Saturday , February 29 2020
Breaking News
Home / ସ୍ୱାସ୍ଥ୍ୟ / ବଦଳିବ ଏସ୍ସିବି ରୂପ, ହେବ ବିଶ୍ୱସ୍ତରୀୟ ମେଡିକାଲ୍

ବଦଳିବ ଏସ୍ସିବି ରୂପ, ହେବ ବିଶ୍ୱସ୍ତରୀୟ ମେଡିକାଲ୍

ଭୁବନେଶ୍ୱର ,୨୩/୦୧/୨୦୨୦ (ଓଡ଼ିଶା ସମାଚାର)- କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ (ଏସସିବି)ମେଡିକାଲର ନବକଳେବର ହେବ । ଏସସିବିକୁ ବିଶ୍ୱସ୍ତୀୟ ମେଡିକାଲ୍ କରାଯିବାପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛ ।ମେଡିକାଲ ନିକଟରେ ଥିବା ଚତୁର୍ଥ ଶ୍ରେଣୀକର୍ମଚରୀଙ୍କ କ୍ୱାଟର୍ସ ଓ ୧୩ ଜଣଡାକ୍ତରଙ୍କ କ୍ୱାଟର୍ସ ଭଙ୍ଗାଯିବ । ଏହା ଦ୍ୱାରାପ୍ରାୟ ୨୫ ଏକର ଜମି ସରକାରଙ୍କହାତକୁ ଆସିବା ଆକଳନ କରାଯାଇଛି ।ସେହିପରି ତାଳଦଣ୍ଡା କେନାଲ ବନ୍ଧରୁମେଡିକାଲ ସଂଯୋଗକାରୀ ରାସ୍ତା ୩ ଲେନ୍ ହେବ । ଏଥି ସହ ଯିବାଆସିବା ପାଇଁ ୨ଟି ଓଭରବ୍ରିଜ ମଧ୍ୟ ର୍ନିମାଣ କରାଯିବ ।ଫେବ୍ରୁଆରୀ ୨୮ ତାରିଖ ସୁଦ୍ଧା ଅଧିଗ୍ରହଣକାମ ସରିଲେ ମାର୍ଚ୍ଚ ପହିଲାରୁ ନିର୍ମାଣକାର୍ଯ୍ୟ ଆରମ୍ଭ ହେବ । ଏଥିପାଇଁ ଜମି ଅଧିଗ୍ରହଣ ନେଇ ପ୍ରସ୍ତାବଦେବେ ଆରଡିସି ଓ କଟକ ଜିଲ୍ଲାପାଳ । ୫-ଟି ସଚିବ ଭି.କେ ପାଣ୍ଡିଆନ୍ ଓ ତାଙ୍କ ଟିମ୍ ସଦସ୍ୟଙ୍କ ଗସ୍ତ ପରେ ଏହିନିଷ୍ପତି ନିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ବଡ଼ମେଡିକାଲ ଯାଇ ସମୀକ୍ଷା କରିବେ । ସଚିବ କଟକ ମେରିଟାଇମ ମ୍ୟୁଜିୟମ ଠାରେପହଞ୍ଚିଥିଲେ । ପରେ ବଡ଼ ମେଡ଼ିକାଲରଦ୍ୱିତୀୟ କ୍ୟାମ୍ପସ ଆକ୍ସନ ପ୍ଲାନ୍ ଉପରେ ଆଲୋଚନା କରିଥିଲେ । ତା’ପରେ ପ୍ରସ୍ତାବିତ ଅଂଚଳ ବୁଲି ଦେଖିଥିଲେ । ସଚିବ୍ଓ ତାଙ୍କ ଟିମ୍ ପ୍ରଥମେ ମହାନଦୀର ହାଡିଆପଠା ଓ ପରେ ସିସୋର ପଠା ବୁଲିଦେଖିଥିଲେ । ମହାନଦୀ ପଠାରେ ଏବେ ଯୁଦ୍ଧ କାଳୀନ ଭିତିିରେ ବାଲି ପୋତାଯ୍ଧବ ସମତଳ କାମ ଚାଲୁ ରହିଛ । ଏସସିବିମେଡିକାଲ କଲେଜର ଖେଳ ପଡିଆ,କ୍ୱାଟର୍ସ ଓ ହଷ୍ଟେଲ ଆଦି ନିର୍ମାଣ ପାଇଁ୨୫ ଏକର ଜମି ଚିହ୍ନଟ ହୋଇଥିବାକଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏହି ସମୟରେ ପୂର୍ତ ସଚିବ କ୍ରିଷନ କୁମାର,ଜଳସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବସୁରେନ୍ଦ୍ର କୁମାର, କେନ୍ଦ୍ରାଂଚଳ ଆରଡିସିଅନୀଲ ସାମଲ ଓ ଏସସିବି ମେଡିକାଲକଲେଜ ଅଧ୍ୟକ୍ଷ ଓ ଅଧିକ୍ଷକଙ୍କ ସହ ବହୁବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ଏସସିବିରେ ଏକାଧିକ ମେସିନ୍ ଅଚଳ ପ୍ରସଙ୍ଗ ରେ  ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ୍‌

କଟକ, ୨୨/୦୨/୨୦୨୦ (ଓଡ଼ିଶା ସମାଚାର)- ଏସ୍‌ସିବି ମେଡିକାଲ କଲେଜ୍ ଏଣ୍ଡ୍ ହସପିଟାଲ୍‌ରେ ଏକାଧିକ ମେସିନ୍ ଅଚଳ ପ୍ରସଙ୍ଗରେ ହାଇକୋର୍ଟ ନିଜ …

Leave a Reply

Your email address will not be published. Required fields are marked *