Thursday , September 19 2019
Breaking News
Home / କ୍ରୀଡ଼ା / ପ୍ରଥମ ଢେଙ୍କାନାଳ କପ୍ ସ୍କୁଲ୍ ଚେସ୍ ଟୁର୍ଣ୍ଣାମେଂଟ ଉଦଘାଟିତ

ପ୍ରଥମ ଢେଙ୍କାନାଳ କପ୍ ସ୍କୁଲ୍ ଚେସ୍ ଟୁର୍ଣ୍ଣାମେଂଟ ଉଦଘାଟିତ

ଢେଙ୍କାନାଳ, ୧୪/୦୮/୨୦୧୯(ଓଡ଼ିଶା ସମାଚାର)- ଜିଲ୍ଲା ଚେସ୍ ଆସୋସିଏସନ୍ ପକ୍ଷରୁ ସେଂଟ ଜାର୍ଭିୟସ ହାଇସ୍କୁଲରେ ପ୍ରଥମ ଢେଙ୍କାନାଳ କପ୍ ସ୍କୁଲ ଚେସ୍ ଟୁର୍ଣ୍ଣାମେଂଟ ଉଦଘାଟିତ ହୋଇଯାଇଛି । ଓଜେଏସରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଇପସିତା ଅଭିନନ୍ଦିତା ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ । ଜିଲ୍ଲା ଚେସ୍ ଆସୋସିଏସନ୍ ସଭାପତି ନବୀନଚନ୍ଦ୍ର ନାରାୟଣ ଦାସ ଏଥିରେ ଅଧ୍ୟକ୍ଷତା କରିଥିଲେ । ସଂପାଦକ ଦେବବ୍ରତ ଭଟ୍ଟ ବିବରଣୀ ପାଠ କରିଥିଲେ । ସାଗରିକା ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ଆରବିଟର ତାପସ କୁମାର ମହାନ୍ତି ଟୁର୍ଣ୍ଣାମେଂଟ ପରିଚାଳନା କରିଥିଲେ । ଅନୁଷ୍ଠାନର କର୍ମକର୍ତା ସନ୍ତୋଷକୁମାର ବେହେରା, ସୁଶାନ୍ତ କୁମାର ଦାସ, ଜିତେନ୍ଦ୍ର କୁମାର ଦାସ, ସହ ସଂପାଦକ ଅଶୋକ କୁମାର ମିଶ୍ର, ଖେଳ ନିର୍ଦ୍ଦେଶକ ନିର୍ମଳ କୁମାର ନନ୍ଦ ଖେଳ ପରିଚାଳନାରେ ସହଯୋଗ କରିଥିଲେ । ହୃଦୟାନନ୍ଦ ମହାନ୍ତି ଧନ୍ୟବାଦ ଦେଇଥିଲେ । ତୃତୀୟ ରାଉଣ୍ଡ ଶେଷସୁଧା ସାଇସ୍ୱରୂପ ମିଶ୍ର, ହୃଷିକେଶ ମହାପାତ୍ର, ପିୟୁଶ କୁମାର ସାହୁ, କ୍ରୀଷ୍ଣା ମୁଣ୍ଡା, କ୍ଷିତୀଶ ନସକରା, ମଳୟ ମିଶ୍ର, କୃଷ୍ଣକାନ୍ତ ନାୟକ ପ୍ରମୁଖ ୩ ରାଉଣ୍ଡରୁ ୩ ପଏଂଟ ଲେଖାଏଁ ହାସଲ କରି ମିଳିତ ଭାବେ ପ୍ରଥମ ସ୍ଥାନରେ ରହିଛନ୍ତି । ଏଥିରେ ଜିଲ୍ଲା ତଥା ଜିଲ୍ଲା ବହାରୁ ୭୨ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଛନ୍ତି । ଏଥିରେ ୭ ରାଉଣ୍ଡ ମ୍ୟାଚ୍ ଅନୁଷ୍ଠିତ ହେବ । ସର୍ବମୋଟ ୨୪ଟି ଟ୍ରଫି ପ୍ରଦାନ କରାଯିବ । ଟପ୍ ଟେନ୍, ୧୧, ୯,୭ ବର୍ଷରୁ କମ୍ ବାଳକ ବାଳିକା ବର୍ଗରେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଖେଳାଳୀଙ୍କୁ ଟ୍ରଫି ପ୍ରଦାନ କରାଯିବ । ସର୍ବ କନିଷ୍ଠ ବାଳକ ଓ ବାଳିକା ତଥା ଢେଙ୍କାନାଳ ଜିଲ୍ଲାର ଭାଗ ନେଇଥିବାସମସ୍ତ ଖେଳାଳୀଙ୍କୁ ଟ୍ରଫି ପ୍ରଦାନ କରାଯିବ । ଓଡ଼ିଶା ସମାଚାର

About admin

Check Also

ଦ୍ୱାଦଶ କନିଷ୍ଠ ରାଜ୍ୟ ନେଟବଲ୍ ପ୍ରତିଯୋଗିତା ଉଦଯାପିତ

ଭୁବନେଶ୍ୱର ,୧୧/୦୯/୨୦୧୯(ଓଡ଼ିଶା ସମାଚାର)- ଗତ ୭ ତାରିଖରୁ କିଶୋର ନଗରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଉଦ୍ଘାଟିତ ହୋଇଥିବା ଦ୍ୱାଦଶ …

Leave a Reply

Your email address will not be published. Required fields are marked *