Saturday , February 29 2020
Breaking News
Home / କ୍ରୀଡ଼ା / ବନ୍ତଳା ହାଇସ୍କୁଲର ବାର୍ଷିକ କ୍ରୀଡା ଉଦଯାପିତ  

ବନ୍ତଳା ହାଇସ୍କୁଲର ବାର୍ଷିକ କ୍ରୀଡା ଉଦଯାପିତ  

ଗରଦପୁର,୨୦/୦୧/୨୦୨୦ (ଓଡ଼ିଶା ସମାଚାର)-ଗରଦପୁର ବ୍ଳକ ଅନ୍ତର୍ଗତ ବନ୍ତଳା ପଂଚାୟତରେ ଥିବା ବନ୍ତଳା ପଂଚାୟତ ଉଚ୍ଚ ବିଦ୍ୟାଳୟରେ ଚଳିତ ବର୍ଷର୩୮ତମ ବାର୍ଷିକ କ୍ରୀଡା ଉତ୍ସବ ଗତ୧୬,୧୭ ଓ ୧୮ ତାରିଖରେ ତିନି ଦିନ ବ୍ୟାପି ଅନୁଷ୍ଠିତ ହୋଇଯାଇଛି । ଉଦଘାଟନ ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଧୁସୂଦନ ଜେନା ଆନୁଷ୍ଠାନିକ ଭାବରେ କ୍ରୀଡା ପତାକା ଉତୋଳନ କରି କ୍ରାଡାକୁ ଉଦଘାଟନ କରିଥିଲେ । ବିଦ୍ୟାଳୟର୮ମ,୯ମ ଓ ଦଶମ ଶ୍ରେଣୀର ୧୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀମାନେ ବିଭିନ୍ନ କ୍ରୀଡା ପ୍ରତିଯୋଗୀତାରେ ଭାଗ ନେଇଥିଲେ । ବିଦ୍ୟାଳୟର ଶିକ୍ଷକ ନବୀନ ଚନ୍ଦ୍ର ନାୟକ,ଅଶୋକ କୁମାର ପରିଡା,ବିଭୂତିଭୂଷଣ ସ୍ୱାଇଁ, ଖେଳ ପରିଚାଳନା କରୁଥିଲେ । ପ୍ରାକ୍ତାନ ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ରାଉତ ଏବଂ ସାରଦା ପ୍ରସାଦ ଶତପଥି ବିଚାରକ ଭାବରେ ଯୋଗଦାନ କରି ଥିଲେ । ବିଦ୍ୟାଳୟର ୪ର୍ଥ ଶ୍ରେଣୀ କର୍ମଚାରୀ ଅରକ୍ଷିତ ନାୟକ,ଅଭୟ କୁମାର ରାଉଳ ଏବଂ କୈଳାଶ ଚନ୍ଦ୍ର ସାହୁ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।  ଖେଳର ଶେଷରେ ବିଦ୍ୟାଳୟର ପଧାନ ଶିକ୍ଷକ କ୍ରୀଡା ପତାକା ଅବତରଣ କରି ଉଦ୍‌ଯାପନି ବାର୍ତା ଦେଇ କ୍ରୀଡାର ସମାପ୍ତି ଘୋଷଣା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ହାଟବିଟ ଅନୁଷ୍ଠାନ ପକ୍ଷରୁ ଜିଲ୍ଲା ସ୍ତରୀୟ ରାତ୍ର ବାଡମିଂଟନ ପ୍ରତିଯୋଗୀତା ଉଦଘାଟିତ

କେନ୍ଦ୍ରାପଡା , ୨୨/୦୨/୨୦୨୦ (ଓଡ଼ିଶା ସମାଚାର)-କପାଳେଶ୍ୱରର ଓଡିଶା ହାଟବିଟ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଜିଲ୍ଲା ସ୍ତରୀୟ ରାତ୍ର ବ୍ୟାଡମିଂଟନ ପ୍ରତିଯୋଗୀତା …

Leave a Reply

Your email address will not be published. Required fields are marked *