Saturday , November 16 2019
Breaking News
Home / କୃଷି / ବାତ୍ୟା ଓ ବର୍ଷା ଆଶଙ୍କାରେ ଚାଷୀକୂଳ ଆତଙ୍କିତ    

ବାତ୍ୟା ଓ ବର୍ଷା ଆଶଙ୍କାରେ ଚାଷୀକୂଳ ଆତଙ୍କିତ    

ଗରଦପୁର, ୦୬/୧୧/୨୦୧୯(ଓଡ଼ିଶା ସମାଚାର)- ଉତର ଆଣ୍ଡାମାନ ସାଗର ଉପରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ କ୍ରମେ ଲଘୁଚାପର ରୂପ ନେଇ ଅବପାତ ହେବାର ପାଣିପାଗ ବିଭାଗ ସୂତ୍ରରୁ ଜଣାଯାଇଛି । ଏହାର ପ୍ରଭାବରେ ଉପକୂଳ ଅଂଚଳରେ ପବନ ସହିତ ପ୍ରବଳ ବର୍ଷା ହେବାର ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହି ଖବର ପ୍ରସାରିତ ହେବା ପରେ ପାଟକୁରା ଅଂଚଳର ଚାଷୀମାନେ ଆତଙ୍କିତ ହୋଇପଡିଛନ୍ତି । ବର୍ଷା ଓ ପବନ ହେବା ନେଇ ବିଶେଷକରି ଚାଷୀକୂଳ ଅଧିକ ଆତଙ୍କିତ ହୋଇ ପଡିଛନ୍ତି । ଚଳିତ ବର୍ଷ ଚାଷ ଆରମ୍ଭରେ ମରୁଡି ପରିସ୍ଥିତି ସୃଷ୍ଟି ହୋଇଥିଲା । ଚାଷୀମାନେ ପ୍ରାୟ ଦେଢ ମାସ ବିଳମ୍ବରେ ରୂଆ ବେଉଷଣ କାର୍ଯ୍ୟ ଆରମ୍ଭ କରିଥିଲେ । ଚଳିତ ବର୍ଷ ଫସଲ ଭଲ ହୋଇଛି । ଆସନ୍ତା ମାସରେ ଚାଷୀ ଶାରଦ ଧାନ ଫସଲ ଅମଳ କରିବେ । ଏହି ସମୟରେ ବର୍ଷା ଓ ପବନ ହେଲେ ଜମିରେ ହୋଇଥିବା ଫସଲ ଉଜୁଡି ଯିବାର ଆଶଙ୍କା ଉପୁଜିଛି । ଗତ ଦୁଇ ବର୍ଷ ତଳେ ନଭେମ୍ବର ମାସରେ ପ୍ରବଳ ବର୍ଷା ଯୋଗୁଁ ଧାନ ଜମିରେ ପାଣି ଜମି ରହି ଫସଲ ନଷ୍ଟ ହୋଇଥିଲା । ଏବେ ପୁଣି ନଭେମ୍ବରରେ ବର୍ଷା ଓ ପବନ ହେବା ଖବର ପ୍ରସାରଣ ହେବା ପରେ ଚାଷୀ କୂଳ ଆଶଙ୍କାରେ ପଡିଯାଇଛନ୍ତି । ପ୍ରକାଶ ଯେ,ଗତ ଅକ୍ଟୋବର ମାସରେ ଲଘୁଚାପ ଜନିତ ପ୍ରବଳ ବର୍ଷା ହୋଇଥିବାରୁ ଏହି ଅଂଚଳରେ ଶତାଧିକ ଏକର ଜମିରେ ବୁଣାଯାଇଥିବା ବିରି ଫସଲରେ କ୍ଷତି ଆଶଙ୍କା ସୃଷ୍ଟି ହୋଇଛି । ଅନେକ ଚାଷୀମାନେ ବାଡି ବଗିଚା ଓ ଚାଷ ଜମିରେ ଲଗାଇଥିବା ବିଭିନ୍ନ ପ୍ରକାରର ପନି ପରିବା ଫସଲ ବର୍ଷା ଯୋଗୁଁ ସେଗୁଡିକ ପଚି ନଷ୍ଟ ହୋଇ ଯାଇଛି । ବେଡାରୀ, ସୋଲପାଟ, କୂଳତୁଠୀ, ଜଗଦ୍ଧଳପୁର, ହରିଦାସପୁର, ବିଚଣା, ପଦ୍ମପୁର, ଜଗନ୍ନାଥପୁର, ମଦନା, କୋଡଗାଁ ପାଟଣା ଓ ଲେଖଡ଼ପଡା ଆଦି ଗ୍ରାମରେ କରାଯାଇଥିବା ବିରି ଫସଲରେ ବ୍ୟାପକ କ୍ଷତି ଘଟିଛି ।ଏବେ ଖରା ହୋଇଥିବାରୁ ଚାଷୀମାନେ ଜମିକୁ ହଳ କରି ରବି ଫସଲ କରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ଏପରିସ୍ଥଳେ ଯଦି ବର୍ଷା ଓ ପବନ ହେବ ତେବେ ରବି ଫସଲରେ ଘୋର ବାଧା ଉପୁଜିବ ବୋଲି ବରିଷ୍ଠ ଚାଷୀମାନେ ମତ ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ତିତଲି ପ୍ରଭାବରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଫସଲବୀମା ପ୍ରଦାନ ଦାବିରେ  ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା  

କେନ୍ଦ୍ରାପଡା,୧୧/୧୧/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ପଂଚାୟତର ଜଜାଙ୍ଗ ଗ୍ରାମର ଚାଷୀମାନେ ପ୍ରାଥମିକ କୃଷି ସମବାୟ ସମିତିରୁ ଋଣ ଆଣି …

Leave a Reply

Your email address will not be published. Required fields are marked *