Monday , February 24 2020
Home / ସ୍ୱାସ୍ଥ୍ୟ / ବସନ୍ତ କୁମାରୀ ଗ୍ରାମୀଣ ଚକ୍ଷୁ ଚିକିସôାଳୟରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର

ବସନ୍ତ କୁମାରୀ ଗ୍ରାମୀଣ ଚକ୍ଷୁ ଚିକିସôାଳୟରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର

କେନ୍ଦ୍ରାପଡା ୦୨/୦୧/୨୦୨୦ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁର ଗ୍ରାମର ବସନ୍ତ କୁମାରୀ ଗ୍ରାମୀଣ ଚକ୍ଷୁ ଚିକିତ୍ସାଳୟରେ ଗୁରୁବାର ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୪୬ଜଣ ରୋଗୀଙ୍କ ଚକ୍ଷୁ ମାଗଣାରେ ପରୀକ୍ଷା କରାଯିବା ସହିତ ସେମାନଙ୍କୁ ବିଭିନ୍ନ ପରାମର୍ଶ ଦିଆଯାଇଥିଲା । ଶିବିରରେ ଅବସରପ୍ରାପ୍ତ ପ୍ରଫେସର ଡା.ବିମଳକାନ୍ତ ତ୍ରିପାଠୀ ଓ ଡା.ସରୋଜ କୁମାର ତ୍ରିପାଠୀ ରୋଗୀମାନଙ୍କ ଚକ୍ଷୁ ପରୀକ୍ଷା କରିଥିଲେ । ୨୦୦୬ମସିହାରୁ ଓସ୍ତପୁର ଠାରେ ପ୍ରତିଷ୍ଠା କରାଯାଇଥିବା ଏହି ଚକ୍ଷୁ ଚିକିସôାଳୟରେ ଚକ୍ଷୁ ରୋଗୀମାନଙ୍କୁ ସେବା ପ୍ରଦାନ କରାଯାଇ ଆସୁଛି । ଓଡ଼ିଶା ସମାଚାର

About admin

Check Also

୨୪ ଘଂଟିିଆ ରକ୍ତ ଭଣ୍ଡାର ଚଳାଉଛନ୍ତି ଅସ୍ଥାୟୀ କର୍ମଚାରୀ

ଭୁବନେଶ୍ୱର, ୧୮/୦୨/୨୦୨୦ (ଓଡ଼ିଶା ସମାଚାର)- ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଚିଠି ନଂ ୨୪୭୨୧ ତା …

Leave a Reply

Your email address will not be published. Required fields are marked *