Monday , February 24 2020
Home / ବିଶେଷ / ପ୍ରବାସୀ ଓଡିଆଙ୍କ ଦ୍ୱାରା ମୁମ୍ବାଇରେ “ଅଷ୍ଟପ୍ରହରୀ” ଅନୁଷ୍ଠିତ

ପ୍ରବାସୀ ଓଡିଆଙ୍କ ଦ୍ୱାରା ମୁମ୍ବାଇରେ “ଅଷ୍ଟପ୍ରହରୀ” ଅନୁଷ୍ଠିତ

ଯାଜପୁର,୨୮/୦୧/୨୦୨୦ (ଓଡ଼ିଶା ସମାଚାର)- ସୁଦୁର ମୁମ୍ବାଇରେ ବସବାସ କରୁଥିବା ପ୍ରବାସୀ ଓଡିଆ ମାନଙ୍କ ଦ୍ୱାରା ପତିତପାବନ ଉତ୍କଳ ସେବା ସଂସ୍ଥା ଆନୁକୂଲ୍ୟରେ ଗତ ୨୬ ତାରିଖରେ ଥାନେର ଦିବା ଠାରେ ଶ୍ରୀ ଶ୍ରୀ ଅଷ୍ଟପ୍ରହର ନାମ ସଂକୀର୍ତନ ତଥା ପଞ୍ଚକୁଣ୍ଡର ହୋମ ଯଜ୍ଞ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି ।
ଏହି ଅନୁଷ୍ଠାନ ପକ୍ଷରୁ ଅନୁମାନପୁର୍ବକ ୨୦ହଜାରରୁ ଉର୍ଦ୍ଧ ଶ୍ରଦ୍ଧାଳୁ ସମାଗମ ହେବା ସହ ପ୍ରସାଦ ସେବନ କରିଥିବା ଜଣାପଡିଛି । ସଂଘ ପକ୍ଷରୁ ସନ୍ତୋଷ ସାବତ, ମନୋଜ ନାୟକ, ରାଦାଶ୍ୟାମ ପାଣିଗ୍ରାହୀଙ୍କ ସମେତ ବହୁ ସଦସ୍ୟ ସହଯୋଗ କରିଥିବା କଥା ଅନୁଷ୍ଠାନର ସକ୍ରିୟ ସଦସ୍ୟ ଶ୍ରୀନିବାସ କର ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ବିଶ୍ୱ ସାମାଜିକ ନ୍ୟାୟ ଦିବସ ପାଳିତ

ଫୁଲବାଣୀ, ୨୪/୦୨/୨୦୨୦ (ଓଡ଼ିଶା ସମାଚାର)- ବନ୍ଧଗଡ଼ ସ୍ଥିତ ସ୍ୱାତୀ ସମ୍ବଳ କେନ୍ଦ୍ର ଠାରେ ବିଶ୍ୱ ସାମାଜିକ ନ୍ୟାୟ ଦିବସ ପାଳିତ …

Leave a Reply

Your email address will not be published. Required fields are marked *