Friday , February 28 2020
Breaking News
Home / ଶିକ୍ଷା / ବଳରାମପୁର ପ୍ରାଥମିକ ବିଦ୍ୟାଳୟ ମଙ୍ଗଦେଇପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମିଶ୍ରଣକୁ ଗ୍ରାମବାସୀ ଙ୍କ ବିରୋଧ

ବଳରାମପୁର ପ୍ରାଥମିକ ବିଦ୍ୟାଳୟ ମଙ୍ଗଦେଇପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମିଶ୍ରଣକୁ ଗ୍ରାମବାସୀ ଙ୍କ ବିରୋଧ

ରଘୁନାଥପୁର, ୦୫/୧୨/୨୦୧୯(ଓଡ଼ିଶା ସମାଚାର)-ଜଗତସିଂହପୁର ଶିକ୍ଷାଜିଲ୍ଲା ଅଧିନରେ ଯାଉଥିବା ଇସାଣିବ୍ରହ୍ନପୁର ପଂଚାୟତର ଖେଂଟାଳ ଗ୍ରାମରେ ଅବସ୍ଥିତ ବଳରାମ ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ଏହି ପଂଚାୟତର ମଙ୍ଗଦେଇପୁର ଗ୍ରାମରେ ଥିବା  ବଳରାମ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ମିଶ୍ରଣକୁ ନେଇ ଗ୍ରାମବାସୀମାନେ ବିରୋଧ କରିବା ସହିତ ମଙ୍ଗଦେଇପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ମନଇଚ୍ଛା କାର୍ଯ୍ୟକୁ ନେଇ ଅଭିଭାବକ, ଅଭିଭାବିକା ଓ ଗ୍ରାମବାସୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଖେଂଟାଳ ଗ୍ରାମବାସୀ ମାନଙ୍କ ଅଭିଯୋଗ ଅନୁସାରେ ଖେଂଟାଳ ବଳରାମ ପ୍ରାଥମିକ ବିଦ୍ୟାଳୟ ଟି ପଂଚାୟତର ବହୁ ପୁରାତନ ବିଦ୍ୟାଳୟ ଅଟେ । ଏହି ବିଦ୍ୟାଳୟରେ ଛାତ୍ର,ଛାତ୍ରୀ ମାନଙ୍କୁ ୧ମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ କରାଯାଏ । ବର୍ତମାନ ଏହି ବିଦ୍ୟାଳୟରେ ୫୮ ଜଣ ଛାତ୍ର,ଛାତ୍ରୀ ଅଧ୍ୟୟନ କରୁଛନ୍ତି । ହେଲେ ଶିକ୍ଷା ବିଭାଗର ସ୍କୁଲ ମିଶ୍ରଣରେ ପ୍ରଥମେ ମଙ୍ଗଦେଇପୁର ଗ୍ରାମର ବ୍ରଜବନ୍ଧୁ ପ୍ରାଥମିକ ବିଦ୍ୟାଳୟକୁ ବଳରାମ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ମିଶ୍ରଣ କରାଯାଇଥିଲା  । ସେହି ସ୍କୁଲରେ ମଧ୍ୟ ୧ମରୁ ୫ମ ଶ୍ରେଣୀରେ ମୋଟ ୧୮ ଜଣ ପିଲା ସଂଖ୍ୟା ଥିବାରୁ ଶିକ୍ଷା ବିଭାଗ ପକ୍ଷରୁ ଏହି ନିଷ୍ପତି ନିଆଯାଇଥିଲା । ହେଲେ ବିଦ୍ୟାଳୟକୁ ୧୮ ଜଣ ଛାତ୍ର,ଛାତ୍ରୀ ଓ ଶିକ୍ଷକ ଆସିଲା ପରେ ବିଦ୍ୟାଳୟରେ ୫ଦିନ ବସିଲାପରେ ସେଠାରେ ଶ୍ରେଣୀ ଗୃହ ନଥିବାରୁ ବିଦ୍ୟାଳୟରେ ପାଠ ପଢିବା ପାଇଁ ଅସୁବିଧା ହେବାରୁ ବଳରାମପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗଦାଧର ସେନାପତି  ଖେଂଟାଳ ଗ୍ରାମରେ ଥିବା ବଳରାମ ପ୍ରାଥମିକ ବିଦ୍ୟାଳୟରେ ୧୮ ଜଣ ଛାତ୍ର,ଛାତ୍ରୀ ସମେତ ୨ଶିକ୍ଷକଙ୍କୁ ବସିବାପାଇଁ ପଠାଇଥିଲେ । ବଳରାମ ପ୍ରାଥମିକ ବିଦ୍ୟାଳୟରେ ପଢିବାର ୯ମାସ ପରେ ରଘୁନାଥପୁର ମଣ୍ଡଳ ଶିକ୍ଷା ବିଭାଗରୁ ଚିଠି ନଂ-୨୫୦୫ ୨୦୧୮ ମସିହା ଅକ୍ଟୋବର ୧୬ ତାରିଖ ଦିନ ବିଦ୍ୟାଳୟକୁ ଚିଠି ଆସିଥିଲା ମଙ୍ଗଦେଇପୁର ବ୍ରଜବନ୍ଧୁ ପ୍ରାଥମିକ ବିଦ୍ୟାଳୟ ବଳରାମ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ମିଶ୍ରଣ ପାଇଁ, ହେଲେ ଚିଠିନଂ-୧୬୦୮ (୨) ୨୦୧୯ ମସିହା ଜୁନ୍ ୨୯ ତାରଖ ଦିନ ପୁର୍ନବାର ଚିଠି ଆସିଲା ମଙ୍ଗଦେଇପୁର  ବ୍ରଜବନ୍ଧୁ ପ୍ରାଥମିକ ବିଦ୍ୟାଳୟ ଓ ବଳରାମ ପ୍ରାଥମିକ ବିଦ୍ୟାଳୟ ଉଭୟ ସ୍କୁଲ ବଳରାମ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ମିଶ୍ରଣ ପାଇଁ ବିଦ୍ୟାଳୟକୁ ଚିଠି ହୋଇଥିଲା । ଏହି ଖବର ଗ୍ରାମବାସୀମାନେ ଜାଣିଲାପରେ ବଳରାମପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ପ୍ରାଥମିକ ବିଦ୍ୟାଳୟକୁ ମିଶ୍ରଣକୁ ବିରୋଧ କରିଛନ୍ତି । ବଳରାମପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗଦାଧର ସେନାପତି ଦାଇତ୍ୱରେ ରହିଥିବାରୁ ବଳରାମପୁର ପ୍ରାଥମିକ ବିଦ୍ୟାଳୟରେ ପଢୁଥିବା ଛାତ୍ର,ଛାତ୍ରୀଙ୍କ ଅଭିଭାବକ ମାନଙ୍କୁ କୌଣସି କ୍ଷେତ୍ରରେ ନପଚାରି ପ୍ରଧାନ ଶିକ୍ଷକ ଶ୍ରୀ ସେନାପତି ମନଇଚ୍ଛା କାର୍ଯ୍ୟକରିବା ଏବଂ ବିଦ୍ୟାଳୟରେ ୫୮ଜଣ ଛାତ୍ର,ଛାତ୍ରୀଙ୍କୁ ବଂଟନ କରାଯାଇଥିବା ନୂତନ ୨ହଳ ଡ୍ରେସ୍, ଜୋତା,ମୋଜା ପିଲା ମାନଙ୍କୁ କାହାକୁ ବଡ଼ ହେଲାଣିତ କାହାକୁ ଛୋଟ ହେଲାଣି ଯାହକୁ ନେଇ ଅଭିଭାବକ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ବିଦ୍ୟାଳୟର ଛାତ୍ର,ଛାତ୍ରୀ ମାନେ ନୂତନ ଡ୍ରେସ୍ ନପିନ୍ଧି ପୁରୁଣା ଡ୍ରେସ୍ ପିନ୍ଧି ବିଦ୍ୟାଳୟକୁ ପାଠପଢିବାକୁ ଆସୁଛନ୍ତି । ଏପରିକି ୫ମ ଶ୍ରେଣୀର ଜଣେ ଛାତ୍ରଙ୍କୁ ଦୁଇହଳ ସାର୍ଟ ଦିଆଯାଇ ଥିବା ବେଳେ ପ୍ୟାଂଟ ଏପର୍ଯ୍ୟନ୍ତ ଦିଆଯାଇ ନାହିଁ । ମଧ୍ୟାହ୍ନ ଭୋଜନ ଛାତ୍ର,ଛାତ୍ରୀ ମାନେ ଖାଉଥିଲେ ମଧ୍ୟ ପେଟ ପୁରୁନାହିଁ ବୋଲି ଅଭିଭାବକ ମାନେ ଗୁନିଆଁ ସେଠୀ, ରୀନା ଭୋଇ, ପିଙ୍କି ସିଂ, ପ୍ରତିମା ସେଠୀ, ସୀତା ସେଠୀ, ମିତା ସେଠୀ, ବାସନ୍ତି ଓଝା ହେମନ୍ତ ଓଝା, ଭିମସେନ  ସଠୀ , ହେମନ୍ତ କୁମାର ପଣ୍ଡା, ସଂଜୟ ଦାସ, ଅଭିଯୋଗ ଆଣିଥିଲେ । କମିଟିର ସଭାପତି ବଲ୍ଲଭ କୁମାର ସାହୁ, କମିଟିର ସଭ୍ୟା ଝୁନାରାଣୀ ଓଝା ଓ ଶିକ୍ଷକ, ଶିକ୍ଷୟତ୍ରୀ, ପ୍ରଧାନ ଶିକ୍ଷକ ଗଦାଧର ସେନାପତି ବିଦ୍ୟାଳୟର କୌଣସି କାର୍ଯ୍ୟରେ ପଚାରୁନଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ପ୍ରକାଶ କରିଛନ୍ତି । ଏହିପରି ଛକାପନ୍ଝା ଓ ୨ଟି ରାଜସ୍ୱ ଗ୍ରାମର ଗ୍ରାମବାସୀ ମାନଙ୍କ ମଧ୍ୟରେ ଅସନ୍ତୋଷକୁ ଗୁରୁତର ସହ ଗ୍ରହଣ କରି ଏହାର ସ୍ଥାୟୀ ସମାଧାନ ଓ ପ୍ରଧାନ ଶିକ୍ଷକ ଗଦାଧର ସେନାପତିଙ୍କୁ ଅନ୍ୟତ୍ର ବଦଳି କରାଯିବାକୁ ଜଗତସିଂହପୁର ଜିଲ୍ଲାପାଳ ତଥା ଶିକ୍ଷା ବିଭାଗ ନିକଟରେ ଦୃଢ ଦାବି କରାଯାଇଛି । ଓଡ଼ିଶା ସମାଚାର

About admin

Check Also

୯୦ ଟି ପ୍ରାଥମିକ ସ୍କୁଲରେ ନାହିଁ କଳାପଟା

ଭୁବନେଶ୍ୱର ,୨୭/୦୨/୨୦୨୦ (ଓଡ଼ିଶା ସମାଚାର)- ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସଜାଡ଼ିବା ସହ ଭିତିିଭୂମି ସୁଦୃଢ କରିବାକୁ ସରକାର ନେଉଛନ୍ତି ବିଭିନ୍ନ …

Leave a Reply

Your email address will not be published. Required fields are marked *