Wednesday , January 22 2020
Home / କ୍ରୀଡ଼ା / ଫୁଟବଲ ଟୁର୍ଣ୍ଣାମେଂଟ ଉଦଘାଟିତ

ଫୁଟବଲ ଟୁର୍ଣ୍ଣାମେଂଟ ଉଦଘାଟିତ

ବୋରିଗୁମ୍ମା, ୦୩/୧୨/୨୦୧୯(ଓଡ଼ିଶା ସମାଚାର)- ବୋରିଗୁମ୍ମା ବ୍ଲକ ଅଧୀନ ଦୁଲାଗୁଡା ମା’ଦୁଲାରଦେଇ ଫୁଟବଲ କମିଟି ଆନୁକୂଲ୍ୟରେ ଆନ୍ତର୍ଜାତୀୟ ଟୁର୍ଣ୍ଣାମେଂଟ ଉଦଘାଟିତ ହୋଇଛି । ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । କିମିଟି ସଭାପତି ପି.ବାବୁନି ରାଓଙ୍କ ପ୍ରତ୍ୟକ୍ଷ ତତା୍ୱବାଧାନରେ ଆୟୋଜିତ ଫୁଟବଲ ଟୁର୍ଣ୍ଣାମେଂଟକୁ ଆପୁ ଖାନ ପରିଚାଳନା କରିଥିଲେ । ଉଦଘାଟନୀ ମ୍ୟାଚ ରାଉରକେଲା ମହିଳା ଓ ରାୟପୁର ମହିଳା ମଧ୍ୟରେ ହୋଇଥିବାବେଳେ ରାଉରକେଲା ୪-୨ରେ ବିଜୟୀ ହୋଇଛି । ଦାମନଯୋଡି, କଳାହାଣ୍ଡି, କଲକତା, ଜଗଦଲପୁର, ଧର୍ମଗଡ ଆଦି ଦଳ ଟୁର୍ଣ୍ଣାମେଂଟ ଖେଳିବେ ।
ଡିସେମ୍ବର ୮ତାରିଖରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ଉଦଘାଟନୀ ଉତ୍ସବରେ ଅତିଥି ଭାବେ ଅଶୋକ ଗନ୍ତାୟତ, ପିଙ୍କୁ ସତପଥୀ, ବସନ୍ତ ନାୟକ, ରାମ ପାଢି, ଭାନୁ ଦୋରା, କେ.ସୁଧାକର, ଦୁର୍ଗାପ୍ରସାଦ ଶର୍ମା, ଓ ତୁଳାରାମ ହରିଜନ, ଥାନା ଆଇଆଇସି ସଞ୍ଜୟକୁମାର ମଣ୍ଡଳ, ଏସଡିପିଓ ହରେକୃଷ୍ଣ ମାଝି ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ବିଦ୍ୟାଳୟର ବାର୍ଷିକ କ୍ରୀଡା

ଗରଦପୁର ୧୮/୦୧/୨୦୨୦ (ଓଡ଼ିଶା ସମାଚାର)-ଗରଦପୁର ବ୍ଲକ ତିକନପୁର ପଂଚାୟତ ଅନ୍ତର୍ଗତ ଭଦକମଳ ଉ.ପ୍ରା. ବିଦ୍ୟାଳୟର ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି …

Leave a Reply

Your email address will not be published. Required fields are marked *