Tuesday , February 25 2020
Breaking News
Home / ନିର୍ବାଚନ / ପ୍ରତାପ ଷଡଙ୍ଗୀଙ୍କ ବିରୁଦ୍ଧରେ ନିର୍ବାଚନୀ ମାମଲା – କେନ୍ଦ୍ରମନ୍ତ୍ରୀଙ୍କୁ ହାଇକୋର୍ଟଙ୍କ ନୋଟିସ୍

ପ୍ରତାପ ଷଡଙ୍ଗୀଙ୍କ ବିରୁଦ୍ଧରେ ନିର୍ବାଚନୀ ମାମଲା – କେନ୍ଦ୍ରମନ୍ତ୍ରୀଙ୍କୁ ହାଇକୋର୍ଟଙ୍କ ନୋଟିସ୍

କଟକ, ୦୯/୦୨/୨୦୨୦ (ଓଡ଼ିଶା ସମାଚାର)- ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀଙ୍କ ବିରୁଦ୍ଧରେ ରୁଜୁମାମଲାରେ ହାଇକୋର୍ଟ ସାଂସଦଙ୍କୁ ନୋଟିସ୍ ଜାରି କରିଛନ୍ତି । ଆବେଦନକାରୀ ବାଲେଶ୍ୱର ସଂସଦୀୟ ନିର୍ବାଚନମଣ୍ଡଳୀର ସାଧାରଣ ଭୋଟର  ସହିରୁଲ୍ ହକ୍ ଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି  ସଙ୍ଗମ ସାହୁ ସାଂସଦ ଶ୍ରୀ ଷଡଙ୍ଗୀଙ୍କୁ ଏହି ନୋଟିସ୍ ଦେଇଛନ୍ତି । ଅଦାଲତ ତାଙ୍କୁ ସତ୍ୟପାଠ ମାଧ୍ୟମରେ ଜବାବ ଦାଖଲ କରିବାକୁ କହିଛନ୍ତି ।  ସୂଚନା  ମୁତାବକ    ଶ୍ରୀ  ଷଡଙ୍ଗୀ  ଲୋକସଭା  ନିର୍ବାଚନ  ସମୟରେ  ଦାଖଲକରିଥିବା ସତ୍ୟପାଠରେ ସମସ୍ତ ତଥ୍ୟ ଉଲ୍ଲେଖ କରିନାହାଁନ୍ତି ବୋଲି  ଆବେଦନକାରୀଙ୍କପକ୍ଷରୁ କୁହାଯାଇଛି । ଶ୍ରୀ ହକ୍ ଙ୍କ ପକ୍ଷରୁ ରୁଜୁ ମାମଲାରେ ଦର୍ଶାଯାଇଛି ଯେ ଶ୍ରୀ ଷଡଙ୍ଗୀଙ୍କ ସତ୍ୟପାଠ ଅସମ୍ପୂର୍ଣ୍ଣ  ଅଟେ । ସେ ନାମାଙ୍କନ ଦାଖଲ ବେଳେ ତାଙ୍କ ବିରୁଦ୍ଧରେ ଥିବା ଅପରାଧିକ ମାମଲା, ତାଙ୍କ ସମ୍ପତିି ଓ ଅନ୍ୟ କେତେକ ତଥ୍ୟ ଉଲ୍ଲେଖ କରିନାହାଁନ୍ତି ।ଉପରୋକ୍ତ କାରଣରୁ ଶ୍ରୀ ଷଡଙ୍ଗୀଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବାକୁ ପ୍ରାର୍ଥନା କରାଯାଇଛି । ସୂଚନା ଥାଉକି  ବିଜେପି ପ୍ରାର୍ଥୀ ତଥା ବାଲେଶ୍ୱର ସାଂସଦ ଶ୍ରୀ ଷଡଙ୍ଗୀ ଗତ ନିର୍ବାଚନରେ  ୪ଲକ୍ଷ  ୮୩ହଜାର  ୮  ଶହ  ୫୮  ଖଣ୍ଡ  ଭୋଟ  ପାଇଥିବାବେଳେ  ଉକ୍ତ ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ରବିନ୍ଦ୍ର କୁମାର ଜେନା ୪ଲକ୍ଷ ୭୦ ହଜାର ୯ ଶହ୨ ଖଣ୍ଡ ଭୋଟ ପାଇ ପରାଜିତ ହୋଇଥିଲେ । ଓଡ଼ିଶା ସମାଚାର

About admin

Check Also

ପୁରାତନ ବିଦ୍ୟାର୍ଥୀ ପରିଷଦ ଗଠନ , ହୀରକ ଜୟନ୍ତୀ ପାଳନ, ମୋ ସ୍କୁଲ କମିଟି ଗଠନ କରାଯାଇ ବିଦ୍ୟାଳୟର ବିକାଶ ଓ ମହିଳା ମହାବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଅଂଟା ଭିଡ଼ିଲେ ପ୍ରାକ୍ତନ ବିଦ୍ୟାର୍ଥୀ

ତାରପୁର, ୨୪/୦୨/୨୦୨୦ (ଓଡ଼ିଶା ସମାଚାର)-ତିର୍ତୋଲ ବ୍ଲକ୍ ଅନ୍ତର୍ଗତ କୃଷ୍ଣାନନ୍ଦପୁର ଠାରେ ଥିବା ହାଜି ସେଖ ସମିରୁଦ୍ଦିନ୍ ହାଇସ୍କୁଲ ର ୧୯୮୧ …

Leave a Reply

Your email address will not be published. Required fields are marked *