Thursday , September 19 2019
Breaking News
Home / ଶିକ୍ଷା / ବନ୍ତଳା ପଂଚାୟତ ହାଇସ୍କୁଲରେ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ

ବନ୍ତଳା ପଂଚାୟତ ହାଇସ୍କୁଲରେ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ

ଗରଦପୁର,୧୮/୦୮/୨୦୧୯(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ ବନ୍ତଳା ପଂଚାୟତ ହାଇସ୍କୁଲରେ ସ୍ୱାଧୀନତା ଦିବସ ଅବସରରେ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସଭାରେ ପ୍ରଧାନଶିକ୍ଷକ ମଧୁସୂଦନ ଜେନା ସଭାପତିତ୍ୱ କରିଥିବାବେଳେ ସମାଜସେବୀ ଅନ୍ନଦା ପ୍ରସାଦ ରାଉତରାୟ ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିଲେ । ମୁଖ୍ୟବକ୍ତା ଭାବେ ଜିଲ୍ଲାପରିଷଦ ସଭ୍ୟ ତଥା ପ୍ରକୃତିବନ୍ଧୁ ସନ୍ତୋଷ ଜେନା ଯୋଗଦାନ କରିଥିବାବେଳେ ସମ୍ମାନୀୟ ଅତିଥି ଭାବେ ବନ୍ତଳା ପଂଚାୟତର ପୂର୍ବତନ ସରପଂଚ ରତ୍ନାକର ବେହେରା, କବି ପ୍ରଭାତ ପରିଡା ଯୋଗଦେଇଥିଲେ । ବାର୍ଷିକ ଉତ୍ସବ ସମେତ ସ୍ୱାଧୀନତା ଦିବସରେ ଅନୁଷ୍ଠିତ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କାର ବିତରଣ କରିଥିଲେ । ପ୍ରାକ୍ତନ ପ୍ରଧାନଶିକ୍ଷକ ଶରତ ଚନ୍ଦ୍ର ରାଉତ, ଦିବାକର ସ୍ୱାଇଁ, ଶିକ୍ଷକ ବିଭୂତି ସ୍ୱାଇଁ, ଶାରଦା ପ୍ରସାଦ ଶତପଥୀ, ଶିକ୍ଷୟିତ୍ରୀ ଗିତାଞ୍ଜଳୀ ମାହାଳି ପ୍ରମୁଖ ଯୋଗଦାନ କରି ନିଜ ନିଜର ବକ୍ତବ୍ୟ ରଖିଥିଲେ । ଶିକ୍ଷକ ଅଶୋକ ପରିଡା ସ୍ୱାଗତ ଭାଷଣ ପ୍ରଦାନ କରିଥିଲାବେଳେ ନବୀନ ଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ବିଦ୍ୟାଳୟ ପରିସରରେ ଅତିଥିମାନଙ୍କ ଦ୍ୱାରା ବୃକ୍ଷରୋପଣ କରାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

ଅନ୍ତେଶ୍ୱର ନୋଡ଼ାଲ ଉଚ୍ଚ ବିଦ୍ୟାଳୟରେ ତାଲା ପକାଇଲେ ଛାତ୍ରଛାତ୍ରୀ

ନିଶ୍ଚିନ୍ତକୋଇଲି, ୧୭/୦୯/୨୦୧୯( ଓଡ଼ିଶା ସମାଚାର/ ଅଭୟ ଜେନା): ନିଶ୍ଚିନ୍ତକୋଇଲି ବ୍ଲକ୍ ଅନ୍ତର୍ଗତ ଲେଣ୍ଡୁରା ଭଗବାନପୁର ଅନ୍ତେଶ୍ୱର ନୋଡ଼ାଲ ଉଚ୍ଚ ବିଦ୍ୟାଳୟର …

Leave a Reply

Your email address will not be published. Required fields are marked *