Tuesday , July 16 2019
Home / କୃଷି / ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ୧୦,୫୩୫ଜଣ ଚାଷୀ ଉପକୃତ

ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ୧୦,୫୩୫ଜଣ ଚାଷୀ ଉପକୃତ

ଜଗତସିଂହପୁର, ୧୧/୦୭/୨୦୧୯ (ଓଡ଼ିଶା ସମାଚାର/ ଲିଲନପ୍ରଭା ପାଢ଼ୀ)- ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ହସ୍ତକ୍ଷେପ ଫଳରେ ଜିଲ୍ଲାର ୧୦.୫୩୫ଜଣ ଚାଷୀ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ୭କୋଟି ୭୧ଲକ୍ଷ ୯ହଜାର ୫୩୭ଟଙ୍କା ପାଇଛନ୍ତି ।  ୨୦୧୮ଖରିଫ ଋତୁପାଇଁ ପଂଚାୟତକୁ ଏକକ ଭାବେ ନେଇ କ୍ରପକଟିଙ୍ଗ ରିପୋର୍ଟ ଅନୁଯାୟୀ ବୀମାଭୂକ୍ତ ଉପରୋକ୍ତ ଚାଷୀ ଏହି କ୍ଷତି ପୂରଣ ପାଇଛନ୍ତି । ଏତତଦ୍ ବ୍ୟତୀତ କଟକ ଜଗତସିଂହପୁର ରାସ୍ତାର କନ୍ଦରପୁର ଓ ଜଗତସିଂହପୁର-ଜୟପୁର  ରାସ୍ତାର ଛପଡା ଠାରେ ମାନବ •ଳିତ ଲେବଲକ୍ରସିଂ ଯୋଗୁ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଛି । ପ୍ରତିଦିନ କନ୍ଦରପୁର ଲେବଲକ୍ରସିଂ ଦେଇ ଜିଲ୍ଲାର ପାରାଦ୍ୱୀପ,କୁଜଙ୍ଗ ,ଏରସମା, ତିର୍ତୋଲ , ବାଲିକୁଦା, ନାଉଗାଁ ଜଗତସିଂହପୁର ଓ ବିରିଡି ଅଂଚଳରୁ ଲୋକେ ଯାତାୟତ କରୁଥିବାବେଳେ, ଛପଡା  ଲେବଲକ୍ରସିଂ ଦରଇ ତିର୍ତୋଲ, ପାରାଦ୍ୱୀପ, ଏରସମା, କୁଜଙ୍ଗ ଅଂଚଳରୁ ଲୋକମାନେ ଜଗତସିଂହପୁର କୁ ଯାତାୟତ କରୁଛନ୍ତି ।  ଅନ୍ୟୁନ ୪୦ଟି ଆମ୍ବୁଲାନ୍ସ ଏହି କନ୍ଦରପୁର ଓ ଛପଡା ଦେଇ ରୋଗୀମାନଙ୍କୁ ନେବା ଆଣିବା କରିଆସୁଛନ୍ତି । ଏହି ସବୁ ଅସୁବିଧାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ କନ୍ଦରପୁର ଓ ଛପଡା ଠାରେ ମାନବ ଚାଳିତ ଲେବୁଲ କ୍ରସିଂ ଠାରେ ଦୁଇଟି ଔଭରବ୍ରିଜ ନିର୍ମାଣ ନିମନ୍ତେ ପୂର୍ତବିଭାଗ ଉଚ୍ଚକର୍ତୃପକ୍ଷ ଙ୍କୁ ଅବଗତ କରାଇଛନ୍ତି ।  ଓଡ଼ିଶା ସମାଚାର

About admin

Check Also

ସଚେତନତାର ଅଭାବ,କୃଷି ପ୍ରତି ଯୁବପିଢି ବିମୂଖ

– ଜଳସେଚନ ଓ ଜଳ ନିଷ୍କାସନ ମୂଖ୍ୟ ସମସ୍ୟା ପାଟକୁରା ୦୯/୦୭/୨୦୧୯ (ଓଡ଼ିଶା ସମାଚାର)- ସରକାର କୃଷି ଓ କୃଷକର …

Leave a Reply

Your email address will not be published. Required fields are marked *