Saturday , January 25 2020
Breaking News
Home / ବିଶେଷ / ପ୍ରକୃତିକ ବିପର୍ଯ୍ୟୟ ମୁକାବିଲା ସଂକ୍ରାନ୍ତ ତାଲିମ ଶିବିର

ପ୍ରକୃତିକ ବିପର୍ଯ୍ୟୟ ମୁକାବିଲା ସଂକ୍ରାନ୍ତ ତାଲିମ ଶିବିର

ରାୟଗଡ଼ା, ୧୪/୧୧/୨୦୧୯(ଓଡ଼ିଶା ସମାଚାର)- ରାୟଗଡ଼ା ଜିଲା ମୁଖ୍ୟାଳୟସ୍ଥିତ ଗ୍ରାମ୍ୟଉନ୍ନୟନ ସଦଭାବନା ସମ୍ମିଳନୀ କକ୍ଷରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ସଂକ୍ରାନ୍ତ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ନିର୍ଦେଶକ୍ରମେ ଟିସିଏଲ ପ୍ରୋଜେକ୍ଟ ପରିଚାଳକ କିଶୋରକୁମାର ସାହୁ ଓ ସନ୍ତୋଷକୁମାର ଦାସ ବିପର୍ଯ୍ୟୟ ପରିଚାଳନା ସଂକ୍ରାନ୍ତ ବିକଶିତ ନୂତନ ସଫ୍ଟଓୟାର ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ । ଜରୁରୀକାଳୀନ ସମୟରେ ବିପନ୍ନଙ୍କୁ ସହାୟତା ପ୍ରଦାନ ସକାଶେ ବିଳମ୍ବ ନ କରି ଦୁଇ ତିନିଦିନ ପୂର୍ବେ ସୂଚନା ପାଇ ଜିଲା ପ୍ରଶାସନ ତ୍ୱରିତ ପଦକ୍ଷେପ ଗ୍ରହଣ କରିବା ସହ ପ୍ରଯୁକ୍ତି ବିଦ୍ୟାର ସହାୟତା ନେଇ ଲୋକଙ୍କୁ ସମସ୍ତ ସୁବିଧା ସମୟ ବିଳମ୍ବ ନ କରି ବିଭାଗୀୟ ଅଧିକାରୀ ଲୋକଙ୍କ ନିକଟରେ ପହଂଚିବେ । ଯଦ୍ୱାରା ଲୋକଙ୍କୁ ବନ୍ୟା, ବାତ୍ୟା କିମ୍ବା ଅନ୍ୟ ପ୍ରାକୃତିକ ଦୁର୍ବିପାକରୁ ଯେପରି ସୁରକ୍ଷା ନିଶ୍ଚିତ ପ୍ରଦାନ କରାଯାଇପାରିବ ସେ ନେଇ ବୈଠକରେ ଆଲୋଚନା ହୋଇଯାଇଛି । ଏହି ଅବସରରେ ରାୟଗଡ଼ା ଉପଜିଲାପାଳ ପ୍ରତାପଚନ୍ଦ୍ର ପ୍ରଧାନ, ଗୁଣୁପୁର ଉପଜିଲାପାଳ ବିଏସ ବଳିରାମ, ଜିଲା ସମାଜ ମଙ୍ଗଳ ଅଧିକାରୀ ଆଦିପତି କହଁର, ସମନ୍ୱିତ ଆଦିବାସୀ ବିକାଶ ପ୍ରକଳ୍ପ ଅଧିକାରୀ ଟୁକୁ ବାରିକଙ୍କ ସମେତ ଅନ୍ୟ ଜିଲାସ୍ତରୀୟ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ପି.ସି.ବିଦ୍ୟା ମନ୍ଦିର ୧୯୯୫ ବ୍ୟାଚର ବନ୍ଧୁମିଳନ: ଗୁରୁ ଓ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧନା

ରଘୁନାଥପୁର, ୨୪/୦୧/୨୦୨୦ (ଓଡ଼ିଶା ସମାଚାର)- ରଘୁନାଥପୁର ପୂର୍ଣ୍ଣଚନ୍ଦ୍ର ବିଦ୍ୟା ମନ୍ଦିରର ୧୯୯୫ ବ୍ୟାଚର ବନ୍ଧୁ ମିଳନ ଉତ୍ସବରେ ଶିକ୍ଷକ ଓ …

Leave a Reply

Your email address will not be published. Required fields are marked *