Friday , September 20 2019
Breaking News
Home / ତାଜା ଖବର / ପ୍ରେମିକା କୁ ପ୍ରତାରଣା କରିବା ଅଭିଯୋଗ ରେ ପ୍ରେମିକ ଗିରଫ

ପ୍ରେମିକା କୁ ପ୍ରତାରଣା କରିବା ଅଭିଯୋଗ ରେ ପ୍ରେମିକ ଗିରଫ

କପିଲାଭଟା, ୧୧/୦୭/୨୦୧୯ (ଓଡ଼ିଶା ସମାଚାର)- ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ଥାନା ଭାଲୁମୁଣ୍ଡା ଗାଁ ର ଜଣେ ଯୁବତୀ ଙ୍କୁ ପ୍ରେମ ଜାଲ ରେ ଫସାଇ ବିବାହ ର ପ୍ରତିଶୃତି ଦେଇ ଶାରୀରିକ ସଂପର୍କ ରଖି ଗର୍ଭବତୀ କରିଦେଇଥିବା ନେଇ ପୀଡିତା ଜଣ ଙ୍କ ବଙ୍ଗୋମୁଣ୍ଡା ଥାନା ରେ ଏତଲା ଦେଇଛନ୍ତି । ବଙ୍ଗୋମୁଣ୍ଡା ପୋଲିସ ଅଭିଯୁକ୍ତ ପ୍ରେମିକ ଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ସୂଚନା ମିଲିଛି । ସୂଚନା ମତେ ବଙ୍ଗୋମୁଣ୍ଡା ଥାନା,ଭାଲୁମୁଣ୍ଡା ଗାଁର ମିଥିଲା ରଣା(ଛଦ୍ମନାମ) ଙ୍କୁ ସେହି ଗ୍ରାମର ରାଜେଶ ମେହେର (୨୪) ପ୍ରେମ ଜାଲରେ ଫସାଇ ବିବାହର ପ୍ରଲୋଭନ ଦେଖାଇ ଗତ ୨ ବ ର୍ଷ ହେବ ଶାରିରୀକ ସଂପର୍କ ରଖିଆସୁଥିଲା । ଗର୍ଭବତୀ ରହିଥିିବା ଜାଣିବା ପରେ ଗତ ମାସେ ତଳେ ପ୍ରେମିକା ଙ୍କୁ ଧରି ଚମ୍ପଟ ମାରିଥିଲା ।ଟିଟିଲାଗଡ ନିକଟସ୍ଥ କୌଣସି ଏକ ସଂପର୍କୀୟ ଗ୍ରାମରେ ଉଭୟେ ରହୁଥିଲେ ।କିଛି ଦିନ ଗଲା ପରେ ରାଜେଶ ମେହେର ର ଭାଇ ଜାଗେସ ମେହେର,ରାକେଶ ମେହେର ପହଂଚି ସେଠାରେ ଯୁବତୀ ଜଣକୁ ବୁଝାସୁଝା କରି ଘରକୁ ଯିବା ପାଇଁ କହିଥିଲେ । ପରେ କଂଟାବାଞ୍ଜି ଯାଇ ଗର୍ଭନଷ୍ଟ କରିଦେବା ପାଇଁ ବାଧ୍ୟ କରିଥିଲେ । ଯୁବତୀ ଜଣକ ଗର୍ଭ ନଷ୍ଟ କରିବାକୁ ରାଜି ନହେବାରୁ ହଳଦୀ ଗ୍ରାମ ନିକଟରୁ ପ୍ରେମିକ ସହିତ ପୁଣି ଥରେ ଯୁବତୀ ଜଣକ ରହୁଥିବା ସ୍ଥାନ କୁ ଫେରିଥିଲେ । କିଛି ଦିନ ପରେ ରାଜେଶ ମେହେର ଯୁବତୀ ଜଣକୁ ନିର୍ଯ୍ୟାତନା ଏବଂ ମାରପିଟ ର ଧମକ ଦେଇ ଭାଲୁମୁଣ୍ଡା ରେ ଯୁବତୀ ଙ୍କୁ ଛାଡିଦେଇଥିଲା । ଯୁବତୀ ଜଣକ ପାଖରେ ରହିବାକୁ ବାରମ୍ବାର କହିବାରୁ ପ୍ରେମିକ ରାଜି ନ ହେବାରୁ ଶେଷରେ ପୀଡିତା ଜଣକ ବଙ୍ଗୋମୁଣ୍ଡା ଥାନା ରେ ଏତଲା ଦେଇଛି ଏତଲା କୁ ଭିତି କରି ବଙ୍ଗୋମୁଣ୍ଡା ଥାନାରେ କେସ ନଂ ୪୮/୧୯ ରେ ମାମଲା ରୁଜୁ ହୋଇ ପ୍ରେମିକ ଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ବେଲେ ପ୍ରେମିକା ଙ୍କୁ ବଲାଙ୍ଗିର ସ୍ୱାଧାର ଗୃହ କୁ ପଠାଇଦେଇଥିବା ଏସଆଇ ବିଜୟରାଜ ମାଝୀ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ସଂକ୍ଷେପରେ ତାଜା ଖବର : ମୋଷ୍ଟ ୱାନଟେଡ଼୍ପିଏଲଏଫଆଇ ଏରିଆ କମାଣ୍ଡର ସୁଦାମା ସିଂହଗିରଫ  

ରାଉରକେଲା,୧୯/୦୯/୨୦୧୯(ଓଡ଼ିଶା ସମାଚାର)-ମୋଷ୍ଟ ୱାନଟେଡ଼୍ ପିଏଲଏଫଆଇ ଏରିଆ କମାଣ୍ଡର ସୁଦାମା ସିଂହ ଗିରଫ  । ବିସ୍ରା ରୁ ତାକୁ ଗିରଫ କରାଯାଇଛି …

Leave a Reply

Your email address will not be published. Required fields are marked *