Saturday , December 7 2019
Home / ବିଶେଷ / ‘ଫନି’ ବାତ୍ୟା ସମୟରେ ରିଲିଫ ସାମଗ୍ରୀ ପରିବହନ କରିଥିବା ଗାଡି ମାଲିକଙ୍କୁ ପ୍ରାପ୍ୟ ମିଳୁନି – ଗାଡି ମାଲିକ ହତାଶ

‘ଫନି’ ବାତ୍ୟା ସମୟରେ ରିଲିଫ ସାମଗ୍ରୀ ପରିବହନ କରିଥିବା ଗାଡି ମାଲିକଙ୍କୁ ପ୍ରାପ୍ୟ ମିଳୁନି – ଗାଡି ମାଲିକ ହତାଶ

ଗରଦପୁର,୦୪/୧୨/୨୦୧୯(ଓଡ଼ିଶା ସମାଚାର)-ଗତ ମଇଁ ମାସରେ ଏହି ଅଂଚଳରେ ଘଟିଥିବା ବାତ୍ୟା ‘ଫନି’ ସମୟରେ ପ୍ରଶାସନଙ୍କ ନିର୍ଦ୍ଧେଶରେ ଡିଲର ପଏନ୍ଟ ମାନଙ୍କୁ ରିଲିଫ ସାମଗ୍ରୀ ଯୋଗାଣ କରିଥିବା ଗାଡି ମାଲିକ ଆଜି ପର୍ଯ୍ୟନ୍ତ ସେମାନଙ୍କର ଭଡା ପ୍ରାପ୍ୟ ଟଙ୍କା ପାଇ ପାରୁ ନ ଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହି ଘଟଣା ସମ୍ପର୍କରେ ଗରଦପୁର ଠାରେ କେନ୍ଦ୍ରାପଡା ଜିଲାପାଳଙ୍କ ଜନ ଶୁଣାଣୀ ଶିବିରରେ ଦୁଇ ଦୁଇ ଥର ଅଭିଯୋଗ କରାଯାଇଥିଲେ ମଧ୍ୟ ଏହାର କିଛି ସୁଫଳ ମିଳୁ ନ ଥିବାରୁ ସମ୍ପୃକ୍ତ ଗାଡି ମାଲିକମାନେ ହତାଶ ହୋଇ ପଡିଛନ୍ତି । ଘଟଣାରୁ ପ୍ରକାଶ ଯେ ‘ଫନି’ ବାତ୍ୟା ସମୟରେ ଗରଦପୁର ବ୍ଲକ ପରିସରରୁ ବ୍ଳକ ଅଂଚଳରେ ରହିଥିବା ବିଭିନ୍ନ ରିଟେଲର କେନ୍ଦ୍ରମାନଙ୍କୁ ରିଲିଫ୍ ସାମଗ୍ରୀ ଯୋଗଣ କରାଯାଇଥିଲା । ଗରଦପୁର ବିଡିଓ ଓ ଯୋଗୟଣ ନିରିକ୍ଷଙ୍କ ନିର୍ଦ୍ଧେଶରେ ଟ୍ରାକ୍ଟର ମାଲକ କୃପାସିନ୍ଧୁ ପଣ୍ଡା, ଉମାକାନ୍ତ କର, ହରିଶଙ୍କର ପଣ୍ଡା ଓ ମଂଟୁ ବେହେରା ୪ଗୋଟି ଟ୍ରାକ୍ଟର ଯୋଗେ ମାଲପରିବହନ କରିଥିଲେ । ଏ ବାବଦରେ ସେମାନଙ୍କର ଏକ ଲକ୍ଷ ଆଠ ହଜାର ଟଙ୍କା ଭଡା ଟଙ୍କା ପ୍ରାପ୍ୟ ପାଇବା କଥା । ମାତ୍ର ଆଜି ପର୍ଯ୍ୟନ୍ତ ଟ୍ରାକ୍ଟର ମାଲିକମାନଙ୍କୁ ସେମାନଙ୍କର ପ୍ରାପ୍ୟ ଭଡା ଟଙ୍କା ଯୋଗାଣ ବିଭାଗ ପକ୍ଷରୁ ପ୍ରଦାନ କରାଯାଇ ନାହିଁ । ଏ ସମ୍ପର୍କରେ ଟ୍ରାକ୍ଟର ମାଲିକମାନେ ଗରଦପୁର ବ୍ଲକ ବିଡିଓ, ଯୋଗାଣ ନିରିକ୍ଷକଙ୍କ ସମେତ ଜିଲା ଯୋଗାଣ ଅଧିକାରୀଙ୍କୁ ଲିଖିତ ଭାବରେ ଜଣାଇଥିଲେ । ଟଙ୍କା ଖୁବ୍ ଶିଘ୍ର ମିଳିଯିବ ବୋଲି ଅଧିକାରୀମାନେ ପ୍ରତିଶୃତି ଦେଇଥିଲେ ମଧ୍ୟ ଗାଡିମାଲିକମାନଙ୍କର ପ୍ରାପ୍ୟ ଟଙ୍କା ଆଜି ପର୍ଯ୍ୟନ୍ତ ମିଳିପାରି ନାହିଁ । ପ୍ରାପ୍ୟ ଟଙ୍କା ପାଇ ପାରି ନ ଥିବାରୁ ସେମାନଙ୍କର ବ୍ୟାଙ୍କରୁ ରୁଣରେ ଆଣି ଥିବା ଗାଡିର କିସ୍ତି ଟଙ୍କା ଭରଣା କରି ପାରୁ ନ ଥିବା ଟ୍ରାକ୍ଟରମାଲିକମାନେ ପ୍ରକାଶ କରିଛନ୍ତି । ତୁରନ୍ତ ସେମାନଙ୍କ ପ୍ରାପ୍ୟ ଟଙ୍କା ପୈଠ କରିବା ପାଇଁ ସମ୍ପୃକ୍ତ ଟ୍ରାକ୍ଟରମାଲିକମାନେ କେନ୍ଦ୍ରାପଡା ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ବାଦାମବାଡ଼ିରେ ନିର୍ମାଣ ହେବ ଫ୍ଲାଏଓଭର୍

କଟକ, ୦୭/୧୨/୨୦୧୯(ଓଡ଼ିଶା ସମାଚାର)-ବାଦାମବାଡ଼ି ଛକରେ ନିର୍ମାଣ ହେବ ଓଭରବ୍ରିଜ୍ । ଯେଉଁ ବ୍ରିଜଟି ବାଦାମବାଡ଼ି ସରକାରୀ ବସଷ୍ଟାଣ୍ଡ ପଛ ରାସ୍ତାରୁ …

Leave a Reply

Your email address will not be published. Required fields are marked *