Friday , October 18 2019
Breaking News
Home / ବିଶେଷ / ପ୍ଲାଷ୍ଟିକ ବର୍ଜନ ଏବଂ ପରିବେଶ ସୁରକ୍ଷାକୁ ନେଇ ସଚେତନତା

ପ୍ଲାଷ୍ଟିକ ବର୍ଜନ ଏବଂ ପରିବେଶ ସୁରକ୍ଷାକୁ ନେଇ ସଚେତନତା

ରାଜଗାଙ୍ଗପୁର, ୧୯/୦୯/୨୦୧୯(ଓଡ଼ିଶା ସମାଚାର)- ଦିନକୁ ଦିନ ବୃଦ୍ଧି ପାଉଥିବା ପ୍ରଦୂଷଣ ପାଇଁ ପ୍ଲାଷ୍ଟିକ ଏକ ମୁଖ୍ୟ କାରଣ ହୋଇଥିବା ଯୋଗୁ ପ୍ଲାଷ୍ଟିକ ବ୍ୟବହାରକୁ ବର୍ଜନ କରି ପରିବେଶକୁ ସୁରକ୍ଷିତ ରଖିବାରେ ସହାୟକ ହେବା ପାଇଁ ଗତ ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆହ୍ୱାନ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଏହ ଆହ୍ୱାନକୁ ସାକାର କରିବା ପାଇଁ ରାଜଗାଙ୍ଗପୁରରେ ଥିବା ଡାଲମିଆ ସିମେଂଟ ଏବଂ ଓସିଏଲ ରି-ଫ୍ୟାକ୍ଟିରିର କର୍ମଚାରୀମାନଙ୍କ ପାଖରୁ ମଧୁସୂଦନ କଲୋନି ଅଂଚଳରେ ଏକ ଶୋଭାଯାତ୍ରା ବାହାରି କଲୋନୀର ଲୋକଙ୍କୁ ପ୍ଲାଷ୍ଟିକ ବ୍ୟବହାର ନକରିବା ପାଇଁ ସଚେତନ କରାଇବା ସହ ଅଂଚଳରେ ପଡିଥିବା ପ୍ରାୟ ଏକ ଟ୍ରାକ୍ଟର ପ୍ଲାଷ୍ଟିକକୁ ଉଠାଇ ଡାଲମିଆ ସିମେଂଟରେ ଥିବା ରିସାଇକ୍ଲିଂ ପ୍ଲାଂଟକୁ ପଠାଇବା ସହ ଅଂଚଳକୁ ପ୍ଳାଷ୍ଟିକ ମୁକ୍ତ କରି ପରିବେଶକୁ ସୁରକ୍ଷିତ ରଖିବା ପାଇଁ ସଚେତନ କରାଯାଇଥିଲା । ଏହି ପ୍ରୟାସ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ପ୍ଲାଷ୍ଟିକ ମୁକ୍ତ ସମାଜ ଗଠନରେ ବେଶ ସହାୟକ ହେବ ବୋଲି ଡାଲମିଆ ସିମେଂଟ ଭାରତ ଲିମିଟେଡର କାର୍ଯ୍ୟନିର୍ବାହୀ ନିର୍ଦ୍ଧେଶକ ସୁନିଲ ଗୁପ୍ତା କରିବା ସହ ଏଥିପାଇଁ ଡାଲମିଆ ସିମେଂଟ ଏବଂ ଓସିଏଲ ରି-ଫ୍ୟାକ୍ଟିରିର କର୍ମଚାରୀ ସଂଘ ସମେତ ସହଯୋଗ କରିଥିବା ରାଜଗାଙ୍ଗପୁର ପୌରପାଳିକାକୁ ଧନ୍ୟବାଦ ଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

ପ୍ରାଣଦେଇପୁର କ୍ଷୁଦ୍ର ଜଳ ପ୍ରକଳ୍ପ ଡ୍ୟାମ୍ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହେଉ

ପୋଲସରା, ୧୮/୧୦/୨୦୧୯(ଓଡ଼ିଶା ସମାଚାର)- ଗଂଜାମ ଜିଲ୍ଲା ପୋଲସରା ବ୍ଳକ ହାତୀଓଟ ପଂଚାୟତର ପ୍ରାଣଦେଇପୁର ଠାରେ ବହୁବର୍ଷ ଧରି ଏହି ଅଂଚଳର …

Leave a Reply

Your email address will not be published. Required fields are marked *