Sunday , December 8 2019
Breaking News
Home / ବ୍ୟବସାୟ ବାଣିଜ୍ୟ / ବନ୍ଧୁତ୍ୱ ଦିବସରେ ଆପଣଙ୍କ ବନ୍ଧୁଙ୍କୁୁ ଜିପ୍ପୋର ଲାଇଟର ଉପହାର ଦିଅନ୍ତୁ

ବନ୍ଧୁତ୍ୱ ଦିବସରେ ଆପଣଙ୍କ ବନ୍ଧୁଙ୍କୁୁ ଜିପ୍ପୋର ଲାଇଟର ଉପହାର ଦିଅନ୍ତୁ

ଭୁବନେଶ୍ୱର, ୨୦/୦୭/୨୦୧୯ (ଓଡ଼ିଶା ସମାଚାର)- ପ୍ରେମ ଓ ଭଲପାଇବା ମଣିଷ ଜୀବନର ଗୁରୁତ୍ୱପୂର୍ଣ୍ଣ ଅଂଶ । ତେଣୁ ଅଗଷ୍ଟ ୪ ତାରିଖରେ ପାଳିତ ହେବାକୁଥିବା ବନ୍ଧୁତ୍ୱ ଦିବସ ଅବସରରେ ଆପଣଙ୍କ ବନ୍ଧୁଙ୍କୁ ଆନନ୍ଦିତ କରିବା ପାଇଁ ଜିପ୍ପୋ କମ୍ପାନୀର ଅନନ୍ୟ ୱିଣ୍ଡ୍ ପ୍ରୁଫ୍ ଲାଇଟର ଉପହାରରେ ଦିଅନ୍ତୁ । ଏହା ଆପଣଙ୍କ ବନ୍ଧୁଙ୍କ ପାଇଁ ଉପଯୁକ୍ତ ଷ୍ଟାଇଲିସ୍ ଉପହାର ସାବ୍ୟସ୍ତ ହେବା ସହିତ ତାଙ୍କ ବ୍ୟକ୍ତିତ୍ୱକୁ ବିକାଶ କରିବାରେ ସହାୟତା କରିବ ।
ଜିପ୍ପୋର ସମସ୍ତ ଲାଇଟର ଲାଇଫ୍ ଟାଇମ୍ ୱାରେଂଟି ସହିତ ଉପଲବ୍ଧ ହେଉଛି । ଏହା ଦୀର୍ଘସ୍ଥାୟୀ ଓ ଷ୍ଟାଇଲିସ୍ । ତେଣୁ ଏସବୁ ସ୍କ୍ରାଚ୍ ପ୍ରତିରୋଧୀ ଲାଇଟରକୁ ଖ୍ୟାତି ସମ୍ପନ୍ନ କଳାକାର ଷ୍ଟିଭେନ୍ ସ୍ପାଜୁକ୍ ଏବଂ ଟ୍ରାଶ୍ ପୋଲକ୍ ପ୍ୟାଟରନସ୍ ବେଶ୍ ପସନ୍ଦ କରିଥାନ୍ତି । ତେଣୁ ବନ୍ଧତ୍ୱ ଦିବସ ଅବସରରେ ବିଭିନ୍ନ ରେଞ୍ଜ୍ର ଆକର୍ଷଣୀୟ ଜିପ୍ପୋ ଲାଇଟର୍ ଗ୍ରାହକ ଅନ୍ଲାଇନ୍ ପ୍ଲାଟଫର୍ମରୁ କ୍ରୟ କରିବା ସହିତ ଦେଶର ୧୦ଟି ପ୍ରମୁଖ ସହରର ୨୮ଟି ୱିଲିୟମ୍ ପେନ୍ନ ଷ୍ଟୋର ତଥା ୩ଟି ସପ୍-ଇନ୍-ସପ୍ରୁ ସହଜରେ କ୍ରୟ କରିପାରିବେ ।
ଗତ ୮୦ ଧରି ଜିପ୍ପୋ ବ୍ରାଣ୍ଡ୍ ଏହାର କାରବାର ଜାରି ରଖିଥିବାବେଳେ ଏହାର ଉତ୍ପାଦ ଗୁଡିକୁ ବ୍ୟବହାର କରିବା ସହଜ ଜନକ । ଏହାର ଗୁଣବତା ତଥା ବିଶ୍ୱାସନୀୟତା ଗ୍ରାହକଙ୍କୁ ଆକୃଷ୍ଟ କରିପାରିଛି । ଫଳରେ ଏହା ବିଶ୍ୱର ସାଂସ୍କୃତିକ ବ୍ରାଣ୍ଡ୍ ଭାବରେ ନିଜର ଉପସ୍ଥିତି ସୁଦୃଢ଼ କରିପାରିଛି । ସମ୍ପ୍ରତି କେବଳ ୟୁୁନାଇଟେଡ୍ ଷ୍ଟେଟସ୍ରେ ଜିପ୍ପୋ ୱିଣ୍ଡ୍୍ରୁପ୍ରୁଫ୍ ଲାଇଟର ୪ନିୟୁତ ବ୍ୟବହାରକାରୀଥିବାବେଳେ ବିଶ୍ୱବ୍ୟାପି ୧୧ଟି ଅଫିସର କ୍ଲବ୍ରେ ଏହାକୁ ବ୍ୟବହାର କରାଯାଉଛି ।
ଏହି ଅବସରରେ ଜିପ୍ପୋ ପକ୍ଷରୁ ୟିନ୍ ଆଣ୍ଡ୍ ୟଙ୍ଗ-୨ ଏସ୍କେୟୁ-୨୯୪୨୩, ଥ୍ରୀ ମଙ୍କି-ଏସ୍କେୟୁ-୨୯୪୦୯, ସ୍କଲ୍ ବୁବଲ୍ ଗମ୍- ଏସ୍କେୟୁ-୨୯୩୯୮, ଟ୍ରାଶ୍ ପୋଲକ୍ ଟାଟ୍ଟୁ ସ୍କଲ୍-ଏସ୍କେୟୁ-୨୯୮୫୬ ଏବଂ ସ୍ପାଜୁକ୍-ଏସ୍କେୟୁ-୨୯୮୪୪ ଆଦି ଲାଇଟର ମହଜୁଦ୍ ରଖାଯାଇଛି । ଏସବୁ ଲାଇଟରର ମୂଲ୍ୟ ଯଥାକ୍ରମେ ୩,୪୫୦ଟଙ୍କା, ୫,୧୦୦ ଟଙ୍କା, ୩,୦୮୦ ଟଙ୍କା, ୩,୦୦୦ ଟଙ୍କା ଓ ୩,୬୭୫ଟଙ୍କା ରହିଛି ।
ସୂଚନା ଯୋଗ୍ୟ ଯେ, ଜିପ୍ପୋ ବ୍ରାଣ୍ଡ ୧୯୩୨ ମସିହାରେ ଜର୍ଜ ଜି.ବାଲିସଡେଲଙ୍କ ଦ୍ୱାରା ପେନସିଲ୍ଭାନିଆର ବ୍ରାଡ୍ଫୋର୍ଡ ଠାରେ ସ୍ଥାପିତ ହୋଇଥିଲା । କମ୍ପାନୀ ବାର୍ଷିକ ୫୫୦ ନିୟୁତରୁ ଅଧିକ ୱିଣ୍ଡ୍ ପ୍ରୁଫ୍ ଲାଇଟର୍ ନିର୍ମିତ କରିଥାଏ । ଏହା ବୁଟେନ୍ କ୍ୟାଣ୍ଡେଲ୍ ଲାଇଟର, ଫ୍ରାଗ୍ରାନ୍ସ୍ ଲାଇଟର ସହିତ ବିଭିନ୍ନ ଉତ୍ପାଦ ପ୍ରସ୍ତୁତ କରିଥାଏ । ଜିପ୍ପୋ ବିଶ୍ୱବ୍ୟାପି ୧୮୦ରୁ ଅଧିକ ଦେଶରେ କାରବାର ଜାରି ରଖିଛି । ଜିପ୍ପୋ ବ୍ରାଡ୍ଫୋର୍ଡସ୍ଥିତ କେସ୍ ଆଣ୍ଡ୍ ସନ୍ସ୍ କ୍ୟୁଟିଲାରୀ କମ୍ପାନୀ ସହିତ ମିଳିତ ହୋଇଛି । ଓଡ଼ିଶା ସମାଚାର

About admin

Check Also

ସାଲେପୁରର ଗ୍ରାମାଂଚଳରେ ଥିବା ବହୁ ଦୋକାନମାନଙ୍କରେ ବିକ୍ରି ହେଉଛି ନକଲି ସିମେଂଟ୍‌!

ସାଲେପୁର,୨୬/୧୧/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା)- ସାଲେପୁର ବ୍ଲକ୍ ଅଂଚଳରେ ଗ୍ରାମାଂଚଳରେ ଥିବା ବିଭିନ୍ନ ବଜାରମାନଙ୍କରେ ବ୍ୟାପକ ମାତ୍ରାରେ ବିଭିନ୍ନ କମ୍ପାନୀର …

Leave a Reply

Your email address will not be published. Required fields are marked *