Wednesday , December 11 2019
Home / ବିଶେଷ / ପ୍ରଥମେ ଫେସବୁକ୍ ଜାଲ, ପରେ କଟକ ଡିସିପିଙ୍କ ପରିଚୟ ଦେଇ ଲକ୍ଷାଧିକ ଠକେଇ – ଅଭିଯୁକ୍ତ ଗିରଫ ପରେ ଧରାପଡ଼ିଲା କାରନାମା

ପ୍ରଥମେ ଫେସବୁକ୍ ଜାଲ, ପରେ କଟକ ଡିସିପିଙ୍କ ପରିଚୟ ଦେଇ ଲକ୍ଷାଧିକ ଠକେଇ – ଅଭିଯୁକ୍ତ ଗିରଫ ପରେ ଧରାପଡ଼ିଲା କାରନାମା

ସୁନାବେଡା, ୨୧/୧୦/୨୦୧୯(ଓଡ଼ିଶା ସମାଚାର)- ଗାର୍ଲଫ୍ରେଣ୍ଡ ନାମରେ ଫେସବୁକ୍ ରେ ନକଲି ଆଇଡି ଖୋଲି ସେମିଳିଗୁଡାର ଜଣେ ଯୁବକଙ୍କୁ ବ୍ଲାକମେଲ କରି ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ଦାମନଯୋଡିର ଜଣେ ଯୁବକଙ୍କୁ ସେମିଳିଗୁଡା ପୁଲିସ ଗିରଫ କରିଥିବା ଜଣାପଡିଛି । ସୁନାବେଡା ଏସଡିପିଓ ସେମିଳିଗୁଡା ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଦାମନଯୋଡ଼ିର ପବିତ୍ର ମୋହନ ମହାନ୍ତି ନାମକ ଜଣେ ଯୁବକ ପୁନାର ଏକ ଘରୋଇ ସଂସ୍ଥାରେ ଚାକିରି କରନ୍ତି । ଉକ୍ତ ଯୁବକ ଜଣକ ଗାର୍ଲଫ୍ରେଣ୍ଡ ନାମରେ ଫେସବୁକ ରେ ଫେକ ଆଇଡି ଖୋଲି ସେମିଳିଗୁଡ଼ା ଅଂଚଳର ଜଗଦୀଶ ପାଢ଼ୀଙ୍କଠାରୁ ଦୁଇବର୍ଷ ମଧ୍ୟରେ ୭ଲକ୍ଷ ୧୩ହଜାର ଶହେ ଟଙ୍କା ବିଭିନ୍ନ ଆଳ ଦେଖାଇ ଠକି ନେଇଯାଇଛନ୍ତି । ଉକ୍ତ ନକଲି ଫେସବୁକରେ ଏକ ଝିଅ(ଯାହାକି ଫେକ୍) ସହିତ ଜଗଦୀଶ ପାଢ଼ୀ ସମ୍ପର୍କ ରଖି ଗାର୍ଲଫ୍ରେଣ୍ଡ କରିଥିଲେ । ଏହାପରେ ଅଶ୍ଳୀଳ ଚିତ୍ର ପଠାଇ ଚାଲିଥିଲା । ଏହାର କିଛିଦିନ ପରେ ଅଭିଯୁକ୍ତ ପବିତ୍ର କୁମାର ମହାନ୍ତି ନିଜକୁ କଟକର ଡିସିପି ଭାବେ  ପରିଚୟ ଦେଇ ଜଗଦୀଶ ପାଢୀଙ୍କୁ ବିଭିନ୍ନ ଧମକଚମକ ଦେଇ ବ୍ଲାକମେଲ କରି ବିଭିନ୍ନ ଆଳରେ ଦୁଇବର୍ଷ ମଧ୍ୟରେ ଲକ୍ଷାଧିକ ଟଙ୍କା ତାର ବ୍ୟାଙ୍କ ଆକାଉଂଟକୁ ଜଗଦୀଶ ପଠାଇ ଆସୁଥିଲେ । ଶେଷରେ ଆଉ ଟଙ୍କା ନ ଦେଇ ନପାରି ସବୁବେଳେ ମନଦୁଃଖରେ ଦୋକାନରେ ବସି ରହୁଥିଲେ । ତାଙ୍କ ମୁହଁରେ ଦୁଃଖ ଦେଖି ତାଙ୍କ ଘରଲୋକେ ପଚାରିବାରୁ ସେ ସବୁ ସତ କଥା ଘରେ କହିଦେଇଥିଲେ । ଏହାପରେ ତାଙ୍କ ଘର ଲୋକଙ୍କ ପକ୍ଷରୁ ସେମିଳିଗୁଡା ଥାନାରେ ଏତଲା ଦିଆଯାଇଥିଲା । ଏତଲାକୁ ଭିତିକରି ସେମିଳିଗୁଡା ଆଇଆଇସି ଧିରେନ ବେହେରା ଅଭିଯୁକ୍ତ ପବିତ୍ରକୁ ଗିରଫ କରିବାରେ ସକ୍ଷମ ହୋଇଥିଲେ । ପଚରାଉଚରା ପରେ ସେ ସବୁ କଥା ମାନିଯାଇଥିବା ଏସଡିପିଓ ଶ୍ରୀ ବେହେରା କହିଛନ୍ତି । ଅଭିଯୁକ୍ତ ଲୁଟିଆ ପବିତ୍ରକୁ କୋର୍ଟ ଚାଲାଣ କରାଯାଇଥିବା ସେ ସୂଚନା ଦେଇଛନ୍ତି । ଏହିପରି ଫେକ୍ ଫେସବୁକ୍ ପାଲରେ ନ ପଡିବାକୁ ଆଇଆଇସି ଧିରେନ ବେହେରା ପରାମର୍ଶ ଦେଇଛନ୍ତି । ପୁଲିସ୍ ଏ ସମ୍ପର୍କରେ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି । ଓଡ଼ିଶା ସମାଚାର

About admin

Check Also

ଖୁବଶୀଘ୍ର ରାଜ୍ୟରେ କାର୍ଯ୍ୟକାରୀ ହେବ ୪୫ ଫାଷ୍ଟଟ୍ରାକ କୋର୍ଟ

ଭୁବନେଶ୍ୱର ,୧୧/୧୨/୨୦୧୯(ଓଡ଼ିଶା ସମାଚାର)-ମହିଳା ଓ ଶିଶୁ ନିର୍ଯ୍ୟାତନା ମାମଲାର ତ୍ୱରିତ ବିଚାର ପାଇଁ ରାଜ୍ୟରେ ଖୁବଶୀଘ୍ର ୪୫ଟି ଫାଷ୍ଟଟ୍ରାକ କୋର୍ଟ …

Leave a Reply

Your email address will not be published. Required fields are marked *