Saturday , November 16 2019
Breaking News
Home / କୃଷି /   ବାତ୍ୟା ସତର୍କତା ପାଇଁ ପ୍ରଶାସନ ପକ୍ଷରୁ ମାଇକ ପ୍ରଚାର

  ବାତ୍ୟା ସତର୍କତା ପାଇଁ ପ୍ରଶାସନ ପକ୍ଷରୁ ମାଇକ ପ୍ରଚାର

ପାଟକୁରା, ୦୬/୧୧/୨୦୧୯(ଓଡ଼ିଶା ସମାଚାର)- ସମ୍ଭାବ୍ୟ ବାତ୍ୟା ‘ବୁଲବୁଲ’ ପାଇଁ ଆଜି କେନ୍ଦ୍ରାପଡା ଜିଲା ପ୍ରଶାସନ  ପକ୍ଷରୁ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇ ବିଭିନ୍ନ ସ୍ଥାନରେ ମାଇକ୍ ପ୍ରଚାର କରାଯାଇଛି । ସେହି ପରିପ୍ରେକ୍ଷୀରେ ଗରଦପୁର ବ୍ଲକ ପ୍ରଶାସନ ଓ କୃଷି ବିଭାଗ ସହଯୋଗରେ ବ୍ଲକର ୧୮ଗୋଟି ପଂଚାୟତରେ ମାଇକ୍ ଯୋଗେ ପ୍ରଚାର କରାଯାଇ ସମ୍ଭାବ୍ୟ ବାତ୍ୟା ସତର୍କତା ଅବଲମ୍ବନ କରିବା ପାଇଁ ଲୋକମାନଙ୍କୁ ସଚେତନତା କରାଯାଇଛି । ବିଲରେ ଯଦି ଧାନପାଚି ଯାଇଛି, ତେବେ ଅମଳ ଯୋଗ୍ୟ ପାଚିଲା ଧାନକୁ ତୁରନ୍ତ କାଟି ଆଣିବା ପାଇଁ ଚାଷୀ ଭାଇମାନଙ୍କୁ ପରାମର୍ଶ ଦିଆଯାଇଛି । ବିଲରୁ ବର୍ଷା ପାଣି ନିଷ୍କାସନ କରିବା ପାଇଁ ଥିବା ଜମିର ହିଡ, ବାଡକୁ କାଟି ବର୍ଷା ଜଳକୁ ନିଷ୍କାସନ ପାଇଁ ପଥ ପରିଷ୍କାର କରାଯିବା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଛି ।  ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡା ବାଲିଯାତ୍ରାରେ ମନମୋହିଲା ଭାଇଚାରାର ସମ୍ପର୍କ

କେନ୍ଦ୍ରାପଡା ୧୫/୧୧/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବ ୨୦୧୯ର ତୃତୀୟ ସନ୍ଧ୍ୟାରେ ମନମୋହିଲା ଭାଇଚାରାର ସମ୍ପର୍କ । ଜାତି,ଧର୍ମ,ବର୍ଣ୍ଣ ନିର୍ବିଶେଷରେ ଏକାଠିହେଲେ …

Leave a Reply

Your email address will not be published. Required fields are marked *