Tuesday , February 25 2020
Breaking News
Home / ବିଶେଷ / ପ୍ରକାଶିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକା ଦେଖି ଫନି କ୍ଷତିଗ୍ରସ୍ତ ହିତାଧିକାରୀ ଅସନ୍ତୁଷ୍ଟ

ପ୍ରକାଶିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକା ଦେଖି ଫନି କ୍ଷତିଗ୍ରସ୍ତ ହିତାଧିକାରୀ ଅସନ୍ତୁଷ୍ଟ

ନିରାକାରପୁର, ୧୪/୦୨/୨୦୨୦ (ଓଡ଼ିଶା ସମାଚାର)-ଗତ ଫନି ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ବ୍ୟକ୍ତିମାନଙ୍କୁ ସରକାର ଆବାସ ଯୋଜନାରେ ଗୃହ ଯୋଗାଇଦେବକୁ ଘୋଷଣା କରିଥିଲେ । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକର ୨୬ ପଂଚାୟତର କ୍ଷତିଗ୍ରସ୍ତ ଲୋକମାନେ ଏହି ଗୃହ ନିର୍ମାଣ ଯୋଜନାରେ ସାମିଲି ହେବା ପାଇଁ ଦରଖାସ୍ତ କରିଥିଲେ । ଏହା ପରେ ବ୍ଲକରେ ଏକ ତାଲିକା ପ୍ରକାଶିତ ହୋଇଥିଲା । ଗୋଟିଏ ଗୋଟିଏ ପଂଚାୟତରୁ ୧୦୦ରୁ ଉର୍ଦ୍ଧ ଲୋଖାଏଁ ଏମିତି କି ୫ଶହ ପର୍ଯ୍ୟନ୍ତ କ୍ଷତିଗ୍ରସ୍ତଙ୍କ ସମେତ ଚାଳ ଓ ଆଜବେଷ୍ଟସ ହିତାଧିକାରୀ ଆବେଦନ କରିଥିଲେ । କିନ୍ତୁ ଏଥିରେ ସ୍ୱଛତା ଆଣି ପ୍ରକୃତ କ୍ଷତିଗ୍ରସ୍ତ ଓ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିବାକୁ ଜିଲ୍ଲାର ବିଭିନ୍ନ ବ୍ଲକକୁ ଅନ୍ୟ ବ୍ଲକର ଅଧିକାରୀମାନେ ଆସି ପୁନର୍ବାର ତଦନ୍ତ କରି ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ପ୍ରଦାନ କରିଥିଲେ । ଏବେ ଅନ୍ତିମ ପ୍ରଧାନମନ୍ତ୍ରୀ ଆବସ ତାଲିକା ପ୍ରକାଶିତ ହେଲା ବେଳକୁ ଦେଖିବାକୁ ମିଳିଛି ଯେ ପ୍ରତ୍ୟେକ ପଂଚାୟତର ତାଲିକା ଆବେଦନ ତାଲିକାର ଢେରଗୁଣରେ କମ । ଏମିତି କି ବହୁ ଜାଗାରେ ଯୋଗ୍ୟ ହିତାଧିକାରୀ ବାଦ ପଡ଼ିଥିବାବେଳେ ଅଯୋଗ୍ୟ ହିତାଧିକାରୀଙ୍କ ନାମ ପ୍ରକାଶିତ ହୋଇଛି । ଏହି ତାଲିକାକୁ ଦେଖି ବର୍ତମାନ ସବୁ ପଂଚାୟତରେ ଚାପା ଉତେଜନା ଦେଖିବାକୁ ମିଳୁଛି । ତାଲିକାରୁ ବାଦ ପଡ଼ିଥିବା ବ୍ୟକ୍ତିମାନେ ଅଯଥାରେ କିଛି ନ ବୁଝି ପଂଚାୟତ ପ୍ରତିନିଧିଙ୍କଠାରୁ ଆରମ୍ଭ କରି ପଂଚାୟତ କର୍ମଚାରୀଙ୍କୁ ଦୋଷାରୋପ କରିବା ସହ ଧମକାଇବା ଆରମ୍ଭ କରିଛନ୍ତି । ବାସ୍ତବରେ ସେମାନେ ଅନ୍ତିମ ତାଲିକା ପ୍ରକାଶ ପ୍ରସ୍ତୁତି କାର୍ଯ୍ୟରେ ସଂପୃକ୍ତି ନାହିଁ । ଫନି ପରେ ସରକାର ଓ ବିଭାଗୀୟ ଉଚ୍ଚ କର୍ତୃପକ୍ଷମାନେ ଜଣେ ଗୃହ ପାଇବା ପାଇଁ ବିଭିନ୍ନ ଗାଇଡ଼ଲାଇନ ପ୍ରଣୟନ କରିଥିଲେ । ଏହି ସମୟରେ କୁହାଗଲା ଜଣେ ବ୍ୟକ୍ତିର କଚ୍ଚାଘର, ଆଜବେଷ୍ଟସ ମାଟି ,ପଥର କାନ୍ଥ ଓ ପରିବାର ଲୋକ ସଂଖ୍ୟା ଅନୁଯାୟୀ ଯଦି ଗୃହର ଅଭାବ ଥିଲେ ସେମାନେ ଏଥିରେ ଅର୍ନ୍ତଭୁକ୍ତ ହୋଇପାରିବେ । କିନ୍ତୁ ଏହାର ସବୁ ଓଲଟା ହୋଇଥିବା ଅଭିଯୋଗ ହୋଇଛି । ବହୁ ପ୍ରକୃତ ଯୋଗ୍ୟ ହିତାଧିକାରୀ ଏହି ଯୋଜନାରୁ ବାଦ ପଡ଼ିଛନ୍ତି । ବ୍ଲକ ମଣ୍ଡଳ ଉନ୍ନୟନ୍ନ ଅଧିକାରୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି କି ଯେଉଁ ବ୍ୟକ୍ତିମାନେ ନିଜକୁ ଆବାସ ପାଇବା ପାଇଁ ଯୋଗ୍ୟ ବୋଲି ଭାବୁଛନ୍ତି କିନ୍ତୁ ଏହି ତାଲିକାରୁ ବାଦ ପଡ଼ିଛନ୍ତି ସେମାନେ ଆସନ୍ତା ୧୬ ତାରିଖ ମଧ୍ୟରେ ନିଜର ଆବେଦନ ପତ୍ରକୁ ବ୍ଲକ କାର୍ଯ୍ୟାଳୟରେ ରଖାଯାଇଥିବା ବାକ୍ସରେ ପକାଇଲେ ସେମାନଙ୍କ ଆବେଦନକୁ ବିଚାରକୁ ନିଆଯିବ କିନ୍ତୁ ଏହାପରେ କୈାଣସି ଅଭିଯୋଗ ଗ୍ରହଣ କରାଯିବ ନାହିଁ । ଓଡ଼ିଶା ସମାଚାର

About admin

Check Also

ପୁରାତନ ବିଦ୍ୟାର୍ଥୀ ପରିଷଦ ଗଠନ , ହୀରକ ଜୟନ୍ତୀ ପାଳନ, ମୋ ସ୍କୁଲ କମିଟି ଗଠନ କରାଯାଇ ବିଦ୍ୟାଳୟର ବିକାଶ ଓ ମହିଳା ମହାବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଅଂଟା ଭିଡ଼ିଲେ ପ୍ରାକ୍ତନ ବିଦ୍ୟାର୍ଥୀ

ତାରପୁର, ୨୪/୦୨/୨୦୨୦ (ଓଡ଼ିଶା ସମାଚାର)-ତିର୍ତୋଲ ବ୍ଲକ୍ ଅନ୍ତର୍ଗତ କୃଷ୍ଣାନନ୍ଦପୁର ଠାରେ ଥିବା ହାଜି ସେଖ ସମିରୁଦ୍ଦିନ୍ ହାଇସ୍କୁଲ ର ୧୯୮୧ …

Leave a Reply

Your email address will not be published. Required fields are marked *