Monday , December 16 2019
Breaking News
Home / କୃଷି / ବାତ୍ୟା ବୁଲବୁଲ ପ୍ରଭାବରେ ଉତରକୂଳ ପଂଚାୟତରେ ବ୍ୟାପକ କ୍ଷତି – ସରକାରୀ ସହାୟତା ପାଇଁ ଦାବି

ବାତ୍ୟା ବୁଲବୁଲ ପ୍ରଭାବରେ ଉତରକୂଳ ପଂଚାୟତରେ ବ୍ୟାପକ କ୍ଷତି – ସରକାରୀ ସହାୟତା ପାଇଁ ଦାବି

ତାରପୁର,୧୧/୧୧/୨୦୧୯(ଓଡ଼ିଶା ସମାଚାର)- ନିଶ୍ଚିନ୍ତକୋଇଲି ବ୍ଲକ୍ ତଥା କୃଷି ବିଭାଗ ଓ କିଶନନଗର ରାଜସ୍ୱ ବିଭାଗ ଅଧିନସ୍ଥ ଉତରକୂଳ ପଂଚାୟତରେ ବାତ୍ୟା ବୁଲବୁଲ ପ୍ରଭାବରେ ବ୍ୟାପକ କ୍ଷୟ କ୍ଷତି ହୋଇଛି । ସୂଚନାଯୋଗ୍ୟକି ୬ମାସ ତଳେ ଘଟିଥିବା ବାତ୍ୟା ଫନି ଓ ପରେ ଲଗାଣ ବର୍ଷାରେ ଏହି ପଂଚାୟତର ପିଁପୁର,ଉତରକୂଳ, ତଇଲୋ, ବିରିବନ୍ଧ, ମୁଗୁରିଆ, ସାହାସପୁର , ସଂଗ୍ରାମପୁର ଓ ଚମ୍ପା ଆଦି ଗ୍ରାମରେ ଧାନ, ମୁଗ, ଫଳନ୍ତି ବୃକ୍ଷ , ପନି ପରିବା ଇତ୍ୟାଦି ହରାଇ ଏହା ଉପରେ ନିର୍ଭର କରି ଚଳୁଥିବା ଚାଷୀର ଆର୍ଥିକ ମେରୁଦଣ୍ଡ ସମ୍ପୂର୍ଣ୍ଣ ଦୋହଲିଯାଇଥିବାବେଳେ ଏପର୍ଯ୍ୟନ୍ତ ଏହି ପଂଚାୟତରେ କେହିବି ଚାଷୀ ସରକାରଙ୍କ ଦ୍ୱାରା କ୍ଷତି ପୂରଣ ପାଇନଥିବାବେଳେ ବାତ୍ୟା ବୁଲବୁଲ ପୁଣି ଚାଷକୁ ସମ୍ପୂର୍ଣ୍ଣ ଉଜାଡ଼ି ଦେଇଛି । ବିଲରେ ଧାନ ଫୁଲ ଉଡ଼ାଉଥିବାବେଳେ ବର୍ଷା ପବନରେ ତଳେ ପଡ଼ିଯାଇ ପାଣିରେ ବୁଡ଼ି ରହିଛି । ଫଳରେ ଧାନ ଅଗାଡ଼ି ହୋଇଯିବ ବୋଲି ଚାଷୀମାନେ କହୁଥିବାବେଳେ କୃଷି ବିଭାଗ ପକ୍ଷରୁ କେବଳ ଭିଏଡ଼ବ୍ଲ୍ୟୁ ସୁଧାଂଶୁ କୁମାର ବେହେରା ଅଂଚଳ ବୁଲି ଯାଇଥିବାବେଳେ କୃଷି ବିଭାଗର ଅନ୍ୟ କେହି କିମ୍ବା ରାଜସ୍ୱ ବିଭାଗର କେହି ଅଧିକାରୀ କ୍ଷତି ଆକଳନ କରିନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ସରପଂଚ ଦିଲିପ କୁମାର ବିଶ୍ୱାଳ ଙ୍କ ସମେତ ପ୍ରତାପ ଚନ୍ଦ୍ର ଦାସ, କେଦାରନାଥ ସ୍ୱାଇଁ, ଜଳଧର ବେଉରା, ଅଲେଖ ମହାନ୍ତି, କୈଳାଶ ପରିଡ଼ା,ଧିରେନ୍ଦ୍ର ପରିଡ଼ା, ଶିବ ପଲେଇ, ମାଗୁଣି ପରିଡ଼ା, କୁଳମଣି ଦାଶ,କଣ୍ଡୁରୀ ମହାନ୍ତି, ଦିବାକର ବିଶ୍ୱାଳ, ରଂଜନ ବେହେରା, ଭିମ ପଲେଇ, ଦିକ୍ଷିତ ପରିଡ଼ା, ବଳରାମ ଦାସ ,ପୁରସ୍ତମ ପରିଡ଼ା, ସୁଧାକର ବିଶ୍ୱାଳ,ପ୍ରଭାକର ବେଉରା,ଅଲେଖ ମହାପାତ୍ର,ଶୁଭେନ୍ଦୁ ବେଉରା, ସୁନାକର ସାହାଣୀ, କମିନା ସାହୁ ପ୍ରଅମୁଖ ଜିଲାପାଳ କଟକ, କୃଷି ମନ୍ତ୍ରୀ , ରାଜସ୍ୱ ସଚିବ ଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦୃଢ଼ ଦାବି କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

‘ଚାଷୀ ବ୍ୟବହାର କରନ୍ତୁ, ବୈଜ୍ଞାନିକ ଉଦଭାବନ କରନ୍ତୁ’

ଭୁବନେଶ୍ୱର ,୧୧/୧୨/୨୦୧୯(ଓଡ଼ିଶା ସମାଚାର)-ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ଭାରତୀୟ କୃଷି ଓ ଅନୁସନ୍ଧାନ ପରିଷଦ ଓୟୁଏଟି ପକ୍ଷରୁ କୃଷି କାର୍ଯ୍ୟରେ …

Leave a Reply

Your email address will not be published. Required fields are marked *