Monday , December 9 2019
Home / ବିଶେଷ / ବହି (କବିତା) – ମୀତା ପଟ୍ଟନାୟକ   

ବହି (କବିତା) – ମୀତା ପଟ୍ଟନାୟକ   


======
ପୁରୁଣା ସମାଜ ର ମଲାଟ ଭିତରୁ
ବହିଟା ଆଜିବି ଦେଖୁଛି
ଠିକ ଯେମିତି ଚାହୁଁଥିଲେ ଅଙ୍କ ଦିଦି
ସବୁ ମିଶାଣ ଠିକ
ଫେଡ଼ାଣ ସବୁ ଭୁଲ ହେଇଯାଉଥିଲା
ମିଶେଇବାକୁ ଭଲ ପାଉଥିଲି
ଏଇ ଯେମିତି===
ମୋର ଦୁଇଟା ମିଠେଇ ଥିଲା
ବାପା ଦେଲେ ଦୁଇଟି
ଦୁଇ ଦୁଇ ଚାରି ===
ହେଲେ ::
ମୋର ଦୁଇଟି କମଳା
ଭାଇ ନେଲା ଦୁଇଟି
ବାକି ହେଲା ଶୂନ ====
ସେ ହିସାବ ଆଜିବି ତାଜା

ଯାହା ସାଇତି ଥିଲି କିଛି ନେଇଗଲା ସମୟ
କିଛି ନେଲା ନିୟତି ଆଉ କିଛି ପରିସ୍ଥିତି
ଏବେଖାଲି ଗଣିତ ଖାତାରେ ଶୂନ ଆଉ
ଶୂନ ର ଗହଳି===

ବହୁବାର ବିକି ଦେଇଛି ବହି ସବୁ ଚଣା ବାଲାକୁ
ତଥାପି କାହିଁକି କେଜାଣି ପିଛା ଛାଡ଼ିନି
ଶୂନ ଆଉ ଶୂନ୍ୟତା =====
ମିଶାଣ ଫେଡ଼ାଣ କରୁ କରୁ
ଶିଖିଗଲି ଗୁଣନ ଆଉ ହରଣ
ଖୁସି ସବୁ ଖିଲ ଖିଲ ହସୁଥିଲେ
ଅଙ୍କ ଖାତା ର ନିର୍ଜୀଵ ପୃଷ୍ଠାରେ
ନିଜକୁ ନିଜେ କହିହେଲି
ମୁଁ ପରା ସିଆଣିଆ ::
ଶ୍ରୀମତୀ ଖୁବ ବୁଦ୍ଧିମତୀ :;;

ଗୁଣନ ହରଣ ର କଣ କମ କର୍ତ୍ତୃତ୍ୱ
ଦଶ ରେ ଦଶ ଗୁଣି ଶହେ କରି ରଖିଥିଲି
ଖୁବ ଯତ୍ନ ଆଉ ସନ୍ତର୍ପଣ ରେ
ସାପ ଶିଢ଼ି ଖେଳ ର ଅନେଶ୍ୱତ ସାପ ଚୋଟ ରୁ
ବର୍ତ୍ତୀ ଯାଇଥିବା ଖୁସି କୁ ବେଲୁନ ରେ
ବାନ୍ଧି ଉଡାଉ ଉଡାଉ ଉଡାଉ
ହରଣ ପହଁଚି ଯାଏ
ଭାଜ୍ୟ ଭାଜକ ବଣ୍ଟା ବାଣ୍ଟି ହେଇ
ଶେଷରେ ଭାଗ ଫଳ ଶୂନ ===

ଆଜି ପୁଣି ବହି ଚାହିଁଛି ମୋତେ
ଜୀବନ ଜଂଜାଳ ରେ ହାରିବା ଜିତିବାର
ହିସାବ କୁ ଖୋଲା ଚାଲେଞ୍ଜ କରୁଛି
ଦାନ୍ତ ନିକୁଟି ହସୁଛି ମୋ ହାରିବା ପଣକୁ
ବହି ପୃଷ୍ଠା ରେ ଫର୍ଦ ଫର୍ଦ କରି ଲେଖୁଛି

  -0-

ସମ୍ବଲପୁର, ଓଡ଼ିଶା

About admin

Check Also

ପୂର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତିଙ୍କୁ କେନ୍ଦ୍ରାପଡାରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡା,୦୮/୧୨/୨୦୧୯(ଓଡ଼ିଶା ସମାଚାର)-ବିଚକ୍ଷଣ ବାଗ୍ମୀ, ବରିଷ୍ଠ ଆଇନଜୀବି,ପ୍ରଖ୍ୟାତ ରାଜନୀତିଜ୍ଞ,ରାଜ୍ୟ କଂଗ୍ରେସ ଦଳର ବରିଷ୍ଠ ନେତା ତଥା ପୂର୍ବତନ ରାଜସ୍ୱ, ଅବକାରୀ, ଉଚ୍ଚଶିକ୍ଷା, …

Leave a Reply

Your email address will not be published. Required fields are marked *