Monday , February 24 2020
Breaking News
Home / କୃଷି / ବାତ୍ୟା ବୁଲବୁଲ ପ୍ରଭାବରେ ଅଧା ପାଚିଲା ଧାନ ପାଣିରେ ଲୋଟିଲା

ବାତ୍ୟା ବୁଲବୁଲ ପ୍ରଭାବରେ ଅଧା ପାଚିଲା ଧାନ ପାଣିରେ ଲୋଟିଲା

ଗରଦପୁର,୦୯/୧୧/୨୦୧୯(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ଅଂଚଳରେ ବାତ୍ୟା ବୁଲବୁଲ ର ପ୍ରଭାବ ପଡ଼ିଛି । ଗତକାଲି ଦିନ ତମାମ ବର୍ଷା ପବନ ଲାଗିରହିଥିବାବେଳେ ଆଜି ସକାଳ ୧୧ ଟା ବେଳୁ ବର୍ଷା କମିଛି । ହେଲେ ଅଧା ପାଚିଲା ଧାନ କଳାମୁଳିଆ,କଳା ଚମ୍ପା,ପୂଜା, ସ୍ୱର୍ଣ୍ଣ , ଶାରଳା , ଖଣ୍ଡଗିରି ଧାନ ଗଛ ସବୁ ପାଣିରେ ଶୋଇଛି । ଦିନ ୧୫ ଟା ପରେ ଧାନ ଅମଳ ହୋଇଥାନ୍ତା । ଧାର କରଜ କରି ଧାନ ଚାଷ କରିଥିବା ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । ଧାନ କେତେ ହାତକୁ ଆସିବ , କରଜ କିଭଳି ସୁଝା ହେବ ସେଇ ଚିନ୍ତା ଚାଷୀକୁ ଘାରିଛି । ବିଶେଷ କରି ବେଡ଼ାରୀ, ପଦ୍ମପୁର, ପାଟକୁରା, ଗରଦପୁର, ପାଖଡ଼, କଳାବୁଦା, ତଳକୁସୁମା, ନଡ଼ିଆବରେଇ,ତିକନପୁର , ରାମଚନ୍ଦ୍ରପୁର, ପାଖଡ଼, କଳାବୁଦା, ତେଣ୍ଡାକୁଡ଼ା ସମେତ ବ୍ଲକ୍ ର ଅନ୍ୟ ପଂଚାୟତର ଧାନ ଫସଲ ବିଶେଷ କ୍ଷତିଗ୍ରସ୍ତ ହୋଇଛି । ତଳିଆ ଜମି ଗୁଡ଼ିକରେ ହୋଇଥିବା ଧାନ ଫସଲ ରେ ବର୍ଷା ପାଣି ଜମି ରହିଛି । ଗତକାଲି ଓ ଆଜି ସେମିତି ବେଶି ବର୍ଷା କିମ୍ବା ପବନ ହୋଇନାହିଁ । ତେବେ ଗତକାଲି ରାତିରେ କିଛି ବର୍ଷା ଓ ପବନ ହୋଇଥିଲା । ସେହି ଗତକାଲି ରାତି ବର୍ଷା ପବନରେ କେଉଁଠି କେଉଁଠି କଦଳୀ ଗଛ ଓ ଶଜନା ଗଛ ଭାଙ୍ଗି ପଡ଼ିଥିବା ଦେଖାଯାଇଛି । ଗତକାଲି ରାତିରୁ ଅନେକ ସ୍ଥାନରେ ବିଜୁଳି ସମସ୍ୟା ଦେଖାଦେଇଥିବାବେଳେ ଆଜି ଦିନ ତମାମ ବିଜୁଳି ଯୋଗାଣ ନଥିଲା । ତେବେ ସନ୍ଧ୍ୟା ପୂର୍ବରୁ ବିଜୁଳି ଯୋଗାଣ ହୋଇଛି । ଓଡ଼ିଶା ସମାଚାର

About admin

Check Also

କାମେଶ୍ୱର ମହାଦେବଙ୍କ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ 

  ଗରଦପୁର, ୨୩/୦୨/୨୦୨୦ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ଜିରାଳସ୍ଥିତ ପର୍ଯ୍ୟଟନସ୍ଥଳୀ କାମେଶ୍ୱର ଶୈବ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ …

Leave a Reply

Your email address will not be published. Required fields are marked *