Friday , September 20 2019
Breaking News
Home / ବିଶେଷ / ବାଙ୍କୀ ପ୍ରଶାସନ ପକ୍ଷରୁ ବନ୍ୟା ଅଂଚଳ ପରିଦର୍ଶନ

ବାଙ୍କୀ ପ୍ରଶାସନ ପକ୍ଷରୁ ବନ୍ୟା ଅଂଚଳ ପରିଦର୍ଶନ

ବାଙ୍କୀ,୧୬/୦୮/୨୦୧୯(ଓଡ଼ିଶା ସମାଚାର)- ବୁଧବାର ସକାଳେ ମହାନଦୀରେ ବନ୍ୟାଜଳ ସୁବର୍ଣ୍ଣପୁର ପଂଚାୟତର ହୁଳୁହୁଳା ନାଳ ଓ ଶିମିଳିପୁର ପଂଚାୟତର କଇଁଆନାଳଠାରେ ରାସ୍ତା ଉପରେ ପାଣି ହୋଇଯିବାରୁ ଯଥାକ୍ରମେ ବାଙ୍କୀ ବ୍ଲକର ରତାଗଡ, ବନ୍ଦାଳ ଓ ବାଉଁଶପୁଟ ପଂଚାୟତ ସହ ସଡକପଥରେ ବାଙ୍କୀର ଯୋଗାଯୋଗ ବିଛିନ୍ନ ହୋଇଛି । ଏସବୁ ସ୍ଥାନକୁ ବାଙ୍କୀ ପ୍ରଶାସନିକ ଅଧିକାରୀମାନେ ପରିଦର୍ଶନ କରି ସମ୍ଭାବ୍ୟ ବନ୍ୟା ପରିସ୍ଥିତି ଓ ପ୍ରଭାବ ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ବାଙ୍କୀ ଉପଜିଲାପାଳ ଅରୁଣକୁମାର ବିଶ୍ୱାଳ, ତହସିଲଦାର ପଦ୍ମଚରଣ ସାହୁ, ଡମପଡା ତହସିଲଦାର ଇନ୍ଦିରା ସାହୁ ଓ ବାଙ୍କୀ ବିଡିଓ ପ୍ରଭାତକୁମାର ସାହୁ, ଡମପଡା ବିଡିଓ ଆର୍ତବନ୍ଧୁ ଲେଙ୍କା, ଉପଖଣ୍ଡ ପୁଲିସ ଅଧିକାରୀଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଅପରାହ୍ନରେ ଉପଜିଲ୍ଲପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଯୋଗଦେଇଥିଲେ । ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ମୁକାବିଲା କରିବାକୁ ପ୍ରସ୍ତୁତ ରହିବାକୁ ଉପଜିଲାପାଳ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବୈଠଳରେ ଖାଦ୍ୟ ପଦାର୍ଥ ମହଜୁଦ ରଖିବା, କଳାବଜାରୀ ରୋକିବା ପାଇଁ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଓ ଖାଦ୍ୟଯୋଗାଣ ଅଧିକାରୀଙ୍କୁ ଉପଜିଲାପାଳ ନିର୍ଦ୍ଦେଶ ଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

ଟପ୍ପରଙ୍କୁ ସମ୍ବର୍ଦ୍ଧିତ କଲେ ଜିଲାପାଳ

କେନ୍ଦ୍ରାପଡା, ୨୦/୦୯/୨୦୧୯(ଓଡ଼ିଶା ସମାଚାର)-ଆଇସିଏସଇ ବୋର୍ଡ ପରୀକ୍ଷାରେ ଜିଲା ଟପ୍ପର ଏବଂ ରାଜ୍ୟରେ ଦ୍ୱିତୀୟ ହୋଇଥିବା ଛାତ୍ର ମହାକାଳପଡା ଥାନା ଅନ୍ତର୍ଗତ …

Leave a Reply

Your email address will not be published. Required fields are marked *