Monday , February 24 2020
Home / ତାଜା ଖବର / ବାଇକ ଦୁର୍ଘଟଣାରେ ୩ ଯୁବକ ଗୁରୁତର

ବାଇକ ଦୁର୍ଘଟଣାରେ ୩ ଯୁବକ ଗୁରୁତର

ଭୁବନ,୨୭/୦୧/୨୦୨୦ (ଓଡ଼ିଶା ସମାଚାର)- ଭୁବନ ବ୍ଲକ ଅନ୍ତର୍ଗତ କୁନିନ୍ଦା ପଂଚାୟତର କୁମୁରିସିଙ୍ଗା ଗ୍ରାମରେ ଆଜି ସଂଧ୍ୟା ୬ ଘଟିକା ସମୟରେ ଏକ ସଡକ ଦୁର୍ଘଟଣାରେ ୩ ଜଣ ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ପ୍ରାପ୍ତ ଖବରରୁ ପ୍ରକାଶ ଯେ,ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ କୁହିକା ଗ୍ରାମର ପ୍ରହଲ୍ଲାଦ ଦେହୁରୀ,ଜ୍ଞାନ ଦେହୁରୀ ଓ ରାଜୀବ ନାୟକ ଓଡି୦୬ଏଫ-୬୧୬୨ ନମ୍ବର ହୋନାର୍ଡ ଗାଡିରେ ଅନଳ ଗ୍ରାମରୁ କାମସାରି ଭୁବନ ଆସୁଥିବା ବେଳେ କୁମୁରିସିଙ୍ଗା ଠାରେ ଭାରସାମ୍ୟ ହରାଇ ଛିଟିକି ପଡିଥିଲେ । ଏ ସଂପର୍କରେ ସୂଚନାପାଇ ଭୁବନ ଦମକଳ ବାହିନୀ ତାଙ୍କୁ ଉଦ୍ଧାର କରି ଭୁବନ ଡାକ୍ତରଖାନାରେ ଭର୍ତି କରିଥିଲା । ୩ ଜଣ ଯୁବକଙ୍କର ଗୋଡ ଭାଙ୍ଗିଥିବା କାରଣରୁ ସେମାନଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଦିଆଯାଇଥିଲା । ତେବେ ଦମକଳ ବାହିନୀ ଆହତ ଯୁବକମାନଙ୍କୁ ନେଇ ଭୁବନ ଡାକ୍ତରଖାନାକୁ ।ାସୁଥିବା ବେଳେ କାଳୀବଜାର ଛକରେ ଟ୍ରାଫିକ ଜାମ ଯୋଗୁ ଅଧଘଂଟା କାଳ ଅପେକ୍ଷା କରିଥିଲା । ଏନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା । ଉତ୍ୟକ୍ତ ଲୋକେ ସଂଧ୍ୟା ସମୟରେ ଭାରୀଯାନ ଚଳାଚଳକୁ ବିରୋଧ କରିବା ସହ ପୋଲିସକୁ ଦୋଷାରୋପ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ନରହନ୍ତା ହାତୀ ଗୋଟିଏ ଦିନରେ ନେଲାଣି ୪ ଜୀବନ , ଘଉଡ଼ାଇବାକୁ ୧୭ ଖଣ୍ଡ ଗ୍ରାମ ବ୍ଲାକ୍ ଆଉଟ

ପିପିଲି, ୨୩/୦୨/୨୦୨୦ (ଓଡ଼ିଶା ସମାଚାର)-ପୁରୀ ଜିଲା ବଳଙ୍ଗା ଓ ପିପିଲି ଥାନା ଅଧୀନ ଅଞ୍ଚଳରେ ରବିବାର ଦନ୍ତା ଉପଦ୍ରବ ଦେଖିବାକୁ …

Leave a Reply

Your email address will not be published. Required fields are marked *