Sunday , December 8 2019
Breaking News
Home / ସ୍ୱାସ୍ଥ୍ୟ / ବଙ୍ଗୋମୁଣ୍ଡା ସିଏଚ୍ସି ରେ ଡାକ୍ତର ନ ଥିବାରୁ ଆଦିବାସୀ ସଂଘ ର ଆନ୍ଦୋଲନ ପାଇଁ ଚେତାବନୀ 

ବଙ୍ଗୋମୁଣ୍ଡା ସିଏଚ୍ସି ରେ ଡାକ୍ତର ନ ଥିବାରୁ ଆଦିବାସୀ ସଂଘ ର ଆନ୍ଦୋଲନ ପାଇଁ ଚେତାବନୀ 

କପିଲାଭଟା, ୧୮/୦୭/୨୦୧୯ (ଓଡ଼ିଶା ସମାଚାର)-ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ରେ ଥିବା ବଙ୍ଗୋମୁଣ୍ଡା ନୂତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରେ ଦୀର୍ଘ ଦିନ ହେଲା ଡାକ୍ତର ନ ଥିବାରୁ ଆଜି ବଙ୍ଗୋମୁଣ୍ଡା ଆଦିବାସୀ ସଂପର୍କ କେନ୍ଦ୍ର ଠାରେ ଆୟୋଜିତ ଏକ ବୈଠକ ରେ ଆନ୍ଦୋଲନ କରିବା ପାଇଁ ନିଷ୍ପତି ନେଇଛନ୍ତି । ଆୟୋଜିତ ଏହି ବୈଠକ ରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର ବଙ୍ଗୋମୁଣ୍ଡା ବ୍ଲକ ଶାଖା ର ସଭାପତି ଶରତ ଚନ୍ଦ୍ର ସିଂ ଭୋଇ ଙ୍କ ସଭାପତିତ୍ୱ ରେ ବୈଠକ ଅନୁଷ୍ଠିତ ହୋଇଥିଲା । ସଂଘ ଅଭିଯୋଗ କରିଛି ଯେ, ବଙ୍ଗୋମୁଣ୍ଡା ବ୍ଲକ ସଦର ରେ ଥିବା ନୂତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ  ବଙ୍ଗୋମୁଣ୍ଡା ବ୍ଲକ ସମେତ ମୁରିବାହାଲ ଓ ତୁରେକେଲା ବ୍ଲକ ର ରୋଗୀ ମାନେ ନିର୍ଭର କରୁଥିବା ବେଲେ ଏଠାରେ ଦୀର୍ଘ ଦିନ ହେଲା ଡାକ୍ତର ପଦବୀ ଖାଳି ପଡିଥିବା ଯୋଗୁଁ ସଂଘ ଅସନ୍ତୋଷ ପ୍ରକାଶ କରିଥିଲା । ଏହି ଡାକ୍ତରଖାନା ବିଭିନ୍ନ୍ ସମସ୍ୟା ଦେଇ ଗତି କରୁଥିଲେ ମଧ୍ୟ କାହାର ନଜର ପଡୁନଥିବାରୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି । ଏହି ଡାକ୍ତରଖାନା ର ସମସ୍ୟା ସମାଧାନ କରାନ ଗଲେ ବିରାଟ ଜନଆନ୍ଦୋଲନ କରାଯିବା ବୋଲି ସଂଘ ଆଜି ନିଷ୍ପତି ନେଇଛି । ଏହି ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟରେ ବଙ୍ଗୋମୁଣ୍ଡା ବ୍ଲକ ଶାଖା ର କାର୍ଯ୍ୟକାରୀ ସଭାପତି ଡିଙ୍ଗର ଭୋଇ,ଜିଲ୍ଲା ସଂଗଠକ ସୁରେଶ ଭୋଇ,ବଙ୍ଗୋମୁଣ୍ଡା ଉକ୍ରଳ କନ୍ଧ ସମାଜ ବୁଡୁକା ପ୍ରଗଣା ସଭାପତି ଉଜ୍ୱଲ ସିଂ ଭୋଇ,ସହ ସମ୍ପାଦକ ମହାଦେବ ଭୋଇ,ଉପଦେଷ୍ଟା ସତ୍ୟନାରାୟଣ ଭୋଇ,ଉକ୍ରଳ କନ୍ଧ ସମାଜ ବୁଡୁକା ପ୍ରଗଣା ର ସାଧାରଣ ସମ୍ପାଦକ ଅଶୋକ ନାରାୟଣ ଭୋଇ,ଝରିଆଳ ପଂଚାୟତ ସଭାପତି ସନ୍ନ୍ୟାସୀ ଭୋଇ,ସଭ୍ୟ କନ୍ଦର୍ପ ଭୋଇ,ମୁଣ୍ଡପଦର ପଂଚାୟତ ସମ୍ପାଦକ ମନୋରଞ୍ଜନ ଭୋଇ,ବ୍ଲକ କୋଷାଧ୍ୟକ୍ଷ ଚକ୍ରଧର ଜାନୀ,ବ୍ରଜ ଭୋଇ,କଳବନ୍ତ ଭୋଇ,ପୂର୍ଣ୍ଣ ଭୋଇ,ଡଙ୍ଗରପଡା ପଂଚାୟତ ସଭାପତି ଧନୁର୍ଯ୍ୟ ମାଝୀ  ପ୍ରମୁଖ ଉପସ୍ଥିତ ଥିଲେ । ଆଗାମୀ ୧୦ ଦିନ ଭିତରେ ସମସ୍ୟା ର ସମାଧାନ କରାନଗଲେ ବିରାଟ ଜନଆନ୍ଦୋଲନ କରାଯିବ ବୋଲି ସଂଘ ଚେତାବନୀ ଦେଇଛି । ଓଡ଼ିଶା ସମାଚାର

About admin

Check Also

ଥାଲାସେମିଆ ରୋଗୀଙ୍କ ଉନ୍ନତ ଚିକିତ୍ସା ଦାବିରେ ଅନଶନ

ବାଲେଶ୍ୱର,୦୫/୧୨/୨୦୧୯(ଓଡ଼ିଶା ସମାଚାର)- ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥାଲାସେମିଆ ରୋଗୀଙ୍କ ଚିକିତ୍ସା ଜନିତ ସମସ୍ୟା ସାମାଧାନ ଦାବିରେ ‘ଆଚ୍ଛା ସଂଗଠନ’ …

Leave a Reply

Your email address will not be published. Required fields are marked *