Friday , October 18 2019
Breaking News
Home / ବିଶେଷ / ବାପାଙ୍କ ଶବକୁ ବାଇକ୍ ରେ ନେଲେ ପୁଅ

ବାପାଙ୍କ ଶବକୁ ବାଇକ୍ ରେ ନେଲେ ପୁଅ

ନବରଙ୍ଗପୁର,୧୯/୦୯/୨୦୧୯(ଓଡ଼ିଶା ସମାଚାର)- ନବରଙ୍ଗପୁର ଜିଲ୍ଲା ଉମରକୋଟରେ ଜଣେ ପୁଅ ତାଙ୍କ ବାପାଙ୍କ ଶବକୁ ବାଇକରେ ବୋହି ଘରକୁ ଆଣିଛନ୍ତି । ମୃତକ ହେଲେ ରାଇଘର ବ୍ଲକ୍ କୁଡୁମଧରା ଗାଁର ବଳି ଶାନ୍ତା । ବଳି ଶାନ୍ତା ଝରିଗାଁ ବ୍ଲକ୍ ବଂଶୀବନ୍ଧା ଗାଁରେ ଥିବା ତାଙ୍କ ସମ୍ପର୍କୀୟଙ୍କୁ ଘରକୁ ଚିକିତ୍ସା ପାଇଁ ଯାଇଥିଲେ । ସେଠାରେ ସେ ଅସୁସ୍ଥ ହୋଇ ପଡ଼ିଥିଲେ । ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇପାରି ନଥିଲା । ଏହାପରେ ତାଙ୍କର ସେଠାରେ ମୃତ୍ୟୁ ଘଟିଥିଲା । ଏନେଇ ତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯିବା ପରେ ସନ୍ଧ୍ୟାରେ ପୁଅ ଲକି ସାନ୍ତା ବାପାଙ୍କ ମୃତ ଦେହକୁ ଆଣିବାକୁ ଯାଇଥିଲେ । ମୃତଦେହ ନେବାକୁ ଗାଡ଼ି ନ ମିଳିବାରୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଏକ ବାଇକ ର ପଛରେ ପଟା ଉପରେ ବାନ୍ଧି ଆଣିଥିଲେ । ପ୍ରାୟ ୨୦ କିମି ଯାଏ ଲକି ସାନ୍ତା ବାପାଙ୍କ ଶବକୁ ଆଣିଥିଲେ । ରାତି ପ୍ରାୟ ୧୧ଟା ବେଳେ ଉମରକୋଟ ସହରର କିଛି ଲୋକ ଦେଖି ମୃତଦେହକୁ ଡାକ୍ତରଖାନାକୁ ନେବାକୁ କହିଥିଲେ । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହକୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି । ଓଡ଼ିଶା ସମାଚାର

About admin

Check Also

ପ୍ରାଣଦେଇପୁର କ୍ଷୁଦ୍ର ଜଳ ପ୍ରକଳ୍ପ ଡ୍ୟାମ୍ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହେଉ

ପୋଲସରା, ୧୮/୧୦/୨୦୧୯(ଓଡ଼ିଶା ସମାଚାର)- ଗଂଜାମ ଜିଲ୍ଲା ପୋଲସରା ବ୍ଳକ ହାତୀଓଟ ପଂଚାୟତର ପ୍ରାଣଦେଇପୁର ଠାରେ ବହୁବର୍ଷ ଧରି ଏହି ଅଂଚଳର …

Leave a Reply

Your email address will not be published. Required fields are marked *