Friday , September 20 2019
Breaking News
Home / ତାଜା ଖବର / ବନ୍ଧୁକ ମୁନରେ ବ୍ୟବସାୟୀଙ୍କ ଠାରୁ ୪୩ ହଜାର ଟଙ୍କା ଲୁଟ ଅଭିଯୋଗ

ବନ୍ଧୁକ ମୁନରେ ବ୍ୟବସାୟୀଙ୍କ ଠାରୁ ୪୩ ହଜାର ଟଙ୍କା ଲୁଟ ଅଭିଯୋଗ

ଗରଦପୁର, ୧୩/୦୮/୨୦୧୯(ଓଡ଼ିଶା ସମାଚାର)-ଗତକାଲି ରାତିରେ ଜଣେ ବ୍ୟବସାୟୀଙ୍କ ଠାରୁ ବନ୍ଧୁକ ମୁନରେ ୪୩ ହଜାର ଟଙ୍କା ଲୁଟ ହୋଇଛି । ମିଳିଥିବା ସୂଚନା ଅନୁସାରେ ଗରଦପୁର ବ୍ଲକ୍ ଅନ୍ତର୍ଗତ ଅର୍ଜୁନପୁର ଛକ ରେ ସେହି ଗ୍ରାମର ରମାକାନ୍ତ ସାହୁ ଏକ ତେଜରାତି ଦୋକାନ କରିଛନ୍ତି । ଗତକାଲି ରାତି ପ୍ରାୟ ସାଢ଼େ ୯ ଟାରେ ସେ ପ୍ରତିଦିନ ପରି ଦୋକାନ ବନ୍ଦ କରି ଘରକୁ ଯାଉଥିଲେ । ଅଳ୍ପ ବାଟ ଯାଇଛନ୍ତି,୨ଜଣ ଦୁର୍ବୃତ ଏକ ମୋଟରସାଇକେଲ ରେ ଆସି ରମାକାନ୍ତ ଧରିଥିବା ବ୍ୟାଗ ଛଡ଼଼ାଇନେଇଥିଲେ । ରମାକାନ୍ତ ହଲାଚୁଲା କରିବାରୁ ଦୁର୍ବୃତମାନେ ତାଙ୍କ ମୁଣ୍ଡରେ ଏକ ପିସ୍ତଲ ଲଗାଇଦେଇ ଭୟଭିତ କରି ନରେନ୍ଦ୍ରପୁର ଆଡ଼କୁ ପଳାଇ ଯାଇଥିଲେ । ଦୁର୍ବୃତମାନେ ଛଡ଼଼ାଇନେଇଥିବା ବ୍ୟାଗ ରେ ୪୩ ହଜାର ଟଙ୍କା ଥିଲା । ରମାକାନ୍ତ ଗ୍ରାମରେ କହିବା ପରେ ଗ୍ରାମର ଲୋକମାନେ ଖୋଜ ଖବର କରିଥିଲେ ମଧ୍ୟ କୌଣସି ସୂଚନା ପାଇନଥିଲେ । ଏ ସମ୍ପର୍କରେ ରମାକାନ୍ତ କୋରୁଆ ଫାଣ୍ଡି ଓ ପାଟକୁରା ଥାନାରେ ଏତଲା ଦେଇଛନ୍ତି । ପୋଲିସ ତଦନ୍ତ ଜାରି ରଖିଛି ।  ଓଡ଼ିଶା ସମାଚାର

About admin

Check Also

ବହୁ ଚର୍ଚ୍ଚିତ ଜଗନ୍ନାଥପୁର ନାବାଳିକା ବଳାକ୍ରାର ଓ ହତ୍ୟା ଘଟଣାରେ ଅଭିଯୁକ୍ତ ମହମ୍ମଦ ମୁସ୍ତାକ୍  କୁ  ଫାସି ଦଣ୍ଡାଦେଶ

ସାଲେପୁର,୧୯/୦୯/୨୦୧୯(ଓଡ଼ିଶା ସମାଚାର/ଅଭୟ ଜେନା) -ଜଣେ ନାବାଳିକାକୁ ବଳାକ୍ରାର କରି ହତ୍ୟା କରିଥିବା ଅଭିଯୋଗର ବିଚାର କରି ଅଭିଯୁକ୍ତକୁ ସ୍ୱତନ୍ତ୍ର ପୋସ୍କୋ …

Leave a Reply

Your email address will not be published. Required fields are marked *