Tuesday , July 16 2019
Home / ବିଶେଷ / ଫୋନି ମୁକାବିଲାରେ ଓଡିଶା ପୋଲିସ୍ ର ଭୂମିକା ପ୍ରାମାଣିକ ଚିତ୍ର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ

ଫୋନି ମୁକାବିଲାରେ ଓଡିଶା ପୋଲିସ୍ ର ଭୂମିକା ପ୍ରାମାଣିକ ଚିତ୍ର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ

ଭୁବନେଶ୍ୱର, ୧୧/୦୭/୨୦୧୯ (ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ସଚିବାଳୟରେ ଅନୁଷ୍ଠିତ ଏକ ସଂକ୍ଷିପ୍ତ ଉତ୍ସବରେ ରାଜ୍ୟ ପୋଲିସ୍ ବିଭାଗ ଦ୍ୱାରା ପ୍ରସ୍ତୁତ ପ୍ରାମାଣିକ ଚିତ୍ର ‘ଭୟଙ୍କର ବାତ୍ୟା ଫୋନି୨୦୧୯ – ମୁକାବିଲାରେ ଓଡିଶା ପୋଲିସ୍ ର ଭୂମିକା ’ର ଉନ୍ମୋଚନ କରିଛନ୍ତି । ଏହି ପ୍ରାମାଣିକ ଚିତ୍ରରେ ଫୋନି ବାତ୍ୟା ଏବଂ ପରବର୍ତୀ ସମୟରେ ରାଜ୍ୟ ପୋଲିସ୍ ର ସହାୟତା କାର୍ଯ୍ୟ ସମ୍ପର୍କରେ ଉପସ୍ଥାପନା କରାଯାଇଛି । ଫୋନି ବାତ୍ୟା ସମୟରେ ପ୍ରଭାବିତ ଲୋକମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର , ଆଇନ ଶୃଙ୍ଖଳା ରକ୍ଷା , ରିଲିଫ୍ ସାମଗ୍ରୀ ପରିବହନ ଓ ବଂଟନ , ରନ୍ଧ ଖାଦ୍ୟ ଯୋଗାଣ ସମେତ ଆହତ ଲୋକମାନଙ୍କ ଚିକିତ୍ସା ସୁବିଧା ଆଦି କ୍ଷେତ୍ରରେ ପୋଲିସ୍ ର କାର୍ଯ୍ୟ ସମ୍ପର୍କରେ ଏହି ପ୍ରାମାଣିକ ଚିତ୍ର ଏକ ଗୁରୁତ୍ୱପୂର୍ଣ୍ଣ ଦଲିଲ୍ । ଫୋନି ବାତ୍ୟା ସମୟରେ ରାଜ୍ୟ ପୋଲିସ୍ ର କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିବା ସହିତ ଏହି ପ୍ରାମାଣିକ ଚିତ୍ରଟି ଭବିଷ୍ୟତରେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେପୋଲିସ୍ କୁ ମାର୍ଗଦର୍ଶନ ଦେବାରେ ସହାୟକ ହେବ ବୋଲି ଆଶାପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୋଲିସ୍ ମହାନିର୍ଦ୍ଦେଶକ ଡା ଆର ପି ଶର୍ମା ସ୍ୱାଗତ ଭାଷଣ ଦେଇ ପୋଲିସ୍ କାର୍ଯ୍ୟ ସମ୍ପର୍କରେ ସଂକ୍ଷିପ୍ତ ସୂଚନା ଦେଇଥିଲେ । ପୋଲିସ୍ କମିଶନର ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ , ଉନ୍ନୟନ କମିଶନର ଅସିତ୍ କୁମାର ତ୍ରିପାଠୀ , ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ଉକ୍ରଳ ଯାଦବ ମହାସଭା ପକ୍ଷରୁ ସମ୍ବର୍ଦ୍ଧନା ସଭା

  ନକ୍ସଲ ଦମନ କ୍ଷେତ୍ରରେ ଦୃଷ୍ଟି ଦେଉଛନ୍ତି ସରକାର: କେନ୍ଦ୍ରମନ୍ତ୍ରୀ କଟକ, ୧୬/୦୭/୨୦୧୯ (ଓଡ଼ିଶା ସମାଚାର / ପ୍ରଜ୍ଞା ରଥ)- …

Leave a Reply

Your email address will not be published. Required fields are marked *