Thursday , November 14 2019
Breaking News
Home / କୃଷି / ପ୍ରାଣଦେଇପୁର କ୍ଷୁଦ୍ର ଜଳ ପ୍ରକଳ୍ପ ଡ୍ୟାମ୍ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହେଉ

ପ୍ରାଣଦେଇପୁର କ୍ଷୁଦ୍ର ଜଳ ପ୍ରକଳ୍ପ ଡ୍ୟାମ୍ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହେଉ

ପୋଲସରା, ୧୮/୧୦/୨୦୧୯(ଓଡ଼ିଶା ସମାଚାର)- ଗଂଜାମ ଜିଲ୍ଲା ପୋଲସରା ବ୍ଳକ ହାତୀଓଟ ପଂଚାୟତର ପ୍ରାଣଦେଇପୁର ଠାରେ ବହୁବର୍ଷ ଧରି ଏହି ଅଂଚଳର ହଜାର ହଜାର ଚାଷୀ ପ୍ରଶାସନ ପାଖରେ ଗୋଟେ କ୍ଷୁଦ୍ର ଜଳ ପ୍ରକଳ୍ପ ଡ୍ୟାମ୍ ନିର୍ମାଣ ପାଇଁ ଗୁହାରି କରି ଆସୁଥିଲେ । କିନ୍ତୁ ଦୀର୍ଘ ବର୍ଷର ବ୍ୟବଧାନ ପରେ ରାଜ୍ୟ ସରକାର ତଥା ଓଡିଶାର ମାନ୍ୟବର ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଦୁଇବର୍ଷ ପୂର୍ବେ ଗସ୍ତରେ ଆସି ୧୬ କୋଟି ଟଙ୍କା ବ୍ୟୟ ଅଟକଳରେ ଭିତିଭୂମି ପୂଜା କରି ଫେରି ଯାଇଥିଲେ । ସେହି ଦିନ ଠାରୁ ଡ୍ୟାମ ପ୍ରକଳ୍ପ କାର୍ଯ୍ୟ ଠିକାଦାର ଆରମ୍ଭ କରି କାର୍ଯ୍ୟଟିକୁ ୭ ମାସ ପୂର୍ବେ ସମ୍ପୂର୍ଣ୍ଣ କରିଛନ୍ତି । କିନ୍ତୁ ଏହି ଡ୍ୟାମକୁ ନିର୍ଭର କରୁଥିବା ଏହି ଅଂଚଳ ତଥା ହାତୀଓଟ, ବାଲିଛାଇ , କନିଆରୀ , ସୁବଳୟା , ମାଗୁରୁପା , କଳମ୍ବ , ତେନ୍ତୁଳିଆ , ସାମନ୍ତରାପଲ୍ଲୀ ଗ୍ରାମ ମାନଙ୍କର ଚାଷୀମାନଙ୍କର ମୋଟ ୫ ଶହରୁ ଉଦ୍ଧ୍ୱର୍ ହେକ୍ଟର ଜମିମାନଙ୍କରେ ଜଳମାଡିବା ସହ ଚାଷୀମାନେ ଉପକୃତ ହୋଇପାରନ୍ତେ । କିନ୍ତୁ କାର୍ଯ୍ୟଟି ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ଏହି ଡ୍ୟାମରେ ଆବଶ୍ୟକୀୟ ଲୁହା ଗେଟ୍ ଡ୍ୟାମ ଉପରେ ଯିବା ଆସିବା କରିବା ପାଇଁ ଛାତ , ପାଶଯର୍ବ କେନାଲ ଇତ୍ୟାଦି ବିଭିନ୍ନ କାମ ବାକି ଥିବାରୁ ବର୍ତମାନ ସୁଧା ଚାଷୀମାନଙ୍କର ଜମିକୁ ପାଣି ମାଡିପରୁନାହିଁ । ଯାହାଫଳରେ ବହୁଦିନ ଧରି ପାଣିକୁ ଚାହିଁ ବସିଛନ୍ତି ଚାଷୀ । ତେଣୁ ତୁରନ୍ତ ଗଂଜାମ ଜିଲ୍ଲା ପ୍ରଶାସନ ଏହି ଅଧାପନ୍ତରିଆ ଡ୍ୟାମ୍ କୁ ତୁରନ୍ତ ସମ୍ପୂର୍ଣ୍ଣଭାବେ କାର୍ଯ୍ୟକାରୀ କରାଇଲେ ଡ୍ୟାମକୁ ନିର୍ଭର କରୁଥିବା ଚାଷୀମାନେ ବହୁତ ଉପକୃତ ହେବା ସହ ହଜାର ହଜାର ଚାଷୀମାନଙ୍କର ଚାଷ ଜମିରୁ ଧାନ , ମୁଗ ,ବିରି , ମାଣ୍ଡିଅ , ଚଣା ଇତ୍ୟାଦି ରବି ଏବଂ ଖରିଫ୍ ଆଦାୟ ହେବା ସହ ଚାଷୀମାନେ ଲାଭବାନ ହୋଇପାରିବେ । ତେଣୁ ତୁରନ୍ତ କ୍ଷୁଦ୍ର ଜଳ ପ୍ରକଳ୍ପ ବ୍ରହ୍ମପୁର ଏଥିପ୍ରତି ଧ୍ୟାନ ଦେଇ ଡ୍ୟାମଟିକୁ ସମ୍ପୂର୍ଣ୍ଣ କରାଇଲେ ଏହି ଅଂଚଳର ଚାଷୀମାନେ ଉପକୃତ ହୋଇପାରିବେ । ଏନେଇ ସହକାରୀ ନୀର୍ବାହୀ ଯନ୍ତ୍ରୀ ପୋଲସରା ଗୁଣନୀଧି ପରିଜାଙ୍କୁ ପଚାରିବାରୁ ସେ କହିଥିଲେ ବର୍ତମାନ ସୁଧା ଯାହା ଟଙ୍କା ମଂଜୁର ହୋଇଥିଲା ସେ ଅନୁସାରେ କାର୍ଯ୍ୟ ସରିଛି । ବାକି କାର୍ଯ୍ୟପାଇଁ ରାଜ୍ୟ ସରକାରଙ୍କ ଠାରୁ କ୍ଷୁଦ୍ର ଜଳ ପ୍ରକଳ୍ପକୁ ଟଙ୍କା ମଂଜୁର ହେଲା ପରେ ଯଥାଶୀଘ୍ର କାର୍ଯ୍ୟ ଆରମ୍ଭ କରାଯାଇ ଚାଷୀମାନଙ୍କ ବିଲକୁ ପାଣି ଯୋଗାଇ ଦିଆଯିବ । ଓଡ଼ିଶା ସମାଚାର

About admin

Check Also

ପ୍ରକୃତିକ ବିପର୍ଯ୍ୟୟ ମୁକାବିଲା ସଂକ୍ରାନ୍ତ ତାଲିମ ଶିବିର

ରାୟଗଡ଼ା, ୧୪/୧୧/୨୦୧୯(ଓଡ଼ିଶା ସମାଚାର)- ରାୟଗଡ଼ା ଜିଲା ମୁଖ୍ୟାଳୟସ୍ଥିତ ଗ୍ରାମ୍ୟଉନ୍ନୟନ ସଦଭାବନା ସମ୍ମିଳନୀ କକ୍ଷରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ସଂକ୍ରାନ୍ତ ଏକ …

Leave a Reply

Your email address will not be published. Required fields are marked *