Thursday , November 14 2019
Breaking News
Home / ବିଶେଷ / ଫାଇଭ୍ ଟି ସଚିବ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ

ଫାଇଭ୍ ଟି ସଚିବ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ

କେନ୍ଦ୍ରାପଡାର , ୧୫/୧୦/୨୦୧୯ (ଓଡ଼ିଶା ସମାଚାର)- ମୋ ସରକାର  କାର୍ଯ୍ୟକାରିତା ତଦାରଖ ପାଇଁ ଆଜି କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ  ପହଂଚିଥିଲେ ଫାଇଭ୍ ଟି ସଚିବ ଭି.କେ ପାଣ୍ଡିଆନ । ଶ୍ରୀ ପାଣ୍ଡିଆନ  ସ୍ୱାସ୍ଥ୍ୟ ସେବା ନେଇ ରୋଗୀ ଓ ରୋଗୀଙ୍କ ସଂପର୍କୀୟ ସହ ଆଲୋଚନା କରିଛନ୍ତି । ଏହାସହ ମେଡିକାଲର ଅସୁବିଧା ସଂପର୍କରେ ଡାକ୍ତର ଓ କର୍ମଚାରୀଙ୍କ ଠାରୁ ପଚାରୁ ବୁଝିଛନ୍ତି ଫାଇଭ୍ ଟି ସଚିବ । ଇଚ୍ଛାପୁର ଠାରେ ନିର୍ମାଣ ହେଉଥିବା ନୁଆ ଜିଲ୍ଲା ହସ୍ପିଟାଲ୍ ବିଲଡିଂର ଗୋଟିଏ ବ୍ଲକ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି  । ଏହାସହ ଡାକ୍ତରଖାନାର ଭିତ୍ତିଭୂମୀକୁ ସୁଦୃଢ଼ କରିବା ପାଇଁ ଆଶ୍ୟକ ହେଉଥିବା ସମସ୍ତ ଜିନିଷ ବିଷୟରେ ଜଣାଇବାକୁ କହିଛନ୍ତି ବୋଲି କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି । ମଙ୍ଗଳବାର ଫାଇଭ୍ ଟି ସଚିବଙ୍କ ଏହି ଗସ୍ତ ସମୟରେ ତାଙ୍କ ସହ ଉନ୍ନୟନ କମିଶନର ସୁରେଶ ମହାପାତ୍ର, ମିଶନ ଶକ୍ତି ନିର୍ଦ୍ଦେଶିକା, ଜିଲ୍ଲାପାଳ ସମର୍ଥ ବର୍ମା ଏବଂ ମେଡିକାଲ୍ କର୍ତ୍ତୁପକ୍ଷଙ୍କ ସହ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ପ୍ରକୃତିକ ବିପର୍ଯ୍ୟୟ ମୁକାବିଲା ସଂକ୍ରାନ୍ତ ତାଲିମ ଶିବିର

ରାୟଗଡ଼ା, ୧୪/୧୧/୨୦୧୯(ଓଡ଼ିଶା ସମାଚାର)- ରାୟଗଡ଼ା ଜିଲା ମୁଖ୍ୟାଳୟସ୍ଥିତ ଗ୍ରାମ୍ୟଉନ୍ନୟନ ସଦଭାବନା ସମ୍ମିଳନୀ କକ୍ଷରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ସଂକ୍ରାନ୍ତ ଏକ …

Leave a Reply

Your email address will not be published. Required fields are marked *