Monday , December 16 2019
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି / ପ୍ରାକୃତିକ ପ୍ରାଚୁର୍ଯ୍ୟରେ ପରିପୂର୍ଣ୍ଣ କେନ୍ଦ୍ରାପଡାର ଐତିହ୍ୟ ପ୍ରାଚୀନ

ପ୍ରାକୃତିକ ପ୍ରାଚୁର୍ଯ୍ୟରେ ପରିପୂର୍ଣ୍ଣ କେନ୍ଦ୍ରାପଡାର ଐତିହ୍ୟ ପ୍ରାଚୀନ

ବାଲିଯାତ୍ରାର ୪ର୍ଥ ସନ୍ଧ୍ୟାରେ ସାହିତ୍ୟ ସଂସଦର ସାହିତ୍ୟ ଆସରରେ  ଯୋଗଦେଇ ବିଶିଷ୍ଟ ବ୍ୟକ୍ତିଙ୍କ ବକ୍ତବ୍ୟ

କେନ୍ଦ୍ରାପଡା,୧୬/୧୧/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବର ୪ର୍ଥ ସନ୍ଧ୍ୟାରେ କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦ ପକ୍ଷରୁ ଆୟୋଜିତ ସାହିତ୍ୟ ଆସର ଓ କବିତା ପାଠୋତ୍ସବରେ ଯୋଗଦେଇ ଶତାୟୁ  ଅନୁଷ୍ଠାନ କଟକର ଉତ୍କଳ ସାହିତ୍ୟ ସମାଜର ସଭାପତି ପ୍ରଫେସର ଡଃ. ତରୁଣ କାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ରାପଡା ପ୍ରାକୃତିକ ପ୍ରାଚୁର୍ଯ୍ୟରେ ପରିପୂର୍ଣ୍ଣ  ଏବଂ ଏହାର ଐତିହ୍ୟ ପରମ୍ପରା ଅତୀବ ପ୍ରାଚୀନ ବୋଲି ମତବ୍ୟକ୍ତ କରିଥିଲେ । ସଂସଦର ସଭାପତି ଡଃ.ବାସୁଦେବ ଦାସଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି ସାହିତ୍ୟ ଆସର ଓ କବିତା ପାଠୋତ୍ସବରେ ସାହିତ୍ୟ  ସମାଜର  ସମ୍ପାଦକ ଡଃ. ମିନାକ୍ଷୀ ଦେବୀ ଯୋଗଦେଇ କହିଥିଲେ ଯେ ସାହିତ୍ୟ  ସଂସ୍କୃତି ସହିତ ବାଲିଯାତ୍ରା ନିବିଡ ଭାବେ  ଜଡିତ ।  ଏଥି ସହିତ ବାଲିଯାତ୍ରା ଆମ ସ୍ମୃତିର ଐତିହ୍ୟର ବାହକ ।  ଓଡିଶାର ସାହିତ୍ୟ ଓ ସଂସ୍କୃତି ସୁପ୍ତ ଅବସ୍ଥାରେ ରହିଥିବାରୁ ତାହାର  ପରିପ୍ରକାଶ ନିମନ୍ତେ  ଏହିଭଳି  ଅନୁଷ୍ଠାନର  ଆବଶ୍ୟକତା ରହିଛି ବୋଲି ମତପ୍ରକାଶ କରିଥିଲେ । ବାଲିଯାତ୍ରା ମହୋତ୍ସବ କମିଟିର ସଭାପତି ପ୍ରଦୀପ କୁମାର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାହିତ୍ୟ ଆସରରେ ସାହିତ୍ୟ ସମାଜର ପ୍ରତିଷ୍ଠାତା ସଭ୍ୟ ସଞ୍ଜୀବ କୁମାର ପଟ୍ଟନାୟକ ସମ୍ମାନୀତ ଅତିଥି ଭାବେ ଯୋଗଦେଇ କେନ୍ଦ୍ରାପଡା ନୈାବାଣିଜ୍ୟର ଗୈାରବଜ୍ଜ୍ୱଳ ଇତିହାସ ସମ୍ପର୍କରେ ଆଲୋକପାତ କରିଥିଲେ । କମିଟି ସମ୍ପାଦକ ସଞ୍ଜୟ କୁମାର ଜେନା ବକ୍ତବ୍ୟ ରଖିଥିବା ବେଳେ ରାଜଶ୍ରୀ କଳା ସାହିତ୍ୟ ସଂସଦର ସମ୍ପାଦକ ତଥା ଆଶୁକବି ହେମନ୍ତ କୁମାର ଜେନା   ଅତିଥି ପରିଚୟ  ଓ ଜିଲ୍ଲା ସାହିତ୍ୟ ସଂସଦ ସମ୍ପାଦକ ଶୁଭାଂଶୁ କମାର ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । କବି କାକୁଲି ମଲ୍ଲିକ, ଚାରୁଲତା ଭୂୟାଁ ଓ ଅନସୂୟା ମିଶ୍ରଙ୍କ ମିଳିତ ସଂଯୋଜନାରେ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା  । ଏହି ଅବସରରେ ମୁହାଁଣର ସମ୍ପାଦକ କବି ହେମନ୍ତ ରାଉତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।  ଏହି କାର୍ଯ୍ୟକ୍ରମରେ ସତୀର୍ଥର ମନ୍ମଥନାଥ ବରାଳ, କବି ସୁରେନ୍ଦ୍ର କୁମାର ବେହେରା, ରଞ୍ଜନ ବାଇ, ଅଜୟ କୁମାର ପାତ୍ର, ମଧୁସୁଦନ ଗେରୁ, ନୃସିଂହ ଚରଣ ତ୍ରିପାଠୀ, ଶରତ କୁମାର ରାଉତ, ଅପର୍ତୀ ସେଠୀ, ଯାମିନୀ ଦାସ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିବା ବେଳେ କମିଟି ଉପସଭାପତି ଧିରେନ୍ଦ୍ର କୁମାର ଦାସ, ସରପଂଚ ପୀତବାସ ବେହେରା, ରମଣୀରଞ୍ଜନ ରାଉତରାୟ, ସତ୍ୟପ୍ରିୟ ଦାସ, ସହସମ୍ପାଦକ କିଶୋର ପ୍ରଧାନ, କୋଷାଧ୍ୟକ୍ଷ ମନୋରଞ୍ଜନ ତ୍ରପାଠୀ, ମୀର ସଫିକ, ନାଏବ ସରପଂଚ ସୁନିତା ସାହୁ, କମିଟି ସଦସ୍ୟ ଗଗନ ବିହାରୀ ଜେନା, ମୃତ୍ୟୁଞ୍ଜୟ ସାହୁ, ପ୍ରମୋଦ ପ୍ରଧାନ, ଟୁଟୁ ଗେରୁ, କୈଳାସ ଗେରୁ,  ପ୍ରଦୀପ ରଥ, ସେକ ମତୁ, ମହମ୍ମଦ ସେକ ଇନାୟତ, ଜିତୁ ଗେରୁ, ଜଗନ୍ନାଥ ଦାସ, ତ୍ରିଲୋଚନ ଦାସ ପ୍ରମୁଖ କାର୍ଯ୍ୟକ୍ରମ  ପରିଚାଳନା କରିଥିଲେ । ଏହି ମହୋତ୍ସବରେ  ହଜାର ହଜାର ଲୋକଙ୍କ ସମାଗମ ହୋଇଥିବାର  ଦେଖାଯାଇଥିଲା ।  ଶେଷରେ  ଜମଧର କୃଷି  ସମବାୟ  ସମିତି  ସଭାପତି  କାର୍ତିକ  ଚରଣ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହାପରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଓଡ଼ିଶା ସମାଚାର

About admin

Check Also

ସଂକ୍ଷେପରେ ତାଜା ଖବର : ଖୋର୍ଦ୍ଧା ଗୁଳିକାଣ୍ଡ ଘଟଣାରେ ଆହତ ଙ୍କ ମଧ୍ୟରୁ ଜଣେ ମୃତ

ଭୁବନେଶ୍ୱର ,୧୬/୧୨/୨୦୧୯(ଓଡ଼ିଶା ସମାଚାର)- ଗତକାଲି ଖୋର୍ଦ୍ଧାର ଏକ କ୍ଲିନିକ ରେ ପସି ଶିଶୁ ରୋଗ ବିଶେଷଜ୍ଞ ଡ଼ାକ୍ତର ମାନସ ଦାସ …

Leave a Reply

Your email address will not be published. Required fields are marked *