Monday , February 24 2020
Home / ତାଜା ଖବର / ବନ୍ଧୁକ ମୁନରେ ୬ ଲକ୍ଷ ଲୁଟ୍

ବନ୍ଧୁକ ମୁନରେ ୬ ଲକ୍ଷ ଲୁଟ୍

ରାଇରଙ୍ଗପୁର, ୨୯/୦୧/୨୦୨୦ (ଓଡ଼ିଶା ସମାଚାର)- ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ଜଣେ ହୋଲସେଲ୍ ପାନ ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ୬ ଲକ୍ଷ ଲୁଟି ନେଲେ ୩ ଦୁର୍ବୃତ । ପୁଲିସ୍ ପହଂଚି ଖୋଳତାଡ଼ ଆରମ୍ଭ କରିଥିଲେ ବି ଅଭିଯୁକ୍ତଙ୍କ ସମ୍ପର୍କରେ କିଛି ସୂଚନା ପାଇପାରି ନାହିଁ । ସୂଚନା ଅନୁଯାୟୀ, ଗତକାଲି ରାତିରେ ହୋଲ୍ସେଲ୍ ପାନ ବ୍ୟବସାୟୀ ରୂପେଶ କୁମାର ମହାନ୍ତି ରାତି ପ୍ରାୟ ୧୧ଟା ବେଳକୁ ଘରକୁ ଯିବାକୁ ପ୍ରସ୍ତୁତ ହେଉଥିବା ବେଳେ ୩ ଦୁର୍ବୃତ ତାଙ୍କ ଦୋକାନରେ ପଶିଥିଲେ । ସେମାନଙ୍କ ମଧ୍ୟରୁ ୨ ଜଣ ମୁଖା ପିନ୍ଧିଥିବା ବେଳେ ଜଣେ ହେଲମେଟ ପିନ୍ଧିଥିଲା । ସମସ୍ତେ ହାତରେ ବନ୍ଧୁକ ଧରି ରୂପେଶଙ୍କୁ ଭୟଭୀତ କରିଥିଲେ । ଏହାପରେ ମାତ୍ର ୩ ମିନିଟରେ ଦୋକାନରେ ଥିବା ୬ ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଥିଲେ । ଏନେଇ ରୂପେଶ ରାଇରଙ୍ଗପୁର ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ୍ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଛି । ଓଡ଼ିଶା ସମାଚାର

About admin

Check Also

ନରହନ୍ତା ହାତୀ ଗୋଟିଏ ଦିନରେ ନେଲାଣି ୪ ଜୀବନ , ଘଉଡ଼ାଇବାକୁ ୧୭ ଖଣ୍ଡ ଗ୍ରାମ ବ୍ଲାକ୍ ଆଉଟ

ପିପିଲି, ୨୩/୦୨/୨୦୨୦ (ଓଡ଼ିଶା ସମାଚାର)-ପୁରୀ ଜିଲା ବଳଙ୍ଗା ଓ ପିପିଲି ଥାନା ଅଧୀନ ଅଞ୍ଚଳରେ ରବିବାର ଦନ୍ତା ଉପଦ୍ରବ ଦେଖିବାକୁ …

Leave a Reply

Your email address will not be published. Required fields are marked *