Tuesday , January 28 2020
Breaking News
Home / କୃଷି / ଫନି ସହାୟତା ନପାଇ ଦୁର୍ଦିନରେ ଆଖୁ ଓ ମୁଗ ଚାଷୀ 

ଫନି ସହାୟତା ନପାଇ ଦୁର୍ଦିନରେ ଆଖୁ ଓ ମୁଗ ଚାଷୀ 

ତାରପୁର, ୦୮/୧୨/୨୦୧୯(ଓଡ଼ିଶା ସମାଚାର)-ବାତ୍ୟା ଫନିକୁ  ୭ ମାସ ବିତିଯାଇଥିଲେ ମଧ୍ୟ  ରଘୁନାଥପୁର ବ୍ଲକ୍ ଅଂଚଳର ଚାଷୀମାନେ ଫନି କ୍ଷୟକ୍ଷତିର ସହାୟତା ପାଇବାରୁ ବଂଚିତ ହୋଇଛନ୍ତି ।  ଜିଲା ପ୍ରଶାସନ  ଓ ବ୍ଲକ୍ ପ୍ରଶାସନର ଆନ୍ତରିକତାର ଅଭାବରୁ  ସ୍ଥାନୀୟ ଜନ ସାଧାରଣ ବଂଚିତ ହୋଇଥିବା ଜିଲା କୃଷକ ସଂଗଠନର ସମ୍ପାଦକ  ଇଂ ବାବାଜୀ ଚରଣ ଜେନା,ସଫଳ ଚାଷୀ ଦିଲିପ କୁମାର ରଥ , ପାର୍ଥଶଖାପାଲଟାସିଂ, ଗଙ୍ଗାଧର ଜେନା ପ୍ରମୁଖ ଅଭିଯୋଗ କରିଛନ୍ତି । ଏହି ବ୍ଲକ୍ ର ତଅଁରା ପଂଚାୟତରେ ଶହ ଶହ ହେକ୍ଟର ଆଖୁ ଚାଷ ଓ ମୁଗ ଚାଷ  ବାତ୍ୟା ଫନିରେ ପ୍ରଭାବିତ ହୋଇଥିଲା । ଋଣ କରି ଚାଷ କରିଥିବା ଚାଷୀମାନେ ଏହାକୁ ଦେଖି ହତୋତ୍ସାହ ହୋଇ ପଡ଼ିଥିବାବେଳେ  ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ତୁରନ୍ତ ସହାୟତା ରାଶି ଯୋଗାଇ ଦେବାକୁ ଘୋଷରା କରାଯାଇଥିଲା । ଫଳରେ ଚାଷୀମାନେ ସରକାରଙ୍କ ପକ୍ଷରୁ ସହାୟତା ରାଶି ପାଇବା ଆଶା ରଖି  ନିଜର ଆର୍ଥôକ କ୍ଷତିକୁ ସୁଧାରିବା ପାଇଁ ଆଶାବାନ୍ଧିଥିଲେ । ବର୍ତମାନ ଆଖୁ ଅମଳ ଚାଲିଥିବାବେଳେ ବ୍ଲକ୍ କୃଷି ବିଭାଗ ରାଜସ୍ୱ ବିଭାଗ ଜିଲା କୃଷି ବିଭାଗ ଓ ଜିଲା ପ୍ରଶାସନ ଅବହେଳାରୁ ଚାଷ କରି ଲକ୍ଷ ଲକ୍ଷ ଟଙ୍କା କ୍ଷତି ସହିଥିବା ଚାଷୀ  ସରକାରଙ୍କ ତରଫରୁ  ସହାୟତା ରାଶି ନପାଇ  ହତୋତ୍ସାହ ହୋଇ ପଡ଼ିଥିବାବେଳେ ଆଗକୁ କିପରି ଋଣ ଶୁଝିବେ ଓ ଜିବିକା ନିର୍ବାହ କରିବେ  ଚିନ୍ତା କରି ଦୁଖରେ ଭାଙ୍ଗିପଡ଼ିଥିବାବେଳେ ତୁରନ୍ତ ସେମାନଙ୍କୁ ବାତ୍ୟା ଫନି ସହାୟତା ରୀଶି ଯୋଗାଇ ଦେବାକୁ ଜିଲାପାଳ , କେନ୍ଦ୍ରାଂଚଳ ଆରଡ଼ିସି  ରାଜସ୍ୱ କମିଶନର  ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ  ନିବେଦନ କରିଛନ୍ତି ।  ଓଡ଼ିଶା ସମାଚାର

About admin

Check Also

ଉପର ଇନ୍ଦ୍ରାବତୀ ଦକ୍ଷିଣ କେନାଲ ମୁଖୀଗୁଡା ଠାରେ ପାଣି ପଞ୍ଚାୟତ ପକ୍ଷ ପାଳନ

କଳାହାଣ୍ଡି,୧୯/୦୧/୨୦୨୦(ଓଡ଼ିଶା ସମାଚାର/ସଂଜୟ କୁମାର ସିଂ)-ଓଡ଼ିଶା ସରକାର ଜଳ ସମ୍ପଦ ବିଭାଗ ଆନୁକୂଲ୍ୟରେ କଳାହାଣ୍ଡି ବହୁମୁଖୀ ଇନ୍ଦ୍ରାବତୀ ଦକ୍ଷିଣ କେନାଲ ବିଭାଜନ …

Leave a Reply

Your email address will not be published. Required fields are marked *