Tuesday , August 20 2019
Breaking News
Home / ନିର୍ବାଚନ / ବହୁ ଚର୍ଚ୍ଚିତ ପାଟକୁରା ବିଧାନସଭା ଭୋଟ ଗ୍ରହଣ ଆରମ୍ଭ – ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଚାଲିବ

ବହୁ ଚର୍ଚ୍ଚିତ ପାଟକୁରା ବିଧାନସଭା ଭୋଟ ଗ୍ରହଣ ଆରମ୍ଭ – ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଚାଲିବ

ପାଟକୁରା, ୨୦/୦୭/୨୦୧୯ (ଓଡ଼ିଶା ସମାଚାର / ଦୀପ୍ତି ରଂଜନ କାନୁନଗୋ)- ବହୁ ଚର୍ଚ୍ଚିତ ପାଟକୁରା ବିଧାନସଭା ନିର୍ବାଚନ ଆରମ୍ଭ ହୋଇଛି । ସକାଳ ୬ ଟାରୁ ମକ୍ ପୋଲ କରାଯାଇଥିଲା । ସକାଳ ୭ ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ଏହା ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଚାଲିବ । ମୋଟ ୧୦ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିବାବେଳେ ପ୍ରମୁଖ ୩ ଟି ଦଳ କଂଗ୍ରେସ ପକ୍ଷରୁ ଜୟନ୍ତ ମହାନ୍ତି, ବିଜେପି ପକ୍ଷରୁ ବିଜୟ ମହାପାତ୍ର ଓ ବିଜେଡ଼ି ପକ୍ଷରୁ ସାବିତ୍ରୀ ଅଗ୍ରୱାଲା ପ୍ରତିଦ୍ୱନ୍ଦିତା କରୁଛନ୍ତି । ଆସନ୍ତା ୨୪ ତାରିଖ ଦିନ ଭୋଟଗଣତି କରାଯିବ । ଆଜି ପାଟକୁରା ର ସମସ୍ତ ଶିଳ୍ପ ଓ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିବ । ପାଟକୁରା ରେ ଥିବା ସମସ୍ତ ଶିଳ୍ପ ଓ ବ୍ୟବସାୟ ପ୍ରତିଷ୍ଠାନରେ କାର୍ଯ୍ୟରତ ସମସ୍ତଙ୍କୁ ସବେତନ ଛୁଟି ଘୋଷଣା କରାଯାଇଛି । ପାଟକୁରା ନିର୍ବାଚନ ମଣ୍ଡଳୀରେ ସମୁଦାୟ ୩୦୯ ଗୋଟି ଭୋଟ ଗ୍ରହଣ କେନ୍ଦ୍ର ଥିବା ବେଳେ ଏହି ନିର୍ବାଚନ ମଣ୍ଡଳୀରେ ମୋଟ ୨ ଲକ୍ଷ ୪୪ ହଜାର ୭୪୭ ଭୋଟରଙ୍କ ମଧ୍ୟରୁ ପୁରୁଷ ଭୋଟର ସଂଖ୍ୟା ୧ ଲକ୍ଷ ୨୭ ହଜାର ୪୩୧ ହୋଇଥିବା ବେଳେ ମହିଳା ଭୋଟର ସଂଖ୍ୟା ୧ ଲକ୍ଷ ୧୭ ହଜାର ୩୦୬ ଏବଂ ଅନ୍ୟାନ୍ୟ ୧୦ ଜଣ ଭୋଟର ଅଛନ୍ତି । ସେମାନଙ୍କ ମଧ୍ୟରେ ୨୮୫୩ଜଣ ଭିନ୍ନକ୍ଷମ ରହିଥିବା ସୂଚନା ମିଳିଛି । ନିର୍ବାଚନ ମଣ୍ଡଳୀରେ ଥିବା ମୋଟ ୩୦୯ ଗୋଟି ଭୋଟ ଗ୍ରହଣ କେନ୍ଦ୍ର କରାଯାଇଥିବାବେଳେ,ସେଥି ମଧ୍ୟରୁ ଗରଦପୁର ବ୍ଲକ ଅଂଚଳରେ ୧୨୫ ଗୋଟି ଭୋଟ ଗ୍ରହଣ କେନ୍ଦ୍ର,ଡୋରୀବିଶ ବ୍ଲକ ଅଂଚଳରେ ୧୪୫ ଗୋଟି ଭୋଟ ଗ୍ରହଣ କେନ୍ଦ୍ର ରହିଥିବାବେଳେ,ମାର୍ଶାଘାଇ ବ୍ଲକ ଅଂଚଳରେ ୩୯ ଗୋଟି ଭୋଟ ଗ୍ରହଣ କେନ୍ଦ୍ର ରହିଛି । ଗରଦପୁର ବ୍ଳକ ଅଂଚଳରେ ଥିବା ୧୨୫ ଗୋଟି ଭୋଟ ଗ୍ରହଣ କେନ୍ଦ୍ର ମଧ୍ୟରୁ ୧୦ ଗୋଟି ଭୋଟ ଗ୍ରହଣ କେନ୍ଦ୍ରକୁ ଆଦର୍ଶ ଭୋଟ ଗ୍ରହଣ କେନ୍ଦ୍ର ଭାବରେ ପ୍ରଶାସନ ପକ୍ଷରୁ ଚିହ୍ନଟ କରାଯାଇଛି । ସେଗୁଡିକ ହେଲା ବାସୁଦେଇପୁର ପ୍ରାଇମେରୀ ସ୍କୁଲ,ଡାହାଳପୁର ପ୍ରାଇମେରୀ ସ୍କୁଲ,ବ୍ରହ୍ମପୁର ପ୍ରାଇମେରୀ ସ୍କୁଲ,ଗରଦପୁରର ଜଗନ୍ନାଥ ନୋଡାଲ ସ୍କୁଲ,ନଇନ୍ଦିପୁର ପ୍ରାଇମୋରୀ ସ୍କୁଲ ଦୁଇ ଗୋଟି,ଜଗନ୍ନାଥପୁର ପ୍ରାଇମେରୀ ସ୍କୁଲ,ସମସରା ପ୍ରାଇମେରୀ ସ୍କୁଲ ଓ ପାଟକୁରା ହାଇସ୍କୁଲରେ କରାଯାଇଥିବା ଭୋଟ ଗ୍ରହଣ କେନ୍ଦ୍ରଗୁଡିକୁ ଆଦର୍ଶ ଭୋଟ ଗ୍ରହଣ କେନ୍ଦ୍ର ଭାବରେ ପ୍ରଶାସନ ପକ୍ଷରୁ ଚିହ୍ନଟ କରାଯାଇଛି । ଗରଦପୁର ବ୍ଳକ ଅଂଚଳକୁ ୨ ଗୋଟି ଯୋନରେ ବିଭକ୍ତ କରାଯାଇଛି, ଏହି ଦୁଇଗୋଟି ଜୋନ ରେ ମହାକାଳପଡା ତହସିଲଦାର ନରେଶ ଚନ୍ଦ୍ର ସେଠୀ ଓ ରାଜନଗର ତହସିଲଦାର ଦ୍ୱବେନ୍ଦୁ କୁମାର ଦାସଙ୍କୁ ଜୋନାଲ୍ ମାଜିଷ୍ଟ୍ରେଟ ଭାବରେ ନିଯୁକ୍ତି ଦିଆଯାଇଛି । ଗରଦପୁର ବ୍ଳକ ଅଂଚଳରେ ମୋଟ୧୨୫ଗୋଟି ଭୋଟ ଗ୍ରହଣ କେନ୍ଦ୍ର ରହିଥିବାବେଳେ,ସେଥି ମଧ୍ୟରୁ ଜଣେ ଜୋନାଲ ମାଜିଷ୍ଟ୍ରେଟ୍ଙ୍କ ଅଧିନରେ ୬୨ଗୋଟି ଭୋଟ ଗ୍ରହଣ କେନ୍ଦ୍ର ରହିଥିବାବେଳେ, ଅନ୍ୟଜଣେ ମାଜିଷ୍ଟ୍ରେଟ୍ଙ୍କ ଅଧିନରେ ୬୩ ଗୋଟି ଭୋଟ ଗ୍ରହଣ କେନ୍ଦ୍ର ଦାଇତ୍ୱ ରହିଛି । ମତଦାନ କରାଯିବାବେଳେ ନିର୍ବାଚନ ମଣ୍ଡଳୀର୪୦ ଗୋଟି ଭୋଟ ଗ୍ରହଣ କେନ୍ଦ୍ର ରେ ସିସିଟିଭି କ୍ୟାମେରା ବ୍ୟବସ୍ତା କରାଯାଇଥିବା ବେଳେ,୩୬ ଗୋଟି ଭୋଟ ଗ୍ରହଣ କେନ୍ଦ୍ରରେ ଭିଡିଓଗ୍ରାଫ୍ କରାଯିବାର ବ୍ୟବସ୍ଥା କରାଯାଇଛି । ସେହିପରି ୯୬ ଗୋଟି ବୁଥ୍ କେନ୍ଦ୍ରରେ ସେଣ୍ଡାଲ ଆଡ୍ ପୋଲିସ୍ ଫୋର୍ସର ବ୍ୟବସ୍ଥା କରାଯାଇଛି ଓ ୩୧ ଗୋଟି ବୁଥ୍ରେ ୱେବ୍ କାଷ୍ଟିଙ୍ଗି କରାଯିବାର ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି ବୋଲି ବିଡିଓ ଶ୍ରୀ ବେହେରାଙ୍କ ସୂତ୍ରରୁ ଜଣାଯାଇଛି । କୌଣସି ଭୋଟ ଗ୍ରହଣ କେନ୍ଦ୍ର ରେ ଭୋଟିଂ ମେସିନ୍ରେ ସମସ୍ୟା ଦେଖାଦେଲେ ସେଥିପାଇଁ ୨୫ ଗୋଟି ବାଲାଟ ୟୂନିଟ୍,୨୧ଗୋଟି ସେଂଟର ଭରଚୁ ,୪୬ ଗୋଟି ଭିଭିପାଟ୍ ମହଜୁଦ୍ ରଖାଯାଇଥିବାବେଳେ,ଏଥିପାଇଁ ୪ଜଣ ଇଂଜିନିୟର ମଧ୍ୟ ସଜାଗ ରହିଛନ୍ତି । ସେହିପରି ମତଦାନକୁ ଅଧିକ କରାଇବା ପାଇଁ ଭିନ୍ନକ୍ଷମ ଲୋକମାନଙ୍କୁ ଭୋଟ ଗ୍ରହଣ କେନ୍ଦ୍ରକୁ ଆଣିବା ପାଇଁ ସ୍ୱେଛାସେବୀମାନଙ୍କୁ ନିଯୁକ୍ତି କରାଯାଇଛି । ପ୍ରତିବୁଥ୍ରେ୨ଜଣ ସ୍ୱେଛାସେବୀ ଭିନ୍ନକ୍ଷମମାନଙ୍କୁ ଭୋଟ ଗ୍ରହଣ କେନ୍ଦ୍ରକୁ ଆଣି ଭୋଟ ଦାନ କରାଇବାର ବ୍ୟବସ୍ଥା କରାଯାଇଛି । ଗରଦପୁର ବ୍ଳକରେ ୨୫୦ ଜଣ ସ୍ୱେଛାସେବୀଙ୍କୁ ଏଥିପାଇଁ ନିଯୁକ୍ତିି କରାଯାଇଛି । ସ୍ୱେଛାସେବୀମାନଙ୍କୁ ପାରିଶ୍ରମିକ ଭାବରେ ଏକଶତ ଟଙ୍କା ପ୍ରଦାନ କରାଯିବା ସହିତ ସ୍ୱତନ୍ତ୍ର ଭାବରେ ଗଞ୍ଜି ଓ ପରିଚୟ ପତ୍ର ପ୍ରଦାନ କରାଯାଇଛି । ମତଦାନକୁ ଅଧିକରୁ ଅଧିକ କରାଇବା ପାଇଁ ଗୋଟିଏ ପଂଚାୟତରେ ଗୋଟିଏ ଲେଖାଏଁ ‘ସକ୍ଷମ ବାହାନ’ ନାମରେ ଅଟୋ ଗାଡିର ବ୍ୟବସ୍ଥା କରାଯାଇଛି । ସେହିପରି ପୁଲିସ ପ୍ରଶାସନଙ୍କ ପକ୍ଷରୁ ମତଦାନକୁ ଶାନ୍ତିପୂର୍ଣ୍ଣ ଭାବରେ କରାଇବା ପାଇଁ ପାଟକୁରା ଥାନା ଅଂଚଳକୁ ୪ଗୋଟି ଜୋନ୍ ଓ ୧୬ଗୋଟି ମୋବାଇଲ ଟିମ୍ରେ ବିଭକ୍ତ କରାଯାଇଛି । ପ୍ରତି ଜୋନ୍ରେ ଜଣେ ଲେଖାଏଁ ଡିଏସ୍ପି ପାହ୍ୟାର ପୁଲିସ ଅଫିସରଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ପୁଲିସ୍ ଆଇ.ଜି,କେନ୍ଦ୍ରାପଡା ଏସ୍.ପି ଓ ଡିଏସପିମାନେ ଶୃଙ୍ଖଳିତ ଓ ଶାନ୍ତିପୂର୍ଣ୍ଣ ଭାବରେ ମତଦାନ କରାଯିବା ପାଇଁ ବିଭିନ୍ ଅଂଚଳ ପରିଦର୍ଶନ କରିଥିବାର ଜଣାଯାଇଛି । ଯେଉଁମାନେ ଭୋଟ ଦେବେ ସେମାନଙ୍କ ବାମ ହାତର ମଧ୍ୟମା ଆଙ୍ଗୁଳିରେ ଅଲିଭା କାଳି ଲଗାଯାଉଛି । ଯଦି କୌଣସି କେନ୍ଦ୍ରରେ ପୂନ୍ନ ମତ ଦାନର ଆବଶ୍ୟକ ପଡ଼େ , ସେ ସ୍ଥଳରେ ବାମ ହାତର ଅନାମିକା ଆଙ୍ଗୁଳିରେ ଅଲିଭା କାଳି ଲଗାଯିବାର ବ୍ୟବସ୍ଥା କରାଯାଇଛି । ବର୍ତମାନ ସୁଦ୍ଧା କୌଣସି ସ୍ଥାନରେ ସମସ୍ୟା ଦେଖାଦେବା ସମ୍ପର୍କରେ ସୂଚନା ମିଳିନାହିଁ । ତେବେ ସକାଳୁ ସକାଳୁ କେତେକ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଥିବାରୁ ଭୋଟ ଗ୍ରହଣ କେନ୍ଦ୍ରରେ ଭିଡ଼ ନଥିବା ସୂଚନା ମିଳିଛି । ଓଡ଼ିଶା ସମାଚାର

About admin

Check Also

ଭୁବନେଶ୍ୱରରୁ ଜଗଦଲପୁର ଏବଂ ଜୁନାଗଡକୁ ପୃଥକ ପୃଥକ ଟ୍ରେନ୍ ଚଳାଚଳ କରିବାକୁ ପିୟୂଷ ଗୋଏଲଙ୍କ ଘୋଷଣା

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧକୁ ରଖିଲେ ରେଳମନ୍ତ୍ରୀ ନୂଆଦିଲ୍ଲୀ/ ଭୁବନେଶ୍ୱର , ୧୯/୦୮/୨୦୧୯(ଓଡ଼ିଶା ସମାଚାର / ଦୀପ୍ତିରଂଜନ କାନୁନଗୋ)- ଭୁବନେଶ୍ୱରରୁ …

Leave a Reply

Your email address will not be published. Required fields are marked *