Saturday , January 25 2020
Breaking News
Home / ବିଶେଷ /   ଫାର୍ମାସୀ କଲେଜରେ ଜଳ ଦିବସ ପାଳିତ

  ଫାର୍ମାସୀ କଲେଜରେ ଜଳ ଦିବସ ପାଳିତ

    ସାଲେପୁର, ୨୪/୦୭/୨୦୧୯( ଓଡ଼ିଶା ସମାଚାର / ଅଭୟ ଜେନା ) – ଜଳ ଦିବସ ଉପଲକ୍ଷେ ସାଲେପୁର ସ୍ଥିତ ଫାର୍ମାସୀ କଲେଜ ତରଫରୁ କଲେଜର ସମସ୍ତ ଛାତ୍ରଛାତ୍ରୀ ଓ କର୍ମଚାରୀମାନଙ୍କୁ ନେଇ ଏକ ସଚେତନତା ରାଲି ଓ ସଭା କଲେଜ ପରିସରରେ ଥିବା ଅଡ଼ିଟୋରିୟମ ହଲରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ସଭାରେ କଲେଜର ଅଧ୍ୟକ୍ଷ ପ୍ରଫେସର ଡ଼ଃ ୟୁ ଲକ୍ଷ୍ମିନାରାୟଣମ୍ ସଭାପତିତ୍ୱ କରି ଆମ ଓଡ଼ିଶରେ ପ୍ରବାଦ ଥିବା ‘ ଜଳ ବହୁଳେ ସୃଷ୍ଟି ନାଶ ଓ ଜଳ ବିହୁନେ ସୃଷ୍ଟିନାଶ’ କଥାଟିର ତର୍ଜମା କରି ଆମ୍ଭେମାନେ ଆମର ଦୈନଦିନ ଜୀବନର ଆବଶ୍ୟକ ମୁତାବକ ଜଳ ବ୍ୟବହାର କରିବା ପାଇଁ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଅଯଥାରେ ଜଳ ନଷ୍ଟ ନ କରିବାକୁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ଡ଼ଃ ଜି.ଆର. ମହାନ୍ତି, ପ୍ରଫେସର ଡ଼ଃ ଏସ୍ କାନୁନଗୋ ପ୍ରମୁଖ ସଭାରେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ । ଅଧ୍ୟାପକ ଡ଼ଃ ସୁଜିତ୍ ଦାଶଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ସଭାରେ ସମସ୍ତ ଅଧ୍ୟାପକ, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ ।

       ପ୍ରକାଶଥାଉକି ଏହି ଜଳ ଦିବସକୁ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଗତ ମାର୍ଚ୍ଚ ୨୨ ତାରିଖରେ ପାଳନ କରାଯାଇଥାନ୍ତା । କିନ୍ତୁ କେନ୍ଦ୍ରସରକାରଙ୍କ ଜଳଶକ୍ତି ଅଭିଯାନର ନିଷ୍ପତ୍ତି କ୍ରମେ ତାହା ଜୁଲାଇ ୨୨ ତାରିଖରେ ଦେଶରେ ଥିବା ସମସ୍ତ ଏ.ଆଇ.ସି.ଟି.ଇ ଅନୁଦାନ ପ୍ରାପ୍ତ ବୈଷୟିକ ଶିକ୍ଷା ଅନୁଷ୍ଠାନରେ ପାଳନ କରାଯିବା ପାଇଁ ନିର୍ଦ୍ଦେଶ ରହିଥିଲା । ଓଡ଼ିଶା ସମାଚାର

About admin

Check Also

ଜିଲ୍ଲା ସ୍ତରୀୟ ସ୍ୱାସ୍ଥ୍ୟ ସମିତି ବୈଠକ

କେନ୍ଦ୍ରାପଡା , ୨୪/୦୧/୨୦୨୦ (ଓଡ଼ିଶା ସମାଚାର)-ଜିଲ୍ଲା ସ୍ତରୀୟ ସ୍ୱାସ୍ଥ୍ୟ ସମିତି ବୈଠକ ଜିଲ୍ଲା କାର୍ଯ୍ୟାଳୟର ସଦଭାବନା ସଭା ଗୃହରେ ଜିଲ୍ଲା …

Leave a Reply

Your email address will not be published. Required fields are marked *