Wednesday , November 20 2019
Breaking News
Home / ଶିକ୍ଷା / ଫିସ୍ ବୃଦ୍ଧି ବିରୋଧି ଅନ୍ଦୋଳନର ବିଜୟରେ ଏ.ଆଇ.ଡି.ଏସ୍.ଓ.ର ଅଭିନନ୍ଦନ

ଫିସ୍ ବୃଦ୍ଧି ବିରୋଧି ଅନ୍ଦୋଳନର ବିଜୟରେ ଏ.ଆଇ.ଡି.ଏସ୍.ଓ.ର ଅଭିନନ୍ଦନ

ଭୁବନେଶ୍ୱର, ୩୧/୧୦/୨୦୧୯(ଓଡ଼ିଶା ସମାଚାର)-ଉତର ଓଡିଶା ବିଶ୍ୱବିଦ୍ୟାଳୟରେ ପି.ଜି. ଛାତ୍ର ଛାତ୍ରୀ ମାନଙ୍କର ବର୍ଦ୍ଧିତ ଫିସ୍ ବିରୁଦ୍ଧରେ ଚାଲିଥିବା ଛାତ୍ର ଆନ୍ଦୋଳନ ବିଜୟ ହୋଇଛି । ଶେଷରେ ଆନ୍ଦୋଳନରତ ଛାତ୍ର ଛାତ୍ରୀମାନଙ୍କ ପାଖକୁ ଆସି କୁଳପତି ନୋଟିସ ପ୍ରଦାନ କରି ବର୍ଦ୍ଧିତ ଫିସ ପ୍ରତ୍ୟାହାରର ଘୋଷଣା କରିଛନ୍ତି । ଏହି ବିଜୟରେ ଏ.ଆଇ.ଡି.ଏସ.ଓର ରାଜ୍ୟ ସଭାପତି ଗଣେଶ ତ୍ରିପାଠୀ ଓ ସମ୍ପାଦକ ସୁବାସ ନାୟକ, ମୟୁରଭଞ୍ଜ ଜିଲ୍ଲା ଆବାହକ ମଧୁସୂଦନ ନାଏକ, ଛାତ୍ର ନେତା ରାଜେଶ ରାଉତ ଉତର ଓଡିଶା ବିଶ୍ୱବିଦ୍ୟାଳୟର ଆନ୍ଦୋଳନରତ ଛାତ୍ର ଛାତ୍ରୀମାନଙ୍କୁ ସଂଗ୍ରାମୀ ଅଭିନନ୍ଦନ ଜ୍ଞାପନ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଗତ ବୁଧବାରଠାରୁ ଉତର ଓଡିଶା ବିଶ୍ୱବିଦ୍ୟାଳୟରେ ବର୍ଦ୍ଧିତ ପରୀକ୍ଷା ଫିସ୍ ବିରୁଦ୍ଧରେ ଛାତ୍ର ଛାତ୍ରୀମାନେ ଆନ୍ଦୋଳନ କରୁଥିଲେ ଓ ଶେଷରେ ଅନଶନରେ ବସିଥିଲେ । ଛାତ୍ର ଆନ୍ଦୋଳନର ଚାପରେ କର୍ତୃପକ୍ଷ ବର୍ଦ୍ଧିତ ଫିସକୁ ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଥିଲେ । ଶିକ୍ଷାର ବ୍ୟବସାୟୀକରଣ ଲକ୍ଷ୍ୟରେ ସରକାର ଅବଲମ୍ବନ କରୁଥିବା ସମସ୍ତ ଶିକ୍ଷା ବିରୋଧି ପଦକ୍ଷେପ ବିରୁଦ୍ଧରେ  ଦୁର୍ବାର ଅନ୍ଦୋଳନ ଗଢିତୋଳିବାକୁ ଏ.ଆଇ.ଡିଏସ.ଓ ପକ୍ଷରୁ ଛାତ୍ର ଛାତ୍ରୀ ମାନଙ୍କୁ ଆହ୍ୱାନ କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ଜିଲ୍ଲାପାଳଙ୍କ ତରାପୁର ଜାଗୁଳେଇ ବିଦ୍ୟାପୀଠ ପରିଦର୍ଶନ

କେନ୍ଦ୍ରାପଡ.୧୮/୧୧/୨୦୧୯(ଓଡ଼ିଶା ସମାଚାର)- ଜିଲ୍ଲାପାଳ ସମର୍ଥ ବର୍ମା କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚକ୍ରୋଡା ଗ୍ରାମପଂଚାୟତର ତରାପୁରସ୍ଥିତ ଜାଗୁଳେଇ ବିଦ୍ୟାପୀଠକୁ ପରିଦର୍ଶନ କରି …

Leave a Reply

Your email address will not be published. Required fields are marked *