଶ ଓ ମହିଳା ମହାବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଅଂଟା ଭିଡ଼ିଲେ ପ୍ରାକ୍ତନ ବିଦ୍ୟାର୍ଥୀ

ତାରପୁର, ୨୪/୦୨/୨୦୨୦ (ଓଡ଼ିଶା ସମାଚାର)-ତିର୍ତୋଲ ବ୍ଲକ୍ ଅନ୍ତର୍ଗତ କୃଷ୍ଣାନନ୍ଦପୁର ଠାରେ ଥିବା ହାଜି ସେଖ ସମିରୁଦ୍ଦିନ୍ ହାଇସ୍କୁଲ ର ୧୯୮୧ …

Leave a Reply

Your email address will not be published. Required fields are marked *