Thursday , September 19 2019
Breaking News
Home / କୃଷି / ପ୍ରକାଶ ପାଇଲା ଚିଠା କୃଷିନୀତି – ୫ବର୍ଷ ଯାଏଁ କାଳିଆ ଯୋଜନା!

ପ୍ରକାଶ ପାଇଲା ଚିଠା କୃଷିନୀତି – ୫ବର୍ଷ ଯାଏଁ କାଳିଆ ଯୋଜନା!

ଭୁବନେଶ୍ୱର , ୧୦/୦୮/୨୦୧୯(ଓଡ଼ିଶା ସମାଚାର)- ଲଗାତାର ପଂଚମ ଥର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃଷି ଓ କୃଷକଙ୍କ ଆୟକୁ ଗୁରୁତ୍ୱ ଦେବାରେ ତତ୍ପରତା ପ୍ରକାଶ କରିଛନ୍ତି । ଚୂଡ଼ାନ୍ତ କୃଷି ନୀତି ପୂର୍ବରୁ ଚିଠା କୃଷିନୀତି ୨୦୧୯ ପ୍ରକାଶ ପାଇଛି । ଏଥିରେ ଫୋକସରେ ରହିଛି କାଳିଆ ଯୋଜନା । କାଳିଆ ଯୋଜନାରେ ହିତାଧିକାରୀ କିଭଳି ଉପକୃତ ହେବେ ସେନେଇ ଚୂଡ଼ାନ୍ତ କୃଷି ନୀତି ପ୍ରକାଶ ପାଇବା ପୂର୍ବରୁ ପ୍ରଥମେ ଚିଠା କୃଷିନୀତି ପ୍ରକାଶ କରାଯାଇଛି । ଏହି ଚିଠା କୃଷିନୀତିରେ କାଳିଆ ଯୋଜନା ଓ ଚାଷୀଙ୍କ ଆୟ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । କାଳିଆ ଯୋଜନକୁ ୫ବର୍ଷ ଯାଏଁ ଚାଲୁ ରଖିବାକୁ ଚିଠାରେ ପ୍ରସ୍ତାବ ଦିଆଯାଇଛି । ୧୭ଟି ଜିଲ୍ଲାରେ ଚାଷୀଙ୍କ ଆୟ ରାଜ୍ୟ ଅନୁପାତ ଠାରୁ କମ ରହିଛି । ରାଜ୍ୟରେ ୪୮ପ୍ରତିଶତ ମହିଳା ଶ୍ରମିକ ରହିଥିବା ବେଳେ ୫ଲକ୍ଷ ଭୂମିହୀନ ମହିଳା ରହିଥିବା ଏହି ଚିଠାରେ ଉଲ୍ଲେଖ ରହିଛି । ଓଡ଼ିଶା ସମାଚାର

About admin

Check Also

ଓମଫେଡ଼ ସଭାପତି ଭାବେ ନିଜକୁ ପ୍ରଚାର କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ନିନ୍ଦା ପ୍ରସ୍ତାବ

ଜଗତସିଂହପୁର,୧୩/୦୯/୨୦୧୯(ଓଡ଼ିଶା ସମାଚାର)- ବିଭିନ୍ନ ସଭା ସମିତି ତଥା ଗଣ ମାଧ୍ୟମରେ ନିଜକୁ ଓମଫେଡ଼ ସଭାପତି ଭାବେ ପରିଚୟ ଦେଉଥିବା ଜନୈକ …

Leave a Reply

Your email address will not be published. Required fields are marked *