Sunday , December 8 2019
Home / ତାଜା ଖବର / ଫାଇଲ କାର୍ଯ୍ୟ ବିଳମ୍ବକୁ କେନ୍ଦ୍ର କରି ବ୍ଲକ୍ ଅଧ୍ୟକ୍ଷା ଙ୍କୁ ଘେରାଉ

ଫାଇଲ କାର୍ଯ୍ୟ ବିଳମ୍ବକୁ କେନ୍ଦ୍ର କରି ବ୍ଲକ୍ ଅଧ୍ୟକ୍ଷା ଙ୍କୁ ଘେରାଉ

– ମୁଖ୍ୟ ଫାଟକରେ ତାଲା – ଦୁଇ ଗୋଷ୍ଠି ମଧ୍ୟରେ ଧସ୍ତା ଧସ୍ତି – ତାଲା ଭାଙ୍ଗି ଅଧ୍ୟକ୍ଷାଙ୍କୁ ଉଦ୍ଧାର କଲା ପୁଲିସ୍ 

ରଘୁନାଥପୁର, ୧୫/୦୭/୨୦୧୯ (ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲା ରଘୁନାଥପୁର ବ୍ଲକ୍ କାର୍ଯ୍ୟାଳୟରେ ଆଜି ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ପୁରୁଣାବସନ୍ତ ପଂଚାୟତର ଏକ ଫାଇଲ କାର୍ଯ୍ୟ ବିଳମ୍ବକୁ କେନ୍ଦ୍ର କରି ବ୍ଲକ୍ ସମ୍ମୁଖରେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା ।  ଅସନ୍ତୁଷ୍ଟ ଲୋକମାନେ ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିଲେ । ପରେ ଦୁଇ ଗୋଷ୍ଠି ମଧ୍ୟରେ ଧସ୍ତା ଧସ୍ତି ହେବା ସହ ଘଯଣାସ୍ଥଳରେ ରଘୁନାଥପୁର ପୋଲିସ୍ ପହଂଚି ତାଲା ଭାଙ୍ଗି ଅଧ୍ୟକ୍ଷାଙ୍କୁ ଉଦ୍ଧାର କରିଥିଲେ । ପରିସ୍ଥିତି ଉତେଜନାପୂର୍ଣ୍ଣ ଥିବାବେଳେ ବ୍ଲକ୍ ସମ୍ମୁଖରେ ପୋଲିସ୍ ମୁତୟନ କରାଯାଇଛି ।  ଅଭିଯୋଗ ଅନୁଯାୟୀ  ପୁରୁଣାବସନ୍ତ ପଂଚାୟତ  ଦେଉଳିସାହିସ୍ଥିତ ଅନ୍ତାଦୟ ହାଇସ୍କୁଲ ରେ  ଦୁଇ ବର୍ଷ ତଳେ ହୋଇଥିବା ଏକ ପିଣ୍ଡି କାର୍ଯ୍ୟ ନେଇ ଅଭିଯୋଗ ହୋଇଥିଲା । ବିଭାଗୀୟ ଜିପିଟିଏ ଶ୍ରୀକାନ୍ତ ବେହେରାଙ୍କ ନାମରେ ଥିବା ଉକ୍ତ କାର୍ଯ୍ୟାଦେଶ ଫାଇଲ ଟିକୁ ଅନୁଧ୍ୟାନ କରିବା ପାଇଁ ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ବଳ ନିଜ ପାଖରେ ରଖିଥିଲେ । ଫାଇଲ କାର୍ଯ୍ୟ ବିଳମ୍ବକୁ ନେଇ ଅସନ୍ତୁଷ୍ଟ ଲୋକମାନେ ଆଜି ବ୍ଲକ୍ କାର୍ଯ୍ୟାଳୟକୁ ଆସି କାର୍ଯ୍ୟାଳୟ ସମ୍ମୁଖରେ ପାଟିତୁଣ୍ଡ କରିବା ସହ  ଅଧ୍ୟକ୍ଷାଙ୍କକୁ ନଛାଡ଼ିବା ପାଇଁ କାର୍ଯ୍ୟାଳୟ ମୁଖ୍ୟ ଗେଟ ରେ ତାଲା ପକାଇ ଦେଇଥିଲେ । ଏ ସମ୍ପର୍କରେ ପୋଲିସ୍ କୁ ଫୋନକରି ଜଣାଇବା ପରେ ପୋଲିସ୍ ଓ ଅଧ୍ୟକ୍ଷାଙ୍କ ସମର୍ଥକମାନେ ପହଂଚିବାରୁ ଦୁଇ ଗୋଷ୍ଠି ମଧ୍ୟରେ ପାଟତୁଣ୍ଡ ଓ ଧସ୍ତା ଧସ୍ତି ଆରମ୍ଭ ହୋଇ ଯାଇଥିଲା । ବିଡ଼ିଓ ପଂଚାନନ ପଟାୟତ ସମସ୍ତ ଘଟଣା ଜାଣି ନୀରବରେ ବସିରହିଥିଲେ । ସନ୍ଧ୍ୟା ୫ ଟା ପରେ ପୋଲିସ୍ ଉପସ୍ଥିତିରେ ଅଧ୍ୟକ୍ଷାଙ୍କ ସମର୍ଥକମାନେ  ତାଲାଭାଙ୍ଗି ଅଧ୍ୟକ୍ଷାଙ୍କୁ ଉଦ୍ଧାର କରିଥିଲେ । ତେବେ ଘଟଣାସ୍ଥଳରେ ଉତେଜନା ଥିବାବେଳେ ଥାନାରେ ଏ ସମ୍ପର୍କରେ ଅଭିଯୋଗ କରାଯାଇଛି ।  ଓଡ଼ିଶା ସମାଚାର

About admin

Check Also

ଏଚ୍ ଡିଏଫ୍ ସି ବ୍ୟାଙ୍କ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ଜଗତସିଂହପୁର,୦୭/୧୨/୨୦୧୯(ଓଡ଼ିଶା ସମାଚାର / ଲିଲନପ୍ରଭା ପାଢ଼ୀ)-ଜଗତସିଂହପୁର ସଦର ମହକୁମାର ଦୂର୍ଗାବଜାର ଠାରେ ଥିବା ଏଚ୍.ଡି.ଏଫ.ସି ବ୍ୟାଙ୍କ ପକ୍ଷରୁ ୩ ଅନିଶ୍ଚିତ …

Leave a Reply

Your email address will not be published. Required fields are marked *