Monday , December 9 2019
Home / ରାଜନୀତି / ପ୍ରଣବ, ପ୍ରତାପ ଓ ସଞ୍ଜୟଙ୍କୁ ନୂଆ ଦାୟିତ୍ୱ

ପ୍ରଣବ, ପ୍ରତାପ ଓ ସଞ୍ଜୟଙ୍କୁ ନୂଆ ଦାୟିତ୍ୱ

ଭୁବନେଶ୍ୱର ,୧୬/୧୧/୨୦୧୯(ଓଡ଼ିଶା ସମାଚାର)- ବିଜେଡି ନେତା ପ୍ରଣବ ପ୍ରକାଶ ଦାସ,ସଞ୍ଜୟ ଦାସବର୍ମା ଓ ପ୍ରତାପ କେଶରୀଦେବଙ୍କୁ ଦଳ ପକ୍ଷରୁ ନୂଆ ଦାୟିତ୍ୱଦିଆଯାଇଛି । ପ୍ରଣବ ପ୍ରକାଶ ଦାସଙ୍କୁ ସାଧାରଣ ସଂପାଦକ ସଂଗଠନର ଦାୟିତ୍ୱମିଳିଛି । ସଞ୍ଜୟ ଦାସବର୍ମାଙ୍କୁ ସାଧାରଣସଂପାଦକ ମୁଖ୍ୟାଳୟ ଦାୟିତ୍ୱଦିଆଯାଇଥିବାବେଳେ ପ୍ରତାପ କେଶରୀ ଦେବଙ୍କୁ ରିଟର୍ଣ୍ଣିଂ ଅଫିସର ଭାବେ ଦାୟିତ୍ୱ ମିଳିଛି । ପ୍ରଥମ ଥର ପାଇଁ ବିଜେଡିରେ ସଂଗଠନ ସଂପାଦକ ପଦବୀ ସୃଷ୍ଟି ହେଲା ।କେବଳ ଭାରତୀୟ ଜନତା ପାର୍ଟିରେ ପୂର୍ବରୁଏହି ପଦବୀ ରହିଛି । ସେହିପରି ସାଧାରଣସଂପାଦକ ମୁଖ୍ୟାଳୟ ପଦବୀ ବିବିଜେଡିରେ ପ୍ରଥମ ଥର ଆରମ୍ଭ ହୋଇଛି । ଓଡ଼ିଶା ସମାଚାର

About admin

Check Also

   ଜିଲ୍ଲା କଂଗ୍ରେସର ସାଂଗଠନିକ ବୈଠକ – ତୃଣମୂଳ ସ୍ତରରୁ କଂଗ୍ରେସ ସଂଗଠନକୁ ମଜବୁତ କରିବା ପାଇଁ ଆହ୍ୱାନ

ଜଗତସିଂହପୁର,୦୬/୧୨/୨୦୧୯(ଓଡ଼ିଶା ସମାଚାର/ଲିଲନପ୍ରଭା ପାଢ଼ୀ)-ଜଗତସିଂହପୁର ଜିଲ୍ଲା କଂଗ୍ରେସର ଏକ ସାଙ୍ଗଠନିକ ବୈଠକ ସ୍ଥାନୀୟ ସ୍ୱର୍ଣ୍ଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । …

Leave a Reply

Your email address will not be published. Required fields are marked *